BSNL ବଢ଼ାଇଲା ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍, ଗୋଟିଏ ରିଚାର୍ଜରେ ୩ ଜଣଙ୍କ କନେକ୍ସନ

ବର୍ତ୍ତମାନ ରିଚାର୍ଜ ପ୍ଲାନକୁ ନେଇ Jio, Airtel, VI ଏବଂ BSNL ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କର ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରୁଛନ୍ତି । ପ୍ରାଇଭେଟ୍ ଟେଲିକମ୍ କମ୍ପାନୀଗୁଡିକ ସହିତ ପ୍ରତିଯୋଗିତା କରିବା ପାଇଁ ଏବେ ସରକାରୀ ଟେଲିକମ୍ କମ୍ପାନୀ BSNL ସବୁଠାରୁ ଦମଦାର୍ ଅଫର ଆଣିଛି । BSNL ଏକ ପ୍ଲାନ ଉପସ୍ଥାପନ କରିଛି ଯେଉଁଥିରେ କେବଳ ଗୋଟିଏ ପ୍ଲାନରେ ୩ଟି କନେକ୍ସନ୍ ଦିଆଯାଉଛି ।

ଗତ କିଛି ମାସ ମଧ୍ୟରେ ଟେଲିକମ୍ ଇଣ୍ଡଷ୍ଟ୍ରିରେ BSNL ଖୁବ୍ ଚର୍ଚ୍ଚାରେ ରହିଛି । ଏହା ପଛରେ ବଡ଼ କାରଣ ହେଉଛି କମ୍ପାନୀର ଶସ୍ତା ରିଚାର୍ଜ ପ୍ଲାନ୍ । BSNL ର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ୟୁଜର୍ସଙ୍କ ପାଇଁ ଅନେକ ଦମଦାର୍ ପ୍ଲାନ୍ ଅଛି । ହେଲେ ବର୍ତ୍ତମାନ BSNL ଏକ ପାୱାରଫୁଲ୍ ପ୍ଲାନ୍ ଆଣିଛି ଯାହା ରିଚାର୍ଜର ଏକ୍ସଟ୍ରା ଖର୍ଚ୍ଚ ସେଭିଙ୍ଗ କରିବ ।

ଏହି ପାୱାରଫୁଲ୍ ପ୍ଲାନନ୍ ବିଷୟରେ ଇନଫରମେସନ୍ BSNL ନିଜର X ଆକାଉଣ୍ଟରୁ ଏକ ପୋଷ୍ଟ ମାଧ୍ୟମରେ ପ୍ରଦାନ କରିଛି । ଆପଣ ଏହି ପ୍ଲାନର ଲାଭ କମ୍ପାନୀର ଅଫିସିଆଲ୍ ୱେବସାଇଯ୍ କିମ୍ବା BSNL ସେଲ୍ଫ କେୟାର ଆପ୍ ମାଧ୍ୟମରେ ନେଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଡିଟେଲ୍ସ ।

BSNL ନିଜର ପୋଷ୍ଟପେଡ୍ ୟୁଜର୍ସଙ୍କ ପାଇଁ ୯୯୯ ଟଙ୍କାର ଏକ ନୂଆ ପ୍ଲାନ୍ ଆଣିଛି । ଏହା କମ୍ପାନୀର ଏକ ଫ୍ୟାମିଲ୍ ପ୍ଲାନ୍ । ଏହି ପ୍ଲାନର ସବୁଠାରୁ ବଡ଼ ବିଶେଷ କଥା ହେଉଛି ଯେ କେବଳ ଜଣେ ବ୍ୟକ୍ତିଙ୍କୁ ରିଚାର୍ଜ କରିବାକୁ ପଡିବ ଏବଂ ୩ ଜଣଙ୍କ ନମ୍ବର ଆଡ୍ କରାଯାଇପାରିବ । ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ଖର୍ଚ୍ଚରେ ତିନି ଜଣଙ୍କ ନମ୍ବର ଚାଲିପାରିବ । ଫ୍ୟାମିଲିର ବିଭିନ୍ନ ସଦସ୍ୟଙ୍କ ପାଇଁ ଇଣ୍ଡିଭିଜ୍ୟୁଆଲ୍ ପ୍ଲାନ୍ ନେବାର ଆବଶ୍ୟକତା ରହିବ ନାହିଁ ।

BSNL ର ଏହି ୯୯୯ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ମିଳୁଥିବା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, କମ୍ପାନୀ ପ୍ରାଇମେରୀ ୟୁଜର୍ସ ଏବଂ ଅନ୍ୟାନ୍ୟ କନେକ୍ସନ୍ ଥିବା ଗ୍ରାହକମାନଙ୍କୁ ଅନଲିମିଟେଡ୍ ଫ୍ରି କଲିଂ ପ୍ରଦାନ କରୁଛି । ଏହା ସହିତ ସକସ୍ତ ୟୁଜର୍ସ ୭୫ GB ଡାଟା ପାଇବେ । ଏହାର ଅର୍ଥ ହେଉଛି ପ୍ଲାନରେ ମୋଟ୍ ୩୦୦ GB ଡାଟା ଉପଲବ୍ଧ ହେବ । ଏହା ବ୍ୟତୀତ, କମ୍ପାନୀ ସମସ୍ତ ୟୁଜର୍ସଙ୍କ ପାଇଁ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ପ୍ରଦାନ କରିବ ।