ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା BSNL ବଜାରରେ ନୂଆ ପ୍ରିପେଡ୍ ପ୍ଲାନ ଆରମ୍ଭ କରିଛି । ଏଥିରେ ୩୪୫ ଟଙ୍କାର ପ୍ଲାନ ସବୁଠୁ ବଢିଆ । ଏହା ସାହାଯ୍ୟରେ ୟୁଜର୍ସମାନେ କିଛି ଡାଟା ଏବଂ ମିଡିଅମ ଟର୍ମ ଭାଲିଡିଟି ପାଇବେ । ଏହି ପ୍ଲାନରେ ୬୦ ଦିନର ଭାଲିଡିଟି ଆସିଥାଏ । ଯଦି ଘରୋଇ ଟେଲିକମ୍ ଅପରେଟରମାନଙ୍କ ସହିତ ତୁଳନା କରାଯାଏ, ଏହା ଏକ ଭଲ ପ୍ଲାନ । ସାରା ଦେଶରେ BSNL 4G ନେଟୱାର୍କ ମଧ୍ୟ ଆରମ୍ଭ କରିଛି ।
BSNL ୩୪୫ ଟଙ୍କା ପ୍ରିପେଡ୍ ପ୍ଲାନରେ ୧ GB ଡାଟା ଆସିବ । ଏଥିରେ ଅନଲିମିଟେଡ ଭଏସ୍ କଲିଂ ଏବଂ ୧୦୦ଟି SMS ପ୍ରତିଦିନ ମିଳିବ । ଏହି ପ୍ଲାନ ୬୦ ଦିନର ଭାଲିଡିଟି ସହିତ ଆସିଥାଏ । ଡାଟା ସରିଯିବା ପରେ ମଧ୍ୟ ଇଣ୍ଟରନେଟ୍ ବନ୍ଦ ହେବ ନାହିଁ, କିନ୍ତୁ ଏହାର ସ୍ପିଡ କମିଯିବ ।
BSNLରେ ଆପଣ ବହୁତ ଭଲ ଅଫର୍ ପାଇବେ । ଅନ୍ୟ କୌଣସି ଘରୋଇ କମ୍ପାନୀ ଏତେ ଦିନର ଭାଲିଡିଟି ପ୍ଲାନ ଦେଉ ନାହାଁନ୍ତି । ଏହା ଏକ ଶସ୍ତା ପ୍ଲାନ। ଯଦି ଆମେ ଏହି ପ୍ଲାନ ବିଷୟରେ କହିବା ଏହା ପ୍ରତିଦିନ ୫.୭୫ ଟଙ୍କାରେ ଉପଲବ୍ଧ । ଯଦି ଜଣେ ୟୁଜର ଏଭଳି ପ୍ଲାନ ଖୋଜୁଛନ୍ତି ଯେଉଁଥିରେ ପ୍ରତିଦିନ ୧ GB ଡାଟା ଥିବ ତେବେ ଏହି ପ୍ଲାନ ସବୁଠୁ ବଢିଆ ।
BSNL ବିଷୟରେ କହିବାକୁ ଗଲେ, ଏହା ବର୍ତ୍ତମାନ ଶସ୍ତା ସର୍ଭିସ ଯୋଗାଇବାକୁ ଚିନ୍ତା କରୁଛି । BSNL ଦ୍ୱାରା ଅନେକ କାମ କରାଯାଉଛି । ଯେପରିକି ହାଇ ସ୍ପିଡ୍ ନେଟୱାର୍କ ସର୍ଭିସ ପାଇଁ ପ୍ଲାନ ଚାଲିଛି । ବେସରକାରୀ ଟେଲିକମ୍ ଅପରେଟରମାନଙ୍କ ଦ୍ୱାରା 5G ନେଟୱାର୍କ କଭରେଜ୍ ଦିଆଯାଉଛି ।