BSNL ୮୪ ଦିନ ପାଇଁ ଦୂର କଲା ଟେନସନ୍, ଲଞ୍ଚ କରିଛି ଫ୍ରି କଲିଂ ଏବଂ ଡାଟା ସହିତ ଦୁଇଟି ଶସ୍ତା ପ୍ଲାନ୍

ସରକାରୀ ଟେଲିକମ୍ କମ୍ପାନୀ BSNL କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କୁ ଆରାମ ଦେଇଛି । ଗ୍ରାହକଙ୍କ ବେନିଫିଟ୍ସ ପାଇଁ BSNL ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । BSNL ଲିଷ୍ଟରେ ପୂର୍ବରୁ ଅନେକ ଅଫରଡ଼େବଲ୍ ପ୍ଲାନ୍ ଥିଲା, କିନ୍ତୁ ବର୍ତ୍ତମାନ୍ ଆପଣଙ୍କ ପାଖରେ ଫ୍ରି କଲିଂ ଏବଂ ଡାଟା ସହିତ ଦୁଇଟି ନୂଆ ପ୍ଲାନର ଅପ୍ସନ ରହିଛି ।

ଯଦି ଆପଣଙ୍କର ସ୍ମାର୍ଟଫୋନରେ BSNL ସିମ୍ ଅଛି ତେବେ ଆପଣ ୨୧୫ ଟଙ୍କା ଏବଂ ୬୨୮ ଟଙ୍କାର ପ୍ଳାନ୍ ରହିଛି । BSNL ନିଜର ୟୁଜର୍ସଙ୍କୁ ଫ୍ରି କଲିଂ, ଡାଟା ସହିତ ମ୍ୟୁଜିକ୍ ଭଳି ଅନେକ ବେନିଫିଟ୍ସ ଦେଉଛି ।

BSNL ର ୬୨୮ ଟଙ୍କାର ପ୍ଲାନ୍ :

BSNL ସବୁ ସମୟରେ ନିଜର ୟୁଜର୍ସମାନଙ୍କୁ ଶସ୍ତା ଦାମରେ ବହୁତ ଭଲ ଅଫର୍ସ ଦେଇଥାଏ । ଲାଟେଷ୍ଟ ୬୨୮ ଟଙ୍କା ପ୍ଲାନରେ ମଧ୍ୟ କଛି ଏପରି ରହିଛି । BSNL ର ଏହି ୬୨୮ ଟଙ୍କା ପ୍ଲାନରେ ଆପଣ ୮୪ ଦିନର ଲମ୍ବା ଭ୍ୟାଲିଡିଟି ପାଇପାରିବେ । ଏହି ପ୍ଲାନ୍ ନେଉଥିବା ୟୁଜର୍ସଙ୍କୁ ଫ୍ରି ନ୍ୟାସନାଲ୍ ରୋମିଙ୍ଗର ମଧ୍ୟ ଫାଇଦା ମିଳିବ । ଏହି ପ୍ଲାନରେ ଗ୍ରାହକଙ୍କୁ କମ୍ପାନୀ 4G ଡାଟା ମଧ୍ୟ ଅଫର କରୁଛି । ଆପଣ ପ୍ରତିଦିନ ୩ GB ହାଇ ସ୍ପିଡ୍ ଡାଟା ମଧ୍ୟ ପାଇବେ । ଏହିପରି, ୮୪ ଦିନ ପ୍ଲାନରେ ମୋଟ୍ ୨୫୨GB ଡାଟା ପାଇବେ । ଏହା ବ୍ୟତୀତ Hardy Games, Challenger Arena Games, Gameon, Astrocell, Lystn Podcast, Zing Music, Wow Entertainment ଏବଂ BSNL Tunes ର ଫ୍ରି ସବସ୍କ୍ରିପସନ୍ ଦିଆଯାଉଛି ।

BSNL ର ୨୧୫ ଟଙ୍କାର ପ୍ଲାନ୍ :

BSNL ନିଜର ଗ୍ରାହକଙ୍କ ପାଇଁ ୨୧୫ ଟଙ୍କାର ଶସ୍ତା ପ୍ଲାନ୍ ଆଣିଛି । ଏହି ପ୍ଲାନରେ ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍ ଫ୍ରି କଲିଂ ସର୍ଭିସ ଯୋଗାଇ ଦିଆଯାଉଛି । ଏହି ରିଚାର୍ଜ ପ୍ଳାନରେ ୩୦ ଦିନର ଭ୍ୟାଲିଡିଟି ଅଫର କରାଯାଏ । ଯଦି ଏଥିରେ ଥିବା ଡାଟା ବେନିଫିଟ୍ସ ବିଷୟରେ କହିବା ତେବେ ଏହା ଦୈନିକ ୨GB ଡାଟା ପ୍ରଦାନ କରିଥାଏ, ଅର୍ଥାତ୍ ୬୦GB ହାଇ ସ୍ପିଡ୍ ଡାଟା ବ୍ୟବହାର କରିପାରିବା । ଅନ୍ୟାନ୍ୟ ପ୍ଲାନ ପରି କମ୍ପାନୀ ଏହି ପ୍ଲାନରେ ମଧ୍ୟ ଗ୍ରାହକଙ୍କୁ ଦୈନିକ ୧୦୦ ଫ୍ରି SMS ପ୍ରଦାନ କରିଥାଏ ।