କୋଟି କୋଟି ମୋବାଇଲ ୟୁଜର୍ସମାନଙ୍କୁ BSNL ପୁଣି ଥରେ ଖୁସି ଖବର ଦେଇଛି । କମ୍ପାନୀ ଏହାର ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଏକ୍ସଟ୍ରା ଡାଟା ଦେବାକୁ ନିଷ୍ପତ୍ତି ନେଇଛି । ଭାରତର ସଞ୍ଚାର ନିଗମ ଲିମିଟେଡ୍ ଗତ କିଛି ମାସ ମଧ୍ୟରେ ୟୁଜର୍ସମାନଙ୍କ ପାଇଁ ଅନେକ ଜବରଦସ୍ତ ଅଫର ଆଣିଛି । କମ୍ପାନୀ ଏକା ସାଙ୍ଗରେ ୭ଟି ନୂଆ ସର୍ଭିସ ଲଞ୍ଚ କରିଛି । ଏହି ଅବସରରେ କମ୍ପାନୀ ଅଧ୍ୟକ୍ଷ କହିଥିଲେ ଯେ ନିକଟ ଭବିଷ୍ୟତରେ BSNL ପ୍ଲାନ୍ ମହଙ୍ଗା ହେବ ନାହିଁ । କମ୍ପାନୀ ବର୍ତ୍ତମାନ ଇନଫାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଉପରେ ଫୋକସ କରୁଛି, ଯାହା ଦ୍ୱାରା ଅଧିକରୁ ଅଧିକ ୟୁଜର୍ସ ଆସିପାରିବେ ।
ଏହାର ଅଫିସିଆଲ X ହ୍ୟାଣ୍ଡେଲ୍ରୁ ଏକ୍ସଟ୍ରା ଡାଟା ଦେବାକୁ BSNL ଘୋଷଣା କରିଛି । ୮୪ଦିନ ରିଚାର୍ଜ ପ୍ଲାନ ସହିତ ଅଫର ମଧ୍ୟ ପ୍ରଦାନ କରୁଛି । BSNL ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ କମ୍ପାନୀର ୫୯୯ ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସହିତ ଏହି ଅଫର ଦେବ । ଭାରତ ସଞ୍ଚାର ନିଗମ ଲିମିଟେଡ୍ର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ଦୈନିକ ୩GB ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ମିଳିବ । ଏହି ୮୪ ଦିନିଆ ରିଚାର୍ଜ ପ୍ଲାନ୍ରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଙ୍ଗ ସହିତ ଅନ୍ୟାନ୍ୟ ବେନିଫିଟ୍ସ ମଧ୍ୟ ମିଳିଥାଏ ।
ସରକାରୀ ଟେଲିକମ୍ କମ୍ପାନୀର ଏହି ପ୍ରିପେଡ୍ ଅଫର କେବଳ BSNL ର ସେଲ୍ଫ କେୟାର ଆପ୍ ମାଧ୍ୟମରେ ମିଳିପାରିବ । ୟୁଜର୍ସମାନଙ୍କୁ ସେମାନଙ୍କର BSNL ନମ୍ବର ରାଚାର୍ଜ କରିବାକୁ ସେଲ୍ଫ କେୟାର ଆପ୍ ବ୍ୟବହାର କରିବାକୁ ପଡିବ । ଏହି ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସମାନେ Zing, PRBT, Astrotell ଏବଂ GameOnService ଭାଲ୍ୟୁ ଆଡେଡ୍ ସର୍ଭିସଗୁଡିକର ଲାଭ ମଧ୍ୟ ପାଇବେ ।
୩୦୦ ଦିନିଆ ପ୍ଲାନ୍ :
BSNL ର ଅନ୍ୟ ଖବର ବିଷୟରେ କହିବାକୁ ଗଲେ, ସରକାରୀ ଟେଲିକମ କମ୍ପାନୀ ୩୦୦ ଦିନର ଭ୍ୟାଲିଡିଟି ସହିତ ଅନ୍ୟ ରିଚାର୍ଜ ପ୍ଲାନ ଅଛି । ଏହି ପ୍ଲାନ ପାଇଁ BSNL ୟୁଜର୍ସଙ୍କୁ ୭୯୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାରେ ଥଇବା ବେନିଫିଟ୍ସ କଥା କହିବାକୁ ଗଲେ ଏଥିରେ ୟୁଜର୍ସଙ୍କୁ ପ୍ରଥମ ୬୦ଦିନ ପାଇଁ ଅନଲିମିଟେଡ୍ ଭଏସ୍ କଲିଂ, ଦୈନିକ ୨GB ହାଇ ସ୍ପିଡ୍ ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ମିଳିଥାଏ । ୬୦ ଦିନ ପରେ ଆଉଟଗୋଇଙ୍ଗ କଲ ପାଇଁ ୟୁଜର୍ସଙ୍କୁ ସେମାନଙ୍କ ନମ୍ବର ଟପ-ଅପ୍ କରିବାକୁ ପଡିବ ।