BSNL ର ଜବରଦସ୍ତ ପ୍ଲାନ୍‌, ୮୦୦ ଟଙ୍କାରୁ କମ୍‌ ଦାମରେ ମିଳୁଛି ୩୯୫ ଦିନର ଫାଇଦା

ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆର ମାସିକିଆ ପ୍ଲାନ୍‌ ମହଙ୍ଗା ହେବା ପରେ ସାଧାରଣ ଗ୍ରାହକ ଚିନ୍ତିତ ହୋଇପଡିଛି। ପ୍ଲାନ୍‌ ମହଙ୍ଗା ହେବା ଯୋଗୁଁ ଲୋକ ଅନ୍ୟ କମ୍ପାନୀର ନମ୍ବର ପୋର୍ଟ କରୁଛନ୍ତି। ବିଏସଏନଏଲ ଏପରି ଏକ କମ୍ପାନୀ, ଯେଉଁଠି ପ୍ଲାନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଏସଏନଏଲର ୩୯୫ ଦିନିଆ ବୈଧତା ଥିବା ପ୍ଲାନରେ ଅନେକ ଫାଇଦା ମଧ୍ୟ ମିଳୁଛି। ତେବେ ଜାଣନ୍ତୁ କ’ଣ

୭୯୭ ଟଙ୍କିଆ ପ୍ଲାନ୍‌ :

ବିଏସଏନଏଲ୍‌ର ୭୯୭ ଟଙ୍କିଆ ପ୍ଲାନରେ ୩୯୫ ଦିନର ବୈଧତା ରହିଥାଏ। ପ୍ରଥମ ୬୦ ଦିନ ପର୍ଯ୍ୟନ୍ତ ୨ ଜିବି ପ୍ରତିଦିନ ଡାଟା, ଅନଲିମିଡେଟ୍‌ ଭଏସ କଲିଂ ସହିତ ଦିନକୁ ୧୦୦ଟି ଏସଏମଏସ୍‌ ମିଳୁଛି। ୬୦ ଦିନ ପରେ ଏହି ଡାଟା କମି ୮୦ କେବିପିଏସ୍‌ ହୋଇଯିବ। ଏହି ପ୍ଲାନରେ ୬୦ ଦିନରେ ଡାଟା ଏବଂ କଲିଂ ସରିଯିବ କିନ୍ତୁ ସିମ୍‌ ଆକ୍ଟିଭ ରହିବ।

ଭୋଡାଫୋନ ଆଇଡିଆ ପାଖରେ ୧୭୯୯ ଟଙ୍କିଆ ପ୍ଲାନ ରହିଛି।ଯେଉଁଥିରେ ୩୬୫ ଦିନର ବୈଧତା ରହିଛି। ପ୍ଲାନରେ ଅନଲିମିଟେଡ୍‌ କଲିଂ, ୨୪ ଜିବି ଡାଟା ଏବଂ ୩୬୦୦ ଏସଏମଏସ୍‌ ସୁବିଧା ରହିଛି। ଏୟାରଟେଲର ମଧ୍ୟ ୧୭୯୯ ଟଙ୍କିଆ ପ୍ଲାନ ରହିଛି। ଏଥିରେ ମଧ୍ୟ ଭୋଡାଫୋନ ଆଇଡିଆ ଭଳି ସୁବିଧା ମିଳୁଛି। ସେହିପରି ରିଲାଏନ୍ସ ଜିଓ ପାଖରେ ୨୫୪୫ ଟଙ୍କିଆ ପ୍ଲାନ ରହିଛି। ଯେଉଁଥିରେ ୩୬୫ ଦିନ ପର୍ଯ୍ୟନ୍ତ ୧.୫ ଜିବି ଡାଟା, ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ୍‌ ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.