ଏବେ ବିନା ନେଟୱାର୍କରେ କଲ କରିପାରିବେ BSNL ବ୍ୟବହାରକାରୀ, କମ୍ପାନୀ ଆଣୁଛି ନୂଆ ଟେକ୍ନୋଲୋଜି

ଭାରତୀୟ ଟେଲିକମ କମ୍ପାନୀ BSNL ଖୁବ ଜଲଦି ଭାରତରେ ଆରମ୍ଭ କରିବାକୁ ଯାଉଛି ଭଏସ ଓଭର ୱାଇଫାଇ ସେବା। ଏଥି ପାଇଁ କମ୍ପାନୀ ତାର ଟେଷ୍ଟିଙ୍ଗକୁ ଶେଷ କରିସାରିଛି। ଏହି ଟେକନିକ ସାହାଯ୍ୟରେ ବ୍ୟବହାରକାରୀ କଲିଙ୍ଗର ସୁବିଧା ଦେଉଥିବା ଆପ୍ ମାଧ୍ୟମରେ ବିନା  ନେଟୱର୍କରେ ବି କଲ କରିପାରିବେ। ପ୍ରାରମ୍ଭିକ ସ୍ଥିତିରେ ଏହାକୁ ଭାରତର କିଛି ଅଂଶରେ ଆରମ୍ଭ କରାଯିବ, ଯେଉଁଠାରେ ନେଟୱାର୍କ ଥାଇ ମଧ୍ୟ କଲିଙ୍ଗ କରିବାରେ ଅସୁବିଧା ହେଉଥାଏ। କିନ୍ତୁ କେବଳ BSNL ନୁହେଁ ପୂର୍ବରୁ ମଧ୍ୟ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ ଏହି ସେବାର ଟେଷ୍ଟିଙ୍ଗ କରିସାରିଛନ୍ତି।

ଆହୁରି ପଢନ୍ତୁଅମରନାଥ ଯାତ୍ରୀଙ୍କ ପାଇଁ ଜିଓ ଲଞ୍ଚ କଲା ୧୦୨ ଟଙ୍କାର ପ୍ରିପେଡ ପ୍ଳାନ

୧-BSNL ଭିଓ ୱାଇଫାଇ ସେବା ମଧ୍ୟମରେ ବିନା ମୋବାଇଲ ନେଟୱାର୍କରେ କଲିଙ୍ଗ କରାଯାଇପାରିବ। କମ୍ପାନୀ ଏହାକୁ ନିଜର ସବୁ ସର୍କଲରେ ଲଞ୍ଚ କରିବ, କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କେବଳ ଟାୟାର ୧, ଟାୟାର୨ ବର୍ଗର ସହର ବ୍ୟତିତ ସେହି ଜାଗାରେ ଲଞ୍ଚ କରାଯିବ ଯେଉଁଠାରେ ମୋବାଇଲ ନେଟୱାର୍କ ସୀମିତ ଥାଏ। ଯେଉଁଥିପାଇଁ କଲିଙ୍ଗରେ ବହୁତ ସାରା ଅସୁବିଧା ହୋଇଥାଏ।

୨ -BSNL ଏହି ଭିଓ ୱାଇଫାଇ ସେବାର ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ଓଟିଟି ପ୍ଲାଟଫର୍ମ ଭଳି ହ୍ବାର୍ଟସଆପ ଓ ଫେସବୁକ ମେସେଞ୍ଜର ଭଳି ଆପର ବ୍ୟବହାର କରିବାକୁ ପଡିବ, ଯାହା ମୋବାଇଲ ଡାଟା ଓ ୱାଇଫାଇରେ ଭୟସ କଲିଙ୍ଗର ସୁବିଧା ଦେଇଥାଏ। ଏବେ ଟ୍ରୁକଲରରେ ବି କଲିଙ୍ଗର ସୁବିଧା ମିଲିବାକୁ ଲାଗିଲାଣି।

ଆହୁରି ପଢନ୍ତୁ ୫ ଶକ୍ତିଶାଳୀ ସ୍ମାର୍ଟଫୋନ୍, ଯାହା କେବେ ହୁଏ ନାହିଁ ହ୍ୟାଙ୍ଗ୍

୩-ଗତବର୍ଷ ରିଲାଏନ୍ସ ଜିଓ ମଧ୍ୟ ନିଜର ଭଏସ ଓଭର ୱାଇଫାଇ ସେବାର ଟେଷ୍ଟିଙ୍ଗ ଭାରତରେ ଆରମ୍ଭ କରିଥିଲା। ଜିଓ କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, କେରଳ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଭଳି ଚାରି ରାଜ୍ୟରେ ଟେଷ୍ଟିଙ୍ଗ ଆରମ୍ଭ କରିଥିଲା।

୪ ରିଲାଏନ୍ସ ଜିଓ ବ୍ୟତିତ ଭାରତୀ ଏୟାରଟେଲ ଓ ଭୋଡାଫୋନ ମଧ୍ୟ ଭିଓ ୱାଇଫାଇ ସେବାକୁ ବିକଶିତ କରିବା କ୍ଷେତ୍ରରେ କାମ କରୁଛନ୍ତି। ଏୟାରଟେଲ ଓ ଜିଓର ଟେଷ୍ଟିଙ୍ଗ ଆଡଭାନ୍ସ ଷ୍ଟେଜରେ ପହଞ୍ଚି ଯାଇଛି। ଖୁବ ଜଲଦି କମ୍ପାନୀ ଏହି ସେବାକୁ ଲଞ୍ଚ କରିବ ବୋଲି ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.