ମାତ୍ର ୭ ଟଙ୍କାରେ ପାଇପାରିବେ ଦୈନିକ ୩ GB ଡାଟା, BSNLର ଧମାକାଦାର ରିଚାର୍ଜ ପ୍ଲାନ

ମାତ୍ର ୭ ଟଙ୍କାରେ ପାଇପାରିବେ ଦୈନିକ ୩ GB ଡାଟା । BSNL ନେଇଆସିଛି ଏଭଳି ଏକ ଧମାକାଦାର ରିଚାର୍ଜ ପ୍ଲାନ । ଦେଶର ବସେରକାରୀ କମ୍ପାନୀଗୁଡିକ ପ୍ଲାନର ଦାମ୍‌ ବଢାଇବା ପରେ ହଜାର ହଜାର ୟୁଜର୍ସ BSNL ପ୍ରତି ଆର୍କଷିତ ହେଉଛନ୍ତି । ଏଭଳି ପରିସ୍ଥିତିରେ BSNL ମଧ୍ୟ ଗ୍ରାହକଙ୍କ ପାଇଁ ପ୍ରତିଦିନ ନୂଆ ପ୍ଲାନ୍‌ ଆଣୁଛି । BSNL ସବୁବେଳେ ନିଜ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ଡାଟା ପ୍ଲାନ ଦେଇଥାଏ । BSNL 4G ମଧ୍ୟ ଦେଶରେ ଦ୍ରୁତ ଗତିରେ ଏହାର ନେଟୱାର୍କ ବଢ଼ାଇବା କାମ ଆରମ୍ଭ କରିଛି ।

ନିକଟରେ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ରିଚାର୍ଜ ପ୍ଲାନ ଗୁଡିକର ଦାମରେ ବହୁତ ବୃଦ୍ଧି ଘଟିଛି, ଏହା ପରେ ଲକ୍ଷ ଲକ୍ଷ ୟୁଜର୍ସ ସେମାନଙ୍କ ନମ୍ବର BSNL କୁ ପୋର୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ BSNL ର ନୂଆ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ପ୍ରତିଦିନ ବଢିଆ ଇଣ୍ଟରନେଟ୍ ଡାଟା ସହ ଅନଲିମିଟେଡ୍‌ କଲିଂ ପାଇପାରିବେ । ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା । BSNL ର ଏହି ପ୍ଲାନରେ ୮୪ ଦିନର ଭାଲିଡିଟି ଅଛି ।

ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ସହିତ ପ୍ରତିଦିନ ୧୦୦ ଟି ଫ୍ରି SMS ମିଳିଥାଏ । କହି ରଖୁଛୁ, ଏହି ରିଚାର୍ଜ ପ୍ଳାନର ଦାମ୍ ହେଉଛି ୫୯୯ ଟଙ୍କା । ସବୁଠାରୁ ବଡ କଥା ହେଉଛି ଏହି ପ୍ଲାନ ଅନୁଯାୟୀ ଗ୍ରାହକମାନେ ମାତ୍ର ୭ ଟଙ୍କାରେ ପ୍ରତିଦିନ ୩ ଜିବି ଡାଟା ପାଇପାରିବେ । ଏଭଳି ପରିସ୍ଥିତିରେ ଏଭଳି କୁହାଯାଇପାରେ ଯେ ଏହି ପ୍ଲାନଟି ୟୁଜର୍ସଙ୍କ ପାଇଁ ବହୁତ ଶସ୍ତା ପ୍ରମାଣିତ ହେବାକୁ ଯାଉଛି ।

ଏହି ପ୍ଲାନରେ ୟୁଜର୍ସମାନେ ଏଥିରେ 4G ଡାଟା ସର୍ଭିସ ପାଇପାରିବେ । ଲଙ୍ଗ୍ ଭାଲିଡିଟି ସହ ଅଧିକ ଇଣ୍ଟରନେଟ୍ ବ୍ୟବହାର ପାଇଁ ଏହା ଏକ ବଢିଆ ରିଚାର୍ଜ ପ୍ଲାନ । ଯଦି ଆପଣ କମ୍ ମୂଲ୍ୟରେ ଲଙ୍ଗ୍ ଭାଲିଡିଟି ସହିତ ଏକ ଭଲ ରିଚାର୍ଜ ପ୍ଲାନ ଖୋଜୁଛନ୍ତି । ତେବେ BSNL ର ପ୍ଲାନ ଏହି ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ୟୁଜର୍ସମାନେ ଏହି ପ୍ଲାନକୁ ବହୁତ ପସନ୍ଦ କରନ୍ତି କାରଣ ଏହି ପ୍ଲାନ ଅନୁଯାୟୀ, ୟୁଜର୍ସମାନେ କମ୍ ଦାମରେ ବଢିଆ ଲାଭ ପାଇପାରିବେ ।

ଦେଶର ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନକୁ ମହଙ୍ଗା କରିବା ପରେ BSNLର ଚାହିଦା ବେଶ ଅଧିକ ବଢିଛି । ଯେଉଁଥିପାଇଁ ସରକାରୀ ଟେଲିକମ୍ କମ୍ପାନୀ BSNL ଦେଶରେ ଏହାର 4G ସର୍ଭିସ ଯୋଗାଇବା ଆରମ୍ଭ କରିଛି । ଏହା ବ୍ୟତୀତ କମ୍ପାନୀ ନିଜର 5G ନେଟୱାର୍କରେ ମଧ୍ୟ କାମ କରୁଛି ଯାହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ମାର୍ଚ୍ଚ ୨୦୨୫ ସୁଦ୍ଧା BSNL ର 5G ସର୍ଭିସ ସମଗ୍ର ଦେଶରେ ଆରମ୍ଭ ହେବ ।