ଆରମ୍ଭ ହେଲା BSNL ର ସିନେମାପ୍ଲସ୍ OTT ସେବା

BSNLର ଗ୍ରାହକଙ୍କ ପାଇଁ ଖୁସି ଖବର , ଏବେ ନୂଆ ସିନେମାପ୍ଲସ୍ OTT ସେବା ର ଉଠାନ୍ତୁ ଲାଭ, ଆରମ୍ଭ ମାତ୍ର ୪୯ ଟଙ୍କା ରୁ.

ଭାରତ ସଞ୍ଚାର ନିଗମ ଲିମିଟେଡ ବିଏସ୍‌ଏନ୍‌ଏଲ ନିଜର ଗ୍ରାହକଙ୍କ ପାଇଁ ‘ସିନେମା ପ୍ଲସ୍’ ନାମକ ଏକ ନୂଆ ଓଟିଟି ପ୍ଲାନ ଘୋଷଣା କରିଛି । ସରକାରୀ ଟେଲିକମ୍ ସଂସ୍ଥା ଏହି ଘୋଷଣା ରେ ଅନେକ ଓଟିଟି ପ୍ୟାକ୍ ଘୋଷଣା କରିଛି । ଯେଉଁଥିରେ ଗ୍ରାହକମାନେ ନିଜ ମନ ପସନ୍ଦର ଟିଭି ସୋ’ ଏବଂ ସିନେମା ଦେଖି ପାରିବେ । ଓଟିଟି ସେବା ପ୍ରଦାନ କରିବାକୁ BSNL ଲାୟନ୍ସଗେଟ୍‌, ସିମାରିଓ ମି , ହଙ୍ଗାମା ଏବଂ ଏପିକ ଅନ୍ ସହିତ ଅନେକ ଓଟିଟି ପ୍ଲାଟଫର୍ମ ଅଫର କରିଛି ।

ସିନେମା ପ୍ଲସ୍ ର ଏକ ଅଂଶ ଭାବରେ ରାଷ୍ଟ୍ରାୟତ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ବର୍ତ୍ତମାନ ଓଟିଟି ସେବାର ବିଭିନ୍ନ ମିଶ୍ରଣ ଉପରେ ଆଧାର କରି ଉପଭୋକ୍ତାମାନଙ୍କୁ ତିନୋଟି ପ୍ଲାନ୍ ପ୍ରଦାନ କରୁଛି । ଯୋଜନା ୪୯ ଟଙ୍କାରୁ ଆରମ୍ଭ ହୋଇ ୨୪୯ ଟଙ୍କା ପର୍ଯ୍ୟନ୍ତ ଯାଏ ରହିଛି । ସମସ୍ତ ଯୋଜନା ବିଷୟରେ ଏବେ ଜାଣନ୍ତୁ ।

BSNL ସିନେମା ପ୍ଲସ୍ ଷ୍ଟାର୍ଟର୍ ପ୍ୟାକ୍:
୪୯ ଟଙ୍କାର ଯୋଜନାରେ ଆପଣଙ୍କୁ ସିମାରିଓ ମି , ହଙ୍ଗାମା, ଲାୟନ୍ସଗେଟ୍ ଏବଂ ଏପିକନ୍ ସେବା ର ଲାଭ ମିଳିବ । ପୂର୍ବରୁ ଏହି ଯୋଜନାର ମୂଲ୍ୟ ୯୯ ଟଙ୍କା ଥିଲା।

BSNL ସିନେମା ପ୍ଲସ୍ ଫୁଲ୍ ପ୍ୟାକ୍:
ସିନେମାପ୍ଲସ୍ ଫୁଲ୍ ପ୍ୟାକ୍ ରେ Zee4 ପ୍ରିମିୟମ୍, ସୋନିଲିଭ୍ ପ୍ରିମିୟମ୍ ୟୁପିଟିଭି ଏବଂ ହଟଷ୍ଟାର ମିଳୁଛି । ଏହି ଯୋଜନାର ମୂଲ୍ୟ ୧୯୯ ଟଙ୍କା ରହିଛି।

BSNL ସିନେମା ପ୍ଲସ୍ ପ୍ରିମିୟମ୍ ପ୍ୟାକ୍:
ପ୍ରିମିୟମ୍ ପ୍ୟାକ୍ ର ମୂଲ୍ୟ ୨୪୯ ଟଙ୍କା ରହିଥିବା ବେଳେ ଏଥିରେ ଆପଣକୁ Zee5 ପ୍ରିମିୟମ୍, ସୋନିଲିଭ୍ ପ୍ରିମିୟମ୍, ୟୁପିଟିଭି, ଶେମାରୋମେ, ହଙ୍ଗାମା, ଲାୟନ୍ସଗେଟ୍ ଏବଂ ହଟଷ୍ଟାର୍ ପ୍ରଦାନ କରିବ।

ସିନେମାପ୍ଲସ୍ ସେବା କିପରି କାମ କରିବ ଜାଣନ୍ତୁ :
ସିନେମାପ୍ଲସ୍ ବ୍ୟବହାର କରିବାକୁ ଉପଭୋକ୍ତାଙ୍କୁ BSNL ଫାଇବର ସଂଯୋଗ ନେବା ଆବଶ୍ୟକ ହେବ । ସେମାନେ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ପ୍ଲାନ ମଧ୍ୟରୁ ଗୋଟିଏକୁ ପ୍ଲାନ ସବସ୍କ୍ରିପସନ୍ ଆବଶ୍ୟକ ହେବ । ଥରେ ଯୋଜନା ମିଳିଗଲେ ସବସ୍କ୍ରିପସନ୍ ଫୋନ୍ ନମ୍ବର ସହିତ ଲିଙ୍କ୍ ହେବ ଏବଂ ଯେଉଁମାନେ ଏହାର ଅଂଶ ହେବେ ସେମାନେ ପ୍ଲାଟଫର୍ମରେ ଉପଲବ୍ଧ କଣ୍ଟେଣ୍ଟ କୁ ଦେଖିବା ପାଇଁ ଫୋନ୍ ନମ୍ବର ବ୍ୟବହାର କରିପାରିବେ।