BSNL ଖୁବ୍ ଶୀଘ୍ର ଲଞ୍ଚ କରିବ 5G ସର୍ଭିସ୍, ଟେନସନରେ Airtel, Jio ଏବଂ Voda

BSNL ପୁଣିଥରେ ପ୍ରାଇଭେଟ୍ କମ୍ପାନୀ Airtel, Jio ଏବଂ Voda ୟୁଜର୍ସଙ୍କୁ କମ୍ କରିବା ପାଇଁ ପ୍ଲାନ୍ କରିଛି । କମ୍ପାନୀ ଖୁବ୍ ଶୀଘ୍ର ଏହାର 5G ସର୍ଭିସ୍ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ସରକାରୀ କମ୍ପାନୀ TCS ସହିତ ହାତ ମିଳାଇଛି । ଟାଟାର ଆଇଟି କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ 4G/5G ସର୍ଭିସ୍ ରୋଲ ଆଉଟ୍ କରିବ । TCS ନିକଟରେ କହିଛି ଯେ ଖୁବ୍ ଶୀଘ୍ର BSNL ୟୁଜର୍ସ 4G/5G ସର୍ଭିସର ସୁବିଧା ପାଇବେ । ଏହା ବ୍ୟତୀତ କମ୍ପାନୀ ୬୦ ହଜାରରୁ ଅଧିକ ନୂଆ 4G ଟାୱାର୍ ସ୍ଥାପନ କରିଛି । ଯାହା ଦ୍ବାରା ୟୁଜର୍ସମାନେ ଭଲ କନ୍ନେକ୍ଟିଭିଟି ମଳିବ ।

ଜୁଲାଇରେ ରିଚାର୍ଜ ପ୍ଲାନ୍ ମହଙ୍ଗା ହେବା ପରଠାରୁ BSNL ୟୁଜର୍ସମାନେ ବେସ୍ ବଢ଼ିଯାଇଛନ୍ତି । ଅକ୍ଟୋବରରେ କମ୍ପାନୀ ୩.୫ ଲକ୍ଷ ନୂ୍ଆ ୟୁଜର୍ସ ଯୋଡିଛି ଏବଂ ଏହାର ୟୁର୍ଜର ବେସକୁ ୧୦ କୋଟି ପାଖାପାଖି ନେଇଛି । ପ୍ରାଇଭେଟ୍ କମ୍ପାନୀଗୁଡିକର ମହଙ୍ଗା ପ୍ଲାନ୍ ହେତୁ ଅଧିକାଂଶ ଉପଭୋକ୍ତା ସେମାନଙ୍କ ସଂଖ୍ୟାକୁ BSNL କୁ ଚେଞ୍ଜ କରୁଛନ୍ତି । କମ୍ପାନୀ ୩୬୫ ଦିନର ଆଉ ଏକ ଶସ୍ତା ପ୍ଲାନ୍ ଉପସ୍ଥାପନ କରିଛି ।

BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୧୧୯୮ ଟଙ୍କା ମୂଲ୍ୟରେ ଆସିଥାଏ । ଏଥିରେ, ୟୁଜର୍ସମାନେ ୩୬୫ ଦିନର ଭ୍ୟାଲିଡିଟି ପାଇବେ । ଏହି ପ୍ଲାନରେ ଥିବା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ୟୁଜର୍ସମାନେ ପ୍ରତି ମାସରେ ୩୦୦ ମିନଟ୍ ଫ୍ରି କଲିଂର ସୁବିଧା ଦିଆଯିଏ । କେବଳ ଏତିକି ନୁହେଁ ୟୁଜର୍ସଙ୍କୁ ପ୍ରତି ମାସରେ ୩GB ଡାଟା ଏବଂ ସମଗ୍ର ମାସ ପାଇଁ ୩୦ ଫ୍ରି SMS ଦିଆଯିବ । BSNL ର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଉପଭୋକ୍ତାମାନେ ଫ୍ରି ନ୍ୟାସନାଲ୍ ରୋମିଂର ଲାଭ ପାଇବେ । ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ ଇନକମିଙ୍ଗକଲ୍ ସୁବିଧା ପାଇବେ ।

ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ବିଶେଷତଃ ସେହି ୟୁଜର୍ସଙ୍କ ପାଇ ଭଲ ହେବ, ଯେଉଁମାନେ BSNL ସିମ୍ କୁ ସେକେଣ୍ଡାରୀ ସିମ୍ ଭାବରେ ବ୍ୟବହାର କରନ୍ତି ଏବଂ ସେମାନଙ୍କ ନମ୍ବରକୁ ବର୍ଷସାରା ଆକ୍ଟିଭ୍ ରଖିବାକୁ ଚାହାଁନ୍ତି । ଏହା ବ୍ୟତୀତ BSNL ର ୩୦୦, ୩୩୬ ଏବଂ ୩୯୫ ଦିନର ଲମ୍ବା ଭ୍ୟାଲିଡିଟି ରିଚାର୍ଜ ପ୍ଲାନ୍ ରହିଛି । ଏହି ରିଚାର୍ଜ ପ୍ଲାନଗୁଡିକରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ, ଡାଟା ଇତ୍ୟାଦିର ଲାଭ ପାଇବେ ।