ମାତ୍ର ୧୦ ମିନିଟରେ ଘରକୁ 4G ସିମ୍ ପହଞ୍ଚାଇବ BSNL, ଆରମ୍ଭ ହେଲା ଧମାକାଦାର ସର୍ଭିସ

ସରକାରୀ ଟେଲିକମ୍ କମ୍ପାନୀ BSNL ଗ୍ରାହକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନୂଆ ସର୍ଭିସ ଆଣୁଛି । ଶସ୍ତା ରିଚାର୍ଜ ପ୍ଲାନ ପରେ, ଏବେ BSNL ନିଜର ପ୍ରତି ଗ୍ରାହକଙ୍କ ଘରେ BSNL 4G ସିମ୍ ଦେବାକୁ ଏକ ବଡ଼ ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ସହିତ BSNL ନିଜ ସହିତ ଅଧିକ ସଂଖ୍ୟକ ଗ୍ରାହକ ଆଣିବାକୁ ଚାହୁଁଛି । ଯେତେବେଳେ ୟୁଜର୍ସମାନେ ମହଙ୍ଗା ରିଚାର୍ଜ ପ୍ଲାନ ଦ୍ୱାରା ଅସୁବିଧାରେ ପଡିଛନ୍ତି, ସେହି ସମୟରେ କମ୍ପାନୀ ଏପରି ପ୍ଲାନ ପ୍ରସ୍ତୁତ କରିଛି ।

ନିଜ ଗ୍ରାହକଙ୍କୁ ସୁବିଧା ଯୋଗାଇବା ପାଇଁ ସରକାରୀ ଟେଲିକମ୍ କମ୍ପାନୀ ନିଜ ନେଟୱାର୍କର ଉନ୍ନତି ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ବେସରକାରୀ କମ୍ପାନୀଗୁଡ଼ିକୁ କଠୋର ପ୍ରତିଯୋଗିତା ଦେବା ପାଇଁ, ବିଏସଏନଏଲ ଏବେ ବି ପୁରୁଣା ଦାମରେ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଏହା କାରଣ ହେଉଛି ଜିଓ ଏୟାରଟେଲ ଏବଂ ଭୋଡାଫୋନର ପ୍ଲାନ ମହଙ୍ଗା ହେବା ପରେ ବହୁ ସଂଖ୍ୟକ ଉପଭୋକ୍ତା BSNLକୁ ନିଜ ନମ୍ବର ପୋର୍ଟ କରିଛନ୍ତି । ଉପଭୋକ୍ତାମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ କମ୍ପାନୀ ୧ ଲକ୍ଷ 4G ଟାୱାର ସ୍ଥାପନ କରିବାର ଲକ୍ଷ୍ୟ ସ୍ଥିର କରିଛି ।

ଯାହା ପରେ ୟୁଜର୍ସମାନେ ହାଇ ସ୍ପିଡର ଇଣ୍ଟରନେଟ୍ କନେକ୍ଟିଭିଟି ପାଇପାରିବେ । ଏହି 4G ଟାୱାର ମାଧ୍ୟମରେ କମ୍ପାନୀ ପରେ ଗ୍ରାହକଙ୍କୁ 5G ସର୍ଭିସ ମଧ୍ୟ ଯୋଗାଇବ । ଏବେ 4G ସିମ୍ ପାଇବା ପାଇଁ BSNL ୟୁଜର୍ସଙ୍କୁ ଲମ୍ବା ଧାଡିରେ ଠିଆ ହେବାକୁ ପଡ଼ିବନି । ତେଣୁ BSNL 4G Sim ୟୁଜର୍ସଙ୍କ ଘରେ ପହଞ୍ଚାଇବା ପାଇଁ କମ୍ପାନୀ ଏହି ସୁବିଧା ପ୍ରଦାନ କରିଛି । ୟୁଜର୍ସମାନେ ବର୍ତ୍ତମାନ ମାତ୍ର ୧୦ ମିନିଟରେ ନିଜ ଘରେ ବସି BSNL ସିମ୍ ପାଇପାରିବେ । ନିଜ ୟୁଜର୍ସଙ୍କୁ ଶୀଘ୍ର ସିମ୍ ଡେଲିଭରୀ କରିବାକୁ କମ୍ପାନୀ Purne ସିମ୍ ସହିତ ସହଭାଗୀ ହୋଇଛି ।

ଅନଲାଇନରେ କିପରି ଅର୍ଡର କରିବେ BSNL 4G ସିମ୍?

-BSNL 4G Sim ର ଡେଲିଭରୀ ପାଇବାକୁ, ସର୍ବପ୍ରଥମେ ଆପଣଙ୍କୁ https://prune.co.in/ ୱେବସାଇଟ୍ ଭିଜିଟ୍ କରିବାକୁ ପଡିବ ।

-ବର୍ତ୍ତମାନ ଆପଣଙ୍କୁ ୱେବସାଇଟ୍ ମେନ୍ୟୁକୁ ଯାଇ ‘Buy Sim Card’ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

-ବର୍ତ୍ତମାନ ଆପଣଙ୍କୁ ନେଟୱର୍କ ଅପରେଟର ପାଇଁ BSNL ଚୟନ କରିବାକୁ ପଡିବ ।

-ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଏଠାରେ ଉପଲବ୍ଧ FRC ପ୍ଲାନ୍ସ ବାଛନ୍ତୁ ।

-ବର୍ତ୍ତମାନ ନିଜର ନାମ, ମୋବାଇଲ୍ ନମ୍ବର ଏବଂ ଡେଲିଭରୀ ଆଡ୍ରେସ ପୂରଣ କରିବାକୁ ପଡିବ ।

-ଏହାପରେ ଆପଣଙ୍କ ନମ୍ବରକୁ ଏକ OTP ପଠାଯିବ ।

-ସମସ୍ତ ଷ୍ଟେପ୍ସ ଶେଷ କରିବା ପରେ, BSNL 4G ସିମ୍ ୧୦ ମିନିଟ୍ ମଧ୍ୟରେ ଆପଣଙ୍କ ଘରକୁ ଡେଲିଭରୀ କରାଯିବ ।