BSNLର ଦମଦାର ପ୍ଲାନ: ୧୧୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୨ ଜିବି ଡାଟା ଏବଂ ମାଗଣା କଲ୍

BSNL ହେଉଛି ଦେଶର ଏକ ସରକାରୀ ଟେଲିକମ୍ କମ୍ପାନୀ । ଯାହା ଜିଓ, ​​ଏୟାରଟେଲ ଏବଂ ଭୋଡ଼ାଫୋନ ଭଳି ଘରୋଇ କମ୍ପାନୀକୁ ଏହାର ଉତ୍କୃଷ୍ଟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ ସହିତ କଡା ପ୍ରତିଯୋଗିତା ଦେଇଥାଏ । ଆଜି ଆମେ ଆପଣଙ୍କୁ ବିଏସଏନଏଲର ଏଭଳି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ୧୧୦ ଦିନର ଭାଲିଡିଟି ସହ ୨୨୦ ଜିବି ଡାଟା ଦେଉଛି । ଏତିକି ନୁହେଁ ବିଏସଏନଏଲର ଏହି ପ୍ଲାନରେ କଲ ଏବଂ ଏସଏମଏସ ମଧ୍ୟ ମିଳିଛୁ ।

BSNL ର ଏହି ପ୍ଲାନ ର ମୂଲ୍ୟ 666 ଟଙ୍କା । ଏହି ପ୍ଲାନରେ, ଆପଣଙ୍କୁ ୧୧୦ ଦିନ ପାଇଁ ଦୈନିକ 2GB ଡାଟା ଦିଆଯାଉଛି, ଅର୍ଥାତ୍ ଏହି ଯୋଜନାରେ ମୋଟ 220GB ଇଣ୍ଟରନେଟ୍ ଆପଣଙ୍କୁ ଦିଆଯାଉଛି । ଯେତେବେଳେ ଆପଣଙ୍କର ଡାଟା ସରିଯିବ, ସେତେବେଳେ ଆପଣଙ୍କ ପାଇଁ ଇଣ୍ଟରନେଟ୍ ସ୍ପିଡ୍ 40Kbps କୁ ହ୍ରାସ ପାଇବ । ପ୍ଲାନରେ ସବୁ ନେଟୱର୍କକୁ ଅନଲିମିଟେଡ କଲିଂ ଏବଂ ୧୦୦ ଏସଏମଏସ ପ୍ରତିଦିନ ରହିଛି । ଏହା ବ୍ୟତୀତ କଲରଟ୍ୟୁନ୍ ଏବଂ ଲୋକଧୁନ କଣ୍ଟେଣ୍ଟରେ ମଧ୍ୟ ମେମ୍ବରସିପ୍ ରହିଛି ।

ଏହି ଦାମରେ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆର ପ୍ଲାନ ଏକା ଭଳି ରହିଛି । ଏଥିରେ ୭୭ ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଇଛି । ଏହିଭଳି ସମୁଦାୟ ୧୧୫.୫ ଜିବି ଡାଟା ରହିଛି । ପ୍ଲାନରେ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଦିଆଯାଉଛି ।

Jio ର ୬୬୬ ଟଙ୍କା ପ୍ଲାନ

ରିଲାଏନ୍ସ ଜିଓ ର ୬୬୬ ଟଙ୍କା ପ୍ଲାନ ୮୪ ଦିନର ଭାଲିଡିଟି ସହ ଆସୁଛି । ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି । ଏହିଭଳି ସମୁଦାୟ ୧୨୬ ଜିବି ଡାଟା ମିଳିବ । ପ୍ଲାନରେ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଏବଂ ଜିଓ ଆପ୍ସ ର ମାଗଣା ସବସ୍କ୍ରିପସନ ମଧ୍ୟ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.