BSNL ର ଏକ ବର୍ଷ ଭ୍ୟାଲିଡିଟି ପ୍ଲାନ ହେଲା ଶସ୍ତା, ଗୋଟିଏ ରିଚାର୍ଜରେ ଦୂର ହେବ ସବୁ ଟେନସନ୍
ରିଚାର୍ଜ ପ୍ଲାନ୍ ବଢ଼ିଥିବା କାରଣରୁ ଅନେକ ମୋବାଇଲ୍ ୟୁଜର୍ସ ଚିନ୍ତାରେ ପଡିଛନ୍ତି । ପ୍ରତି ମାସରେ ନୂଆ ରିଚାର୍ଜ ପ୍ଲାନ୍ ପାଇବା ୟୁଜର୍ସମାନଙ୍କ ପାଇଁ ଏକ ବଡ ସମସ୍ୟା ହୋଇଗଲାଣି । ଯେବେଠାରୁ Jio, Airtel and Vi ତାଙ୍କର ପ୍ରାଇସର ମୂଲ୍ୟ ବଢ଼ାଇଛନ୍ତି, ସେବେଠୁ ୟୁଜର୍ସମାନେ ଶସ୍ତା ଏବଂ ସୁଲଭ ପ୍ଲାନ୍ ପ୍ରଦାନ କରୁଛନ୍ତି । ସରକାରୀ ଟେଲିକମ୍ ଏଜେନ୍ସି BSNL ଗ୍ରାହକଙ୍କୁ ପୁରୁଣା ରେଟରେ ରିଚାର୍ଜ ପ୍ଲାନ୍ ଅଫର କରୁଛି ।
Reliance Jio, Airtel and VI ଭ୍ୟାଲିଡିଟି ପାଇଁ ୟୁଜର୍ସମାନଙ୍କଠାରୁ ୧୦୦୦ ଟଙ୍କା ଚାର୍ଜ କରୁଥିବାବେଳେ BSNL ୫୦୦ ଟଙ୍କାରୁ କମ୍ ମୂଲରେ ୧୫୦ ଦିନର ଭ୍ୟାଲିଡିଟି ଅଫର କରିଥାଏ । ଯଦି ଆପଣ ଏକ ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି ଯାହାକି ଶସ୍ତା ମୂଲରେ ୧ବର୍ଷ ପାଇଁ ରହିବ, ତେବେ BSNL ଆପଣଙ୍କ ପାଇଁ ଖାସ୍ ରିଚାର୍ଜ ପ୍ଲାନ୍ ହେବ । ଆପଣ କେବଳ ଗୋଟିଏ ରିଚାର୍ଜ ପ୍ଲାନ ସହିତ, ବର୍ଷସାରା ରିଚାର୍ଜ ଟେନସନରୁ ମୁକ୍ତି ହୋଇପାରିବେ ।
ଆପଣଙ୍କୁ କହିବୁ ଯେ ସରକାରୀ ଟେଲିକମ୍ ଏଜେନ୍ସିର ପୋର୍ଟଫୋଲିଓରେ ୭୦ ଦିନରୁ ୧୦୫ ଦିନ, ୧୫୦ ଦିନ, ୧୩୦ ଦିନ, ୧୬୦ ଦିନ, ୧୮୦ ଦିନ, ୨୦୦ ଦିନ ଏବଂ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅନେକ ଦମଦାର୍ ରିଚାର୍ଜ ପ୍ଲାନ୍ ଉପଲବ୍ଧ ରହିଛି । ଆସନ୍ତୁ ଜାଣିବା BSNL ର ଏକ ସବୁଠାରୁ ପାୱାରଫୁଲ୍ ଆନୁଆଲ୍ ପ୍ଲାନ୍ ବିଷୟରେ ।
BSNL ଦ୍ବାରା ଲିଷ୍ଟରେ ୧୪୯୯ ଟଙ୍କା ମୂଲର ଦମଦାର୍ ରିଚାର୍ଜ ପ୍ଲାନ୍ ଆଡ୍ କରାଯାଇଛି । ଏହି ପ୍ଲାନରେ ଆପଣଙ୍କୁ ଅନେକ ଭଲ ସର୍ଭିସ୍ ଅଫର କରାଯାଇଛି । BSNL ର ଏହି ରିଚାର୍ଜ ପ୍ଲାନରେ ୩୩୬ ଦିନର ଭ୍ୟାଲିଡିଟି ଦେଇଛି, ଅର୍ଥାତ୍ ଆପଣ ପାଖାପାଖି ଏକ ବର୍ଷ ପାଇଁ ରାଚାର୍ଜ ଟେନସନରୁ ମୁକ୍ତି ହୋଇପାରିବେ । ଆପଣ ୩୩୬ ଦିନ ପାଇଁ Jio, Airtel and VI ନେଟୱାର୍କରେ ଫ୍ରି କଲିଂ କରିପାରିବେ । BSNL ର ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଦୈନିକ ୧୦୦ ଫ୍ରି SMS ମଧ୍ୟ ପାଇବେ ।
ଯଦି ଏହି ପ୍ଲାନରେ ମିଳୁଥିବା ଡାଟା ବେନିଫିଟ୍ସ ବିଷୟରେ କହିବା ତେବେ ଏଥିରେ ଆପଣଙ୍କୁ କମ୍ପାନୀ ୩୩୬ ଦିନ ପାଇଁ ୨୪GB ଡାଟା ଅଫର କରିବ । ଏହି ସ୍ଥିତିରେ ଯଦି କେହି ୟୁଜର୍ସ ଅଧିକ ଇଣ୍ଟରନେଟ୍ ଆବଶକତା କରେ ନାହିଁ , ତେବେ ଏହି ରିଚାର୍ଜ ପ୍ଲାନ୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରେ । ଯଦି ଆପଣଙ୍କୁ ଅଧିକ ଡାଟାର ଆବଶ୍ୟକ ଅଛି ତେବେ ଆପଣ ୧୯୯୯ ଟଙ୍କାର ପ୍ଲାନ୍ ନେଇପାରିବେ । ୧୯୯୯ ଟଙ୍କା ପ୍ଲାନରେ BSNL ଗ୍ରାହକଙ୍କୁ ୬୦୦୦GB ଡାଟା ପ୍ରଦାନ କରିଥାଏ ।