BSNL ନୂଆ ପ୍ଲାନ: ୨୫ ଟଙ୍କାରୁ ବି କମ୍ ମୂଲ୍ୟରେ ମାସେ ପର୍ଯ୍ୟନ୍ତ ଆକ୍ଟିଭ ରହିବ ଆପଣଙ୍କର SIM Card

ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂଆ ଅଫର ପ୍ରକାଶ କରିଛି। ଯାହା ବିଷୟରେ ୟୁଜର୍ସ ମାନେ ଜାଣି ବହୁତ ଖୁସି ହେବେ । ଆଜିକାଲି ଗ୍ରାହକ ମାନେ ଦୁଇଟି ସିମ ବ୍ୟବହାର କରୁଛନ୍ତି ଯାହାକୁ ଆକ୍ଟିଭ କରିବା ନିହାତି ଆବଶ୍ୟକ । ଏପରି ସ୍ଥିତିରେ ଗ୍ରାହକଙ୍କ ଖର୍ଚ୍ଚ ଦୁଇଗୁଣା ହୋଇଯାଇଥାଏ । ତେବେ ଏହି ପରିପ୍ରେକ୍ଷୀରେ ଏକ ଟେଲିକମ କମ୍ପାନୀ ପକ୍ଷରୁ ଏକ ଖାସ୍ ପ୍ଲାନ ଲଞ୍ଚ କରାଯାଇଛି । ଏହି ପ୍ଲାନରେ ଆପଣ ବହୁତ କମ୍ ପଇସା ଖର୍ଚ୍ଚ କରି ନିଜର ସିମକୁ ଆକ୍ଟିଭ୍ ରଖିପାରିବେ ।

ଏହି ରିଚାର୍ଜ ଯୋଜନାରେ ଆପଣ ୨୫ ଟଙ୍କାରୁ କମ୍ ମୂଲ୍ୟରେ ଏକ ମାସର ବୈଧତା ପାଇବେ। ପ୍ରାଇଭେଟ ଟେଲିକମ୍ ଅପରେଟରମାନଙ୍କର ପୋର୍ଟଫୋଲିଓରେ ଆପଣ ଏପରି କୌଣସି ପ୍ଲାନ ପାଇବେ ନାହିଁ। ବିଏସଏନଏଲ ପକ୍ଷରୁ ଏକ ୨୪ ଟଙ୍କିଆ ରିଚାର୍ଜ ପ୍ଲାନ ଲଞ୍ଚ କରାଯାଇଛି । ଯଦି ଆପଣ ରେଟ କଟର୍ସ ବ୍ୟବହାର କରିଥିବେ, ତେବେ ଏହି ଏସଟିଭି ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣି ସାରିବେଣି । ବାସ୍ତବରେ ଏହା ହେଉଛି ଏକ ରେଟ କଟର୍ସ, ଯେଉଁଥିରେ କି ୩୦ ଦିନ ପର୍ଯ୍ୟନ୍ତ ଭାଲିଡିଟି ମିଳିଥାଏ ।

ଏଥିପାଇଁ ଆପଣଙ୍କୁ ମୁଖ୍ୟ ବାଲାନ୍ସ ବ୍ୟବହାର କରିବାକୁ ପଡିବ। ଏହି ଉପାୟରେ, ଆପଣ କେବଳ ୨୪ ଟଙ୍କା ଖର୍ଚ୍ଚ କରି ୩୦ ଦିନ ପାଇଁ ଆପଣଙ୍କର ସିମ୍କୁ ଆକ୍ଟିଭ ରଖିପାରିବେ। ଏଥିରେ ଆପଣ SMS କିମ୍ବା ଡାଟା ସୁବିଧା ପାଇବେ ନାହିଁ। ବିଏସଏନଏଲ ଏସଟିଭି-୨୪ରେ ଆପଣଙ୍କୁ ୩୦ ଦିନିଆ ଭାଲିଟିଡି ଦିଆଯାଉଛି । ରିଚାର୍ଜ ପ୍ଲାନରେ ଆପଣ ୨୦ ପଇସା ପ୍ରତି ମିନିଟ ହିସାବରେ କଲିଂ ବେନିଫିଟ ମଧ୍ୟ ପାଇପାରିବେ ।

ସେହପରି କମ୍ପାନୀର ପୋର୍ଟଫୋଲିଓରେ ଅନ୍ୟ ଏକ ଶସ୍ତା ପ୍ଲାନ ମଧ୍ୟ ରହିଛି । ଯଦି ଆପଣଙ୍କୁ ଏକ ମାସ ପାଇଁ କଲିଂ ଓ ଡାଟା ଥିବା ଶସ୍ତା ରିଚାର୍ଜ ଦରକାର, ତେବେ ଆପଣ ୧୪୭ ଟଙ୍କିଆ ପ୍ଲାନ ଟ୍ରାଏ କରିପାରିବେ । ଏହି ରିଚାର୍ଜ ପ୍ଲାନରେ ୩୦ ଦିନିଆ ଭାଲିଡିଟି ମିଳିଥାଏ । ଏଥିସହିତ ଅନଲିମିଟେଡ ଭଏସ୍ କଲିଂ ସର୍ଭିସ, ୧୦ ଜିବି ଡାଟା, ରିଚାର୍ଜରେ ପର୍ସନାଲ ରିଙ୍ଗ ବ୍ୟାକ ଟ୍ୟୁନର ମଧ୍ୟ ବିକଳ୍ପ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.