BSNL ଲଞ୍ଚ କରିଛି ୨୫୧ ଟଙ୍କିଆ ପ୍ଲାନ୍, ୨୫୧ GB ଡାଟା ପାଇଁ ଗ୍ରାହକଙ୍କର ଲାଗିଲା ଲାଇନ୍

ସରକାରୀ ଟେଲିକମ୍ କମ୍ପାନୀ BSNL ଟେଲିକମ୍ ଇଣ୍ଡଷ୍ଟ୍ରିରେ ଝଲକ ଦେଖାଇଛି । ଗୋଟିଏ ପଟେ, କମ୍ପାନୀ ଗ୍ରାହକମାନଙ୍କ ପାଇଁ ଏହାର ମୋବାଇଲ୍ ନେଟୱାର୍କ ଉପରେ କାମ କରୁଛି, ତ ଅନ୍ୟପଟେ ନୂଆ ନୂଆ ରିଚାର୍ଜ ପ୍ଲାନ୍ ଏବଂ ଅଫର ଆଣୁଛି । ଏହି ସମୟରେ BSNL ଏକ ପ୍ଲାନ୍ ଆଥିଛି ଯାହା ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇ ଦେଇଛି ।

BSNL ତାର ପୋର୍ଟଫୋଲିଓରେ ଏକ ପ୍ଲାନ୍ ଆଡ୍ କରିଛି ଯାହା ଗ୍ରାହକଙ୍କ ଲାଇନ୍ ଲାଗିଛି । BSNL ର ଏହି ରିଚାର୍ଜ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନଙ୍କୁ ଅଧିକ ଇଣ୍ଟରନେଟ୍ ଆବଶ୍ୟକ କିମ୍ବା ଯେଉଁମାନେ ଅଧିକ OTT ଷ୍ଟ୍ରିମିଂ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ନୂଆ ରିଚାର୍ଜ ପ୍ଲାନର ଡିଟେଲ୍ସ ।

ଭାରତ ସଞ୍ଚାର ନିଗମ ଲିମିଟେଡ୍ ଅର୍ଥାତ୍ BSNL ଏହାର ରିଚାର୍ଜ ପ୍ଲାନ ଲିଷ୍ଟରେ ୨୫୧ ଟଙ୍କାର ଏକ ଟପ୍ ପ୍ଲାନ୍ ସାମିଲ୍ କରିଛି । IPL ସିଜିନକୁ ଆଖିଆଗରେ ରଖି BSNL ଏହି ପ୍ଲାନ୍ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ପ୍ଲାନ୍ କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କୁ ବହୁତ୍ ଖୁସି ଦେଇଛି । ଏହି ରିଚାର୍ଜ ପ୍ଲାନରେ ମୋବାଇଲ୍ ଡାଟା ଲର୍ଭସଙ୍କୁ ଅନେକ ପ୍ରକାରର ବେନିଫିଟ୍ସ ଦିଆଯାଉଛି ।

BSNL ର ୨୫୧ ଟଙ୍କାର ପ୍ରିପେଡ୍ ପ୍ଲାନ୍ ୬୦ ଦିନର ଲଙ୍ଗ ଭାଲିଡିଟି ସହିତ ଆସିଥାଏ । ଏହି ରିଚାର୍ଜ ପ୍ଲାନରେ କମ୍ପାନୀ ଗ୍ରାହକମାନଙ୍କୁ ୨୫୧ GB ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି । BSNL ଏହି ରିଚାର୍ଜ ପ୍ଲାନ୍ ଲିମିଟେଡ୍ ପିରିୟଡ୍ ଟାଇମ ଅଫର ସହିତ ଉପସ୍ଥାପନ କରିଛି । ଯଦି ଆପଣ IPL ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଡାଟା ପ୍ୟାକ୍ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ BSNL ଏହି ନୂଆ ରିଚାର୍ଜ ପ୍ଲାନ୍ ବିଷୟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଅଫିସିଆଲ୍ ଭାବରେ ପୋଷ୍ଟ କରି ଇନଫରମାନ୍ସ ଦେଇଛି । ‘‘BSNL ତାର ଫୋଷ୍ଟରେ ଲେଖିଛି ଯେ, ୨୫୧ ଟଙ୍କାରେ ୨୫୧ GB ହାଇ ସ୍ପିଡ୍ ଡାଟା ପାଆନ୍ତୁ ଏବଂ ୬୦ ଦିନ ପାଇଁ ନନ୍ ଷ୍ଟପ୍ କ୍ରିକେଟ୍ ଆକ୍ସନର ମଜା ନିଅନ୍ତୁ । ପ୍ରତ୍ୟେକ ମ୍ୟାଚ୍ ଷ୍ଟ୍ରିମ୍ କରନ୍ତୁ, ପ୍ରତ୍ୟେକ ସ୍କୋର ଦେଖନ୍ତୁ କାରଣ ଖେଳ କେବେ ବନ୍ଦ ହୁଏ ନାହିଁ ’’।

ଯଦି ଆପଣ ଏହି ରିଚର୍ଜା ପ୍ଲାନ୍ ନେବାକୁ ପ୍ଲାନ୍ କରୁଛନ୍ତି, ତେବେ ଆମେ ଆପଣଙ୍କୁ କହିରଖିୁଛୁ ଯେ ଏହା ଏକ ଡାଟା ପ୍ଲାନ୍ । ତେଣୁ, କମ୍ପାନୀ ଏଥିରେ ଅନଲିମିଟେଡ୍ କଲିଂ କିମ୍ବା SMS ଭଳି ସର୍ଭିସ୍ ଅଫର କରେ ନାହିଁ । କଲ୍ କରିବା ପାଇଁ ଆପଣଙ୍କୁ ଏକ ଅଲଗା ରିଚାର୍ଜ ପ୍ଲାନ୍ ନେବାକୁ ପଡିବ । ଆପଣ ଏହି ରିଚାର୍ଜ ପ୍ଲାନ୍ BSNL ର ଅଫିସିଆଲ୍ ୱେବସାଇଟ୍ କିମ୍ବା BSNL ସେଲ୍ଫ କେୟାର ଆପରୁ ପାଇପାରିବେ ।