BSNL ର କେଉଁ ପ୍ଲାନ୍ ଆପଣଙ୍କ ପାଇଁ ବେଷ୍ଟ, ଜାଣନ୍ତୁ କେଉଁଥିରୁ ମିଳିବ ଅଧିକ ଫାଇଦା

ନିକଟରେ BSNL ନିଜର ୟୁଜର୍ସଙ୍କ ପାଇଁ ଅନେକ ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । ସରକାରୀ ଟେଲିକମ୍ କମ୍ପାନୀଗୁଡିକ ପ୍ରାଇଭେଟ୍ ଅପରେର୍ଟ୍ସଙ୍କୁ ସମସ୍ତ ମାମଲାରେ ଚ୍ୟାଲେଞ୍ଜ ଦେବାକୁ ଲାଗିଲେଣି । BSNL ନିଜର 4G ନେଟୱାର୍କକୁ ଏକ୍ସପାଣ୍ଡ କରୁଛି, କାହିଁକିନା ୟୁଜର୍ସଙ୍କୁ ଭଲ କନେକ୍ଟିଭିଟି ମିଳିପାରିବ । ଗତ ମାସ ସୁଦ୍ଧା ଭାରତ ନିଗମ ଲିମିଡେଟ୍ ଦେଶରେ ୬୫,୦୦୦ ନୂଆ 4G ମୋବାଇଲ୍ ଟାୱାର ଲାଇବ କରିଛି । କମ୍ପାନୀ ଚଳିତ ବର୍ଷ ଜୁନ୍ ସୁଦ୍ଧା ସାରା ଦେଶରେ ୧ ଲକ୍ଷ 4G ମୋବାଇଲ୍ ଟାୱାର ସ୍ଥାପନ କରିବ । ଯଦି ଆପଣ ମଧ୍ୟ ଜଣେ BSNL ୟୁଜର୍ସ ତେବେ ଆପଣଙ୍କର ଆବଶ୍ୟକତା ଅନୁସାରେ ବେଷ୍ଟ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ପ୍ଲାନ୍ ବାଛିପାରିବେ ।

BSNL ର ବେଷ୍ଟ ପ୍ରିପେଡ୍ ପ୍ଲାନ୍ :

Daily Data Plans : ଦୈନିକ ଡାଟା ୟୁଜର୍ସମାନେ 1GB, 2GB 3GB ଦୈନିକ ଡାଟା ସହିତ BSNL ର ରିଚାର୍ଜ ପ୍ଲାନ୍ ମଧ୍ୟରୁ ବାଛିପାରିବେ । ଏହି ପ୍ଲାନରେ ୟୁଜର୍ସଙ୍କୁ ଦିନସାରା ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଆବଶ୍ୟକତା ଅନୁଯାୟୀ ଡାଟା ମିଳିଥାଏ ।

Unlimited Plans: BSNL ର ଅନେକ ରିଚାର୍ଜ ପ୍ଲାନ୍ ଅଛି ଯେଉଁଥିରେ ଅନଲିମିଟେଡ୍ ଲୋକାଲ୍ ଏବଂ STD କଲିଂ ସୁବିଧା ରହିଛି । ଏହି ପ୍ଲାନଗୁଡିକରେ ୟୁଜର୍ସମାନଙ୍କୁ ଫ୍ରି SMS ମଧ୍ୟ ପ୍ରଦାନ କରାଯାଉଛି ।

Long Validity Plans: ଏହା ବ୍ୟତୀତ BSNL ନିଜର ୟୁଜର୍ସଙ୍କୁ ଅନେକ ଲଙ୍ଗ ଭ୍ୟାଲିଡିଟି ପ୍ଲାନ୍ ଅଫର କରିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ୩୯୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ପ୍ରଦାନ କରାଯାଉଛି ।

Budget Friendly Plans: ଏଥି ସହ ସାକାରୀ ଟେଲିକମ୍ କମ୍ପାନୀର ବଜେଟ୍ ଫ୍ରେଣ୍ଡଲି ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୟୁଜର୍ସଙ୍କୁ କମ୍ ମୂଲ୍ୟରେ ଅନଲମିଟେଡ୍ କଲିଂ ସହିତ କିଛି ଡାଟା ମଧ୍ୟ ଅଫର କରାଯାଇଥାଏ ।

Voice only Plans: ଏହା ବ୍ୟତୀତ କମ୍ପାନୀ TRAI ଗାଇଡଲାଇନ୍ ଅନୁସାରେ ବିନା ଡାଟା ଥିବା ଭଏସ୍ ଓନଲି ପ୍ଲାନ୍ ମଧ୍ୟ ଉପସ୍ଥାପନ କରିଛି । ଫିଚର ଫୋନ୍ ୟୁଜର୍ସମାନେ BSNL ର ଏହି ପ୍ଲାନକୁ ଟ୍ରାଏ କରିପାରିବେ ।

BSNL ର ପେଷ୍ଟେପେଡ୍ ପ୍ଲାନ୍ :

ସରକାରୀ ଟେଲିକମ୍ କମ୍ପାନୀର ମଧ୍ୟ ପ୍ରାଇଭେଟ୍ ଅପରେଟରମାନଙ୍କ ପରି ପୋଷ୍ଟପେଡ୍ ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନେ ଅନଲିମିଡେଟ୍ କଲିଂ, ଡାଟା ସହିତ ଅନେକ ପ୍ରିମିୟମ ବେନିଫିଟ୍ସ ମିଳିଥାଏ ।

Family Plan: କମ୍ପାନୀ ପାଖରେ ଫ୍ୟାମିଲି ଏବଂ ବିଜନେସ୍ ପୋଷ୍ଟପେଡ୍ ପ୍ଲାନ୍ ମଧ୍ୟ ଅଛି । ଫ୍ୟାମିଲି ପୋଷ୍ଟପେଡ୍ ପ୍ଲାନରେ ଗୋଟିଏ କନେକ୍ସନ ସହିତ ଅନେକ ନମ୍ବର ଆଡ୍ କରାଯାଇପାରିବ ।

Business Plan: ସେହିଭଳି, Business ପୋଷ୍ଟପେହ୍ ପ୍ଲାନ୍ ବିଶେଷ ଭାବରେ ସେହି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ ପ୍ରାୟୋରିଟି ସର୍ଭିସ୍ ଏବଂ ହାଇ ସ୍ପିଡ୍ ଡାଟା ପାଇବାକୁ ଚାହୁଁଛନ୍ତି ।