୭୦୦ରୁ କମ୍‌ ଦାମରେ ପାଇବେ ୧୦୦ ଦିନରୁ ଅଧିକ ଭ୍ୟାଲିଡିଟି, BSNL ଦେଉଛି ଏହି ଖାସ୍ ଅଫର

ନିକଟ ଭବିଷ୍ୟତରେ BSNL କମ୍ପାନୀ ଏହାର ରିଚାର୍ଜ ପ୍ଳାନ ମହଙ୍ଗା କରିବ ନାହିଁ ବୋଲି BSNL ଅଧ୍ୟକ୍ଷ ନିକଟରେ ଘୋଷଣା କରିଛନ୍ତି । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀ Jio, Airtel ଏବଂ Vi ପ୍ଲାନ ମହଙ୍ଗା ହେବା ପରେ BSNL ଗତ ଦୁଇ ମାସ ମଧ୍ୟରେ ୫୫ ଲକ୍ଷରୁ ଅଧିକ ନୂଆ ୟୁଜର୍ସ ଯୋଡିଛି । ସରକାରୀ ଟେଲିକମ୍‌ କମ୍ପାନୀ ଏହାର ୟୁଜର୍ସମାନଙ୍କୁ ଶସ୍ତାରେ ଅନେକ ପ୍ରିପେଡ୍‌ ରିଚାର୍ଜ ପ୍ଲାନ ଅଫର କରୁଛି । ପ୍ରାଇଭେଟ କମ୍ପାନୀ ଗୁଡିକର ୮୪ ଦିନିଆ ପ୍ଲାନ ପାଇଁ ୮୦୦ ରୁ ୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ BSNL ୭୦୦ରୁ କମ୍‌ ପ୍ରାଇସରେ ୧୦୦ ଦିନରୁ ଅଧିକ ଭ୍ୟାଲିଡିଟି ସହିତ ତିନୋଟି ରିଚାର୍ଜ ପ୍ଲାନ୍‌ ଅଫର କରୁଛି । ଆସନ୍ତୁ ଜାଣିବା ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ତିନୋଟି ରିଚାର୍ଜ ପ୍ଲାନ ବିଷୟରେ ।

୬୯୯ ଟଙ୍କା ପ୍ଲାନ୍‌ :
BSNL ର ଏହି ପ୍ରିପେଡ୍‌ ରିଚାର୍ଜ ପ୍ଳାନ୍‌ ୧୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍‌ ଫ୍ରି’ କଲିଂର ସୁବିଧା ଦିଆଯିବ । ଆହୁରି ମଧ୍ୟ ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନ୍‌ ଫ୍ରି ନ୍ୟାସନାଲ୍‌ ରୋମିଙ୍ଗ ସହିତ ଆସିଥାଏ । ଏହି ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ ୧୦୦ ଫ୍ରି’ SMS ର ଲାଭ ପାଇବେ । ଏହା ବ୍ୟତୀତ, ଏହି ପ୍ରିପେଡ୍‌ ପ୍ଲାନ୍‌ରେ ୟୁଜର୍ସମାନଙ୍କୁ ପ୍ରତିଦିନ ୫୧୨MB ଡାଟା ଦିଆଯିବ । ଏହା ପରେ, ୟୁଜର୍ସମାନଙ୍କୁ ୪୦kbps ସ୍ପିଡରେ ଅନଲିମିଯେଡ ଡାଟାର ସୁବିଧା ମିଳିବ ।

୬୬୬ ଟଙ୍କା ପ୍ଲାନ୍‌ :
BSNL ର ଏହି ପ୍ରିପେଡ୍‌ ରିଚାର୍ଜ ପ୍ଳାନ୍‌ରେ ୟୁଜର୍ସମାନେ ୧୦୫ ଦିନର ଭ୍ୟାଲିଡିଟି ପାଇବେ । ଏହି ପ୍ଲାନରେ ୟୁଜର୍ସମାନେ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍‌ ଫ୍ରି’ କଲିଂର ଲାଭ ପାଇବେ । ଏହା ସହ ଏହି ପ୍ଲାନରେ ୟୁଜର୍ସମାନେ ସାରା ଦେଶରେ ଫ୍ରି’ ନ୍ୟାସନାଲ୍‌ ରୋମିଙ୍ଗର ଲାଭ ପାଇବେ । BSNL ର ଏହି ପ୍ଳାନ୍‌ ଦୈନିକ ୨GB ଡାଟା ସହିତ ଆସିଥାଏ । ଏଥିରେ ୟୁଜର୍ସମାନେ ପ୍ରତିଦିନ ୧୦୦ ଟି ଫ୍ରି SMS ର ଲାଭ ପାଇବେ ।

୩୯୭ ଟଙ୍କା ପ୍ଲାନ୍‌ :
BSNL ର ଏହି ରିଚାର୍ଜ ପ୍ଳାନରେ ୧୫୦ ଦିନର ଭ୍ୟାଲିଡିଟି ଅଛି । ଏହି ପ୍ରିପେଡ୍‌ ରିଚାର୍ଜ ପ୍ଲାନ୍‌ରେ ୟୁଜର୍ସମାନେ ପ୍ରଥମେ ୩୦ ଦିନ ପାଇଁ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍‌ ଫ୍ରି’ କଲିଂର ଲାଭ ପାଇବେ । ଏହା ସହିତ ୟୁଜର୍ସମାନଙ୍କୁ ଏଥିରେ ଫ୍ରି’ ନ୍ୟାସନାଲ୍‌ ରୋମିଙ୍ଗ ଲାଭ ଦିଆଯିବ । ଏହି ପ୍ଲାନରେ ପ୍ରଥମେ ୩୦ ଦିନ ପାଇଁ ଦୈନିକ ୨ GB ହାଇ ସ୍ପିଡ୍‌ ଡାଟା ଏବଂ ୧୦୦ ଫ୍ରି’ SMS ର ଲାଭ ପାଇବେ ।

You might also like