ପ୍ରାଇଭେଟ୍ କମ୍ପାନୀଗୁଡ଼ିକର ଟେନସନ୍ ବଢ଼ାଇଲା BSNL, ଲଞ୍ଚ କଲା ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ୍

ପ୍ରାଇଭେଟ୍ ଟେଲିକମ୍ କମ୍ପାନୀଗୁଡ଼ିକର ଟେନସନ୍ ବଢ଼ାଇବା ପାଇଁ BSNL ଆଉ ଏକ ଶସ୍ତା ରିଚାର୍ଜ ଯୋଜନା ଲଞ୍ଚ କରିଛି । BSNLର ଏହି ରିଚାର୍ଜ ପ୍ଲାନ୍ ୨୦୦ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ, ଯେଉଁଥିରେ ଆପଣଙ୍କୁ ଅନଲିମିଟେଡ୍ କଲିଂ ସହିତ ଫ୍ରି ଡାଟା ଏବଂ SMSର ସୁବିଧା ମିଳିବ । କେବଳ ଏତିକି ନୁହେଁ, ଭାରତ ସଂଚାର ନିଗମ ଲିମିଟେଡ୍ ତାର ନେଟୱାର୍କକୁ ଉନ୍ନତ କରିବା ପାଇଁ ୧ ଲକ୍ଷ ନୂତନ 4G ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛି । ଏଥିମଧ୍ୟରୁ ୮୦ ହଜାରରୁ ଅଧିକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ।
BSNL ର ନୂଆ ଫ୍ଲାନ୍ :
BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ଶସ୍ତା ରିଚାର୍ଜ ଯୋଜନା ଘୋଷଣା କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନର ମୂଲ୍ୟ ୧୮୭ ଟଙ୍କା । ଏହି ପ୍ଲାନର ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସମାନଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂର ସୁବିଧା ମିଳିବ । ଏହା ବ୍ୟତୀତ, ଉୟୁଜର୍ସମାନଙ୍କୁ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମଧ୍ୟ ଦିଆଯିବ । ଏଥି ସହ ଏହି ପ୍ଲାନରେ ୟୁଜର୍ସମାନଙ୍କୁ ଦୈନିକ ୧.୫GB ଡାଟା ଏବଂ ୧୦୦ଟି ଫ୍ରି SMSର ବେନିଫିଟ୍ ମଧ୍ୟ ମିଳିବ ।
ଭାରତ ସଂଚାର ନିଗମ ଲିମିଟେଡର ଏହି ପ୍ରିପେଡ୍ ପ୍ଲାନ୍ ୨୮ ଦିନର ଭାଲିଡିଟି ସହିତ ଆସିଥାଏ । ଏହି ରିଚାର୍ଜ ପ୍ଲାନରେ BSNL ଏହାର ୟୁଜର୍ସମାନଙ୍କୁ BiTVର ଫ୍ରି ଆକ୍ସେସ୍ ଦେଉଛି । ଏଥିରେ, ୟୁଜର୍ସମାନେ ୪୦୦ ରୁ ଅଧିକ ଫ୍ରି ଲାଇଭ୍ ଟିଭି ଚ୍ୟାନେଲ ଏବଂ OTT ଆପର ସବସ୍କ୍ରିପସନ୍ ପାଇବେ । ଭାରତ ସଂଚାର ନିଗମ ଲିମିଟେଡର ଏହି ପ୍ରିପେଡ୍ ପ୍ଲାନରେ, ୟୁଜର୍ସମାନଙ୍କୁ ଦୈନିକ ୭ ଟଙ୍କାରୁ କମ୍ ଖର୍ଚ୍ଚ କରିବାକୁ ପଡିବ ।
Airtel, Vi ର ପ୍ଲାନ୍ :
ପ୍ରାଇଭେଟ୍ କମ୍ପାନୀଗୁଡ଼ିକର ରିଚାର୍ଜ ପ୍ଲାନ୍ ବିଷୟରେ କହିବାକୁ ଗଲେ, ଏୟାରଟେଲର ୨୮ ଦିନର ସବୁଠାରୁ ଶସ୍ତା ପ୍ଲାନ୍ ୨୯୯ ଟଙ୍କାରେ ଉପଲବ୍ଧ । ଏହି ପ୍ଲାନରେ ୟୁଜର୍ସମାନେ ୨୮ ଦିନ ପାଇଁ ଅନଲିମିଟେଡ୍ କଲିଂର ସୁବିଧା ପାଆନ୍ତି । ଏୟାରଟେଲର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଦୈନିକ ୧GB ହାଇ ସ୍ପିଡ୍ ଡାଟା ସହିତ ଆସିଥାଏ । ଯଦି ଆମେ ଭୋଡାଫୋନ୍ ଆଇଡିଆର ୨୮ ଦିନିଆ ପ୍ରିପେଡ୍ ପ୍ଲାନ୍ ବିଷୟରେ କଥା ହେବା, ତେବେ ଏଥିରେ ମଧ୍ୟ ୟୁଜର୍ସଙ୍କୁ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।