ବର୍ଷ ସାରା ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ BSNL, ଭ୍ୟାଲିଡିଟି ଏବଂ ଡାଟାକୁ ନେଇ କମିଲା ଚିନ୍ତା

ବର୍ତ୍ତମାନ ରିଚାର୍ଜ ପ୍ଲାନକୁ ନେଇ Jio, Airtel, VI ଏବଂ BSNL ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କର ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରୁଛନ୍ତି । କିନ୍ତୁ ୟୁଜରମାନଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ଯୋଗାଇବାରେ କୌଣସି ଟେଲିକମ୍ କମ୍ପାନୀ BSNLକୁ ଟକ୍କର ଦେଇ ପାରିନାହାନ୍ତି । ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL କମ୍ ଦାମ ଥିବା ପ୍ଲାନରେ ଦମଦାର ବେନିଫିଟ୍ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହା ସାରା ବର୍ଷ ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ । ଥରେ ରିଚାର୍ଜ କରିବା ପରେ ଆପଣଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଭ୍ୟାଲିଡିଟି ଏବଂ ଡାଟାକୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ ।
ଦେଶର ଏକମାତ୍ର ସରକାରୀ କମ୍ପାନୀ ୧,୫୧୫ ଟଙ୍କାର ଡାଟା ପ୍ୟାକ୍ ପ୍ରଦାନ କରୁଛି । ଏହି ପ୍ୟାକରେ ୟୁଜରମାନଙ୍କୁ ୩୬୫ ଦିନର ଭ୍ୟାଲିଡିଟି ମିଳୁଛି । ଏହା ସହିତ ୟୁଜରମାନେ ଦୈନିକ ୨ GB ଡାଟା ହାଇ-ସ୍ପିଡ୍ ଇଣ୍ଟରନେଟ୍ ର ମଜା ନେଇପାରିବେ । ଅର୍ଥାତ୍ ଏହି ପ୍ୟାକରେ ମୋଟ ୭୩୦ GB ଡାଟା ପ୍ରଦାନ କରାଯାଉଛି । କିନ୍ତୁ ଧ୍ୟାନରେ ଥାଉ କି ଏହା ଏକ ଡାଟା ପ୍ୟାକ୍ ତେଣୁ ଏଥିରେ କଲ୍ ଏବଂ SMS ସୁବିଧା ନାହିଁ । ଏହି ପ୍ୟାକ୍ ୟୁଜରମାନଙ୍କୁ ପ୍ରାୟ ଦୈନିକ ୪ ଟଙ୍କା ମୂଲ୍ୟରେ ଏକ ବର୍ଷ ପାଇଁ ଭ୍ୟାଲିଡିଟି ସହିତ ଭରପୁର ଡାଟା ପ୍ରଦାନ କରୁଛି । ଜିଓ ଏବଂ ଏୟାରଟେଲ ଭଳି ଘରୋଇ କମ୍ପାନୀଗୁଡ଼ିକ ଏହି ମୂଲ୍ୟରେ ଲମ୍ବା ଭ୍ୟାଲିଡିଟି କିମ୍ବା ଏତେ ଡାଟା ଥିବା କୌଣସି ପ୍ଲାନ୍ ଅଫର କରୁ ନାହାନ୍ତି ।
କହି ରଖୁଛି ହୋଲି ଅବସରରେ, BSNL ୧,୪୯୯ ଟଙ୍କାର ରିଚାର୍ଜ ପ୍ଲାନ ଉପରେ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରିଥିଲା । ଏହି ପ୍ଲାନର ବୈଧତା ୩୩୬ ଦିନ ଥିଲା, କିନ୍ତୁ କମ୍ପାନୀ ଏକ ସ୍ୱତନ୍ତ୍ର ଅଫର ଆଣି ଏହି ପ୍ଲାନରେ ୨୯ ଦିନ ପାଇଁ ଏକ୍ସଟ୍ରା ଭ୍ୟାଲିଡିଟି ମାଗଣା ଦେବାକୁ ଘୋଷଣା କରିଥିଲା । ଏହି ଅଫର ଅଧୀନରେ ଏବେ ୧,୪୯୯ ଟଙ୍କାରେ ଆପଣ ୩୩୬ ଦିନ ପରିବର୍ତ୍ତେ ୩୬୫ ଦିନର ଭ୍ୟାଲିଡିଟି ପାଇବେ । ପ୍ଲାନର ଅନ୍ୟ ଲାଭ ବିଷୟରେ କହିବାକୁ ଗଲେ, ପ୍ରତିଦିନ ୧୦୦ ଟି SMS ଏବଂ ସାରା ଦେଶରେ ଯେକୌଣସି ନମ୍ବରକୁ ଅସୀମିତ କଲ୍ ପ୍ରଦାନ କରାଯାଉଛି । SMS ଏବଂ କଲିଂର ସୁବିଧା ସମ୍ପୂର୍ଣ୍ଣ ୩୬୫ ଦିନ ପାଇଁ ଉପଲବ୍ଧ ହୋଇପାରିବ । ଏହି ପ୍ଲାନରେ ମୋଟ ୨୪ GB ଡାଟା ଦିଆଯାଉଛି ।
ଯଦି ଆପଣ ଲଙ୍ଗ ଭ୍ୟାଲିଡିଟି ସହିତ ଦୈନିକ ଡାଟା ଚାହୁଁଛନ୍ତି, ତେବେ ଆପଣ କମ୍ପାନୀର ୧,୫୧୫ ଟଙ୍କାର ପ୍ଲାନ୍ କିଣିପାରିବେ । ଏହା ବ୍ୟତୀତ BSNL ତାର ନେଟୱାର୍କକୁ ଉନ୍ନତ କରିବା ଆରମ୍ଭ କରିଛି । କମ୍ପାନୀ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଦେଶର ୧ ଲକ୍ଷ ନୂଆ ୪G ଟାୱାର ସ୍ଥାପନ କରିବ । ଗତ ବର୍ଷଠାରୁ କମ୍ପାନୀ ସମସ୍ତ ଟେଲିକମ୍ ସର୍କଲରେ ନେଟୱାର୍କକୁ ଅପଗ୍ରେଡ୍ କରୁଛି । ଏପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ 4G ମୋବାଇଲ୍ ଟାୱାରକୁ ଲାଇଭ୍ କରାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ବାକି ମୋବାଇଲ୍ ଟାୱାରଗୁଡିକ ମଧ୍ୟ ଆକ୍ଟିଭ୍ ହୋଇଯିବ ।