BSNL ର କୋଟି କୋଟି ୟୁଜର୍ସଙ୍କୁ Mother’ Day ର ସ୍ପେଶାଲ ଗିଫ୍ଟ, ଶସ୍ତା ହେଲା ଏହି ତିନୋଟି ରିଚାର୍ଜ

BSNL ଏକ ସ୍ୱତନ୍ତ୍ର ଅଫର ଘୋଷଣା କରିଛି । ସରକାରୀ ଟେଲିକମ୍ କମ୍ପାନୀ ଏହାର ତିନୋଟି ଲଙ୍ଗ ଭାଲିଡିଟି ରିଚାର୍ଜ ପ୍ଲାନର ମୂଲ୍ୟ ହ୍ରାସ କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ଅଫର ମେ ୭ ଅର୍ଥାତ୍ ଆଜି ଠାରୁ ଆରମ୍ଭ କରି ୧୪ ମେ ପର୍ଯ୍ୟନ୍ତ ରିଚାର୍ଜ କରୁଥିବା ୟୁଜର୍ସମାନଙ୍କମାନଙ୍କ ପାଇଁ ଉପଲବ୍ଧ ହେବ । ଏହି ବର୍ଷ ମାତୃ ଦିବସ ୧୧ ମେରେ, ଅର୍ଥାତ୍ ଆସନ୍ତା ରବିବାର ପାଳନ କରାଯିବ । ଆସନ୍ତୁ, BSNLର ଏହି ସ୍ୱତନ୍ତ୍ର ଅଫର ବିଷୟରେ ଜାଣିବା…
BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ସ୍ୱତନ୍ତ୍ର ମାତୃ ଦିବସ ଅଫର ଘୋଷଣା କରିଛି । ଏହି ଅଫର ତିନୋଟି BSNL ରିଚାର୍ଜ ପ୍ଲାନ ୨୩୯୯, ୯୯୭ ଏବଂ ୫୯୯ ଉପରେ ଦିଆଯାଉଛି । ଯଦି ୟୁଜର୍ସମାନେ BSNL ୱେବସାଇଟ୍ କିମ୍ବା ସେଲ୍ଫ କେୟାର ଆପ୍ ମାଧ୍ୟମରେ ଏହି ପ୍ଲାନଗୁଡ଼ିକ ସହିତ ସେମାନଙ୍କର BSNL ନମ୍ବରକୁ ରିଚାର୍ଜ କରନ୍ତି, ତେବେ ସେମାନେ ଏହି ପ୍ଲାନଗୁଡ଼ିକ ୫% ଶସ୍ତାରେ ପାଇବେ । ୨୩୯୯ ଟଙ୍କାର ରିଚାର୍ଜ ପାଇଁ, ୟୁଜର୍ସମାନଙ୍କୁ ୨୨୭୯ ଟଙ୍କା ଦେବାକୁ ପଡିବ । ସେହିପରି ୯୯୭ ଟଙ୍କାର ରିଚାର୍ଜ ମାତ୍ର ୯୪୭ ଟଙ୍କାରେ ଉପଲବ୍ଧ ହେବ । ସେହିଭଳି ୫୯୯ ଟଙ୍କାର ରିଚାର୍ଜ ୫୬୯ ଟଙ୍କାରେ ଉପଲବ୍ଧ ହେବ । ଏଥି ସହ ଏହି ପ୍ଲାନ୍ ଗୁଡ଼ିକ ସହିତ, ୟୁଜର୍ସମାନେ ୧୨୦ ଟଙ୍କା ପର୍ଯ୍ୟନ୍ତ ସେଭ୍ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନଗୁଡିକର ସମ୍ପୂର୍ଣ୍ଣ ଡିଟେଲ୍ସ ।
୨୩୯୯ ପ୍ଲାନ୍ :
ଏହି BSNL ପ୍ଲାନ୍ ୩୯୫ ଦିନର ଭାଲିଡିଟି ପ୍ରଦାନ କରେ । ଏହି ପ୍ଲାନର ଲାଭ ବିଷୟରେ କହିବାକୁ ଗଲେ, ସାରା ଭାରତରେ ୟୁଜର୍ସମାନଙ୍କୁ ଅନଲିମିଟେଡ୍ ଭଏସ୍ କଲ୍ ପ୍ରଦାନ କରାଯାଉଛି । ଏହା ସହିତ, ୟୁଜର୍ସମାନେ ଦୈନିକ ୨GB ହାଇ ସ୍ପିଡ୍ ଡାଟା ଏବଂ ୧୦୦ ଫ୍ରି SMS ର ସୁବିଧା ପାଇବେ । ଏହା ବ୍ୟତୀତ, BSNL ଏହାର ସମସ୍ତ ପ୍ଳାନରେ ୟୁଜର୍ସମାନଙ୍କୁ BiTVର ଫ୍ରି ଆକ୍ସେସ୍ ଦେଉଛି, ଯେଉଁଥିରେ ୟୁଜର୍ସମାନେ ସେମାନଙ୍କ ମୋବାଇଲରେ ୩୫୦ ରୁ ଅଧିକ ଫ୍ରି ଲାଇଭ୍ ଟିଭି ଚ୍ୟାନେଲ ଦେଖିପାରିବେ ।
୯୯୭ ଟଙ୍କା ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ପ୍ଲାନରେ, ୟୁଜର୍ସମାନଙ୍କୁ ୧୬୦ ଦିନର ଭାଲିଡିଟି ମିଳିଥାଏ । ଏଥି ସହ ଏହି ପ୍ଲାନରେ ମଧ୍ୟ, ୟୁଜର୍ସମାନଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂର ସୁବିଧା ଦିଆଯାଉଛି । ଏହା ସହିତ, ଉପଭୋକ୍ତାମାନେ ଦୈନିକ ୨GB ହାଇ ସ୍ପିଡ୍ ଡାଟା ଏବଂ ୧୦୦ ଫ୍ରି SMS ର ସୁବିଧା ପାଇବେ । ଏଥିରେ ମଧ୍ୟ ଉପଭୋକ୍ତାମାନେ ଫ୍ରିରେ BiTVର ଆକ୍ସେସ୍ ପାଇପାରିବେ ।
୫୯୯ ଟଙ୍କିଆ ପ୍ଲାନ୍ :
BSNLର ଏହି ପ୍ଲାନରେ ୟୁଜର୍ସମାନଙ୍କୁ ୮୪ ଦିନର ଭାଲିଡିଟି ମିଳିଥାଏ । ଏଥିରେ ମଧ୍ୟ, ୟୁଜର୍ସମାନଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲ୍ ପ୍ରଦାନ କରାଯାଉଛି । ଏହି ପ୍ଲାନରେ ଦୈନିକ ୩GB ହାଇ ସ୍ପିଡ୍ ଡାଟା ଏବଂ ୧୦୦ ଫ୍ରି SMS ମିଳିବ । ଏଥି ସହ ଏଥିରେ ମଧ୍ୟ ୟୁଜର୍ସମାନେ ଫ୍ରିରେ BiTVର ଆକ୍ସେସ୍ ପାଇବେ ।