ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL, ଲଞ୍ଚ କଲା ଆଉ ଏକ ଦମଦାର୍ ପ୍ଲାନ୍

BSNL ପୁଣି ଥରେ ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇ ଦେଇଛି । ସରକାରୀ ଟେଲିକମ୍ କମ୍ପାନୀ ୩୬୫ ଦିନର ଭ୍ୟାଲିଡିଟି ସହିତ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜର୍ସମାନଙ୍କୁ ଭରପୂର ଇଣ୍ଟରନେଟ୍ ଡାଟା ଅଫର କରାଯାଉଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜର ଏହି ଶସ୍ତା ରିଚାର୍ଜ ପ୍ଲାନକୁ ଅନଲିମିଟେଡ୍ ପ୍ଲାନ୍ ଭାବରେ ଲଞ୍ଚ କରିଛି । କିଛି ଦିନ ପୂର୍ବରୁ, BSNL ଏହାର ଅନେକ ଟେଲିକମ୍ ସର୍କଲ ପାଇଁ ବିନା ଡାଟା ଥିବା ଦୁଇଟି ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂର ସୁବିଧା ପାଉଛନ୍ତି । BSNL ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ନୂଆ ରିଚାର୍ଜ ପ୍ଲାନ୍ ବିଷୟରେ ସେୟାର କରିଛି ।
୩୬୫ ଦିନ ପାଇଁ ନୂଆ ପ୍ଲାନ୍ :
BSNL ନିଜର X ହ୍ୟାଣ୍ଡେଲରୁ ୩୬୫ ଦିନିଆ ନୂଆ ରିଚାର୍ଜ ପ୍ଲାନର ଡିଟେଲ୍ ସେୟାର କରିଛି । କମ୍ପାନୀ ନିଜ ପୋଷ୍ଟରେ ଲେଖିଛି ଯେ ୩୬୫ ଦିନ ପାଇଁ ବିନା ବାଧାରେ ଇଣ୍ଟରନେଟ୍ ସୁବିଧା ଦେବ । ଏହି ପ୍ରପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ୩୬୫ ଦିନର ଭ୍ୟାଲିଡିଟି ମିଳିଥାଏ, ଯେଉଁଥିରେ ୟୁଜର୍ସମାନଙ୍କୁ ୨ GB ହାଇ ସ୍ପିଡ୍ ଡାଟାର ବେନିଫିଟ୍ସ ମଧ୍ୟ ଦିଆଯାଏ । ଡାଟା ଲିମିଟ୍ ଶେଷ ହେବା ପରେ ୟୁଜର୍ସମାନଙ୍କୁ ୪୦ kbps ର ସ୍ପିଡରେ ଅନଲିମିଟେଡ୍ ଇର୍ଟରନେଟର ସୁବିଧା ଦିଆଯିବ । BSNL ର ଏହି ପ୍ଲାନର ମୂଲ୍ୟ ୧,୫୧୫ ଟଙ୍କା ରହିଛି । ଏହି ପ୍ରିପେଡ୍ ପ୍ଲାନରେ ୟୁଜର୍ସମାନଙ୍କୁ କଲିଂ ସୁବିଧା ମଳିବ ନାହିଁ । ଏହାକୁ କେବଳ ଡାଟା ପ୍ଲାନ୍ ଭାବରେ ଲଞ୍ଚ କରାଯାଇଛି ।
୧୧୯୮ ଟଙ୍କାର ଶସ୍ତା ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡର ୩୬୫ ଦିନର ଭ୍ୟାଲିଡିଟି ସହିତ ଆହୁରି ଅନେକ ରିଚାର୍ଜ ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନେ ଡାଟା ସହିତ କଲିଂ ଏବଂ ଫ୍ରି SMS ର ସୁବିଧା ପାଆନ୍ତି । କିଛି ସମୟ ପୂର୍ବରୁ BSNL ୧୧୯୮ ଟଙ୍କାର ସବୁଠାରୁ ଶସ୍ତା ପ୍ଳାନ୍ ଉପସ୍ଥାପନ କରିଥିଲା, ଯାହା ୩୬୫ ଦିନର ଭ୍ୟାଲିଡିଟି ଅଫର କରେ । BSNL ର ଏହି ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତି ମାସରେ କଲ୍ କରିବା ପାଇଁ ୩୦୦ ଫ୍ରି ମିନିଟ୍ ଅଫର କରାଯାଉଛି । ଏହି ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତିଦିନ ୩ GB ହାଇ ସ୍ପିଡ୍ ଡାଟା ସହିତ ୩୫ଟି ଫ୍ରି SMS ର ସୁବିଧା ଦିଆଯାଉଛି । BSNL ର ଏହି ପ୍ଲାନ୍ ସେହି ୟୁଜର୍ସମାନଙ୍କ ପାଇଁ ଖାସ୍ ହୋଇଛି, ଯେଉଁମାନେ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ BSNL ସିମ୍ କିଣନ୍ତି । ଏହି ଭଳି ଅନେକ ପ୍ରିପେଡ୍ ପ୍ଲାନ୍ BSNL ଲଞ୍ଚ କରୁଛି ।