BSNLର ୮୪ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ୨୫୨GB ସହ ମିଳିବ ବହୁତ କିଛି
BSNL କ୍ରମାଗତ ଭାବରେ ଏହାର 4G ନେଟୱାର୍କକୁ ଏକ୍ସପାଣ୍ଡ କରୁଛି । ଏହାର ନେଟୱାର୍କ ଏକ୍ସପାଣ୍ଡ ଏବଂ ଶସ୍ତା ରିଚାର୍ଜ ପ୍ଲାନ ଯୋଗୁଁ ସରକାରୀ ଟେଲିକମ୍ କମ୍ପାନୀ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓକୁ କଡା ପ୍ରତିଯୋଗିତା ଦେଉଛି । ବିଏସଏନଏଲ ନିକଟରେ ସାରା ଦେଶରେ ୫୦ ହଜାରରୁ ଅଧିକ 4G ମୋବାଇଲ୍ ଟାୱାର ସ୍ଥାପନ କରିଛି ।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଅନେକ ଥର କହିଛନ୍ତି ଯେ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା BSNL ସାରା ଦେଶରେ ଏକ ଲକ୍ଷ 4G / 5G ମୋବାଇଲ୍ ଟାୱାର ସ୍ଥାପନ କରିବ । ଏପରି ପରିସ୍ଥିତିରେ, ୟୁଜର୍ସମାନେ ଆସନ୍ତା କିଛି ମାସ ମଧ୍ୟରେ ଜବରଦସ୍ତ କନେକ୍ଟିଭିଟି ପାଇବାକୁ ଯାଉଛନ୍ତି ।
୮୪ ଦିନିଆ ରିଚାର୍ଜ ପ୍ଲାନ୍:
BSNL ନିକଟରେ ଏହିପରି ଏକ ଶସ୍ତା ପ୍ରିପେଡ୍ ପ୍ଲାନ ଆରମ୍ଭ କରିଛି, ଯେଉଁଥିରେ ୟୁଜରମାନଙ୍କୁ ୮୪ ଦିନର ଭାଲିଡିଟି ପ୍ରଦାନ କରାଯାଇଛି । BSNL ର ଏହି ପ୍ଲାନ ପାଇଁ ଆପଣଙ୍କୁ ୫୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ରିପେଡ୍ ପ୍ଲାନରେ ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା କରିବାକୁ ଗଲେ, ୟୁଜର୍ସମାନେ ୮୪ ଦିନ ପାଇଁ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂର ଲାଭ ପାଇବେ । ଏହା ବ୍ୟତୀତ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ସମଗ୍ର ଦେଶରେ ଫ୍ରି ନ୍ୟାସନାଲ ରୋମିଂର ଲାଭ ମଧ୍ୟ ଦିଆଯାଉଛି ।
ଏହି ପ୍ରିପେଡ୍ ପ୍ଲାନରେ ୟୁଜରମାନଙ୍କୁ ପ୍ରତିଦିନ ୩ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ଏବଂ ୧୦୦ ଫ୍ରି SMS ଦିଆଯାଉଛି । ଏହି ଉପାୟରେ ୟୁଜର୍ସମାନେ ସମୁଦାୟ ୨୫୨ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ର ଲାଭ ପାଇବେ । ଏହି ପ୍ରିପେଡ୍ ପ୍ଲାନ ସହିତ କମ୍ପାନୀ ଅନେକ ଭ୍ୟାଲ୍ୟୁ ଆଡେଡ୍ ସର୍ଭିସ ମଧ୍ୟ ପ୍ରଦାନ କରୁଛି । BSNL ୟୁଜର୍ସମାନେ ସେଲ୍ଫ କେୟାର ଆପ୍ ମାଧ୍ୟମରେ ସେମାନଙ୍କ ନମ୍ବର ରିଚାର୍ଜ କରିପାରିବେ ।
Unleash Unlimited Fun for 84 Days!
With ₹599, enjoy 252GB data and access to non-stop entertainment—games, music, videos, and so much more.#RechargeNow #STV599 #BSNLIndia #BSNL #UnlimitedFun #ConnectingBharat #X #switchtobsnl pic.twitter.com/56SvmuEQck
— BSNL India (@BSNLCorporate) December 7, 2024