ଅକ୍ଟୋବର ୨୦୨୪ ପାଇଁ BSNLର ଦମଦାର ରିଚାର୍ଜ ପ୍ଲାନ୍ ଏବଂ ଅଫର୍ସ, ଜାଣନ୍ତୁ କ’ଣ ପାଇବେ ସୁବିଧା

ଭାରତର ସଞ୍ଚାର ନିଗମ ଲିମିଟେଡ୍ ଅର୍ଥାତ BSNL ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ପ୍ରିପେଡ୍ ରିଚାର୍ଜ ପ୍ଲାନ ପ୍ରଦାନ କରେ । ଏହି ପ୍ଲାନଗୁଡିକ ଅନଲିମିଟେଡ଼ ଭଏସ୍ କଲ୍, ଡାଟା ଏବଂ ଲଙ୍ଗ୍ ଭାଲିଡିଟି ଅପ୍ସନ ପ୍ରଦାନ କରେ । ସରକାରୀ ମାଲିକାନା ଟେଲକୋ ବହୁ ସଂଖ୍ୟକ ଉପଭୋକ୍ତାଙ୍କ ଡିମାଣ୍ଡ ପୂରଣ କରିବା ପାଇଁ ପ୍ରିପେଡ୍ ରିଚାର୍ଜ ପ୍ଲାନଗୁଡିକର ଏକ ସିରିଜ୍ ପ୍ରସ୍ତୁତ କରିଛି । ହାଇ ସ୍ପିଡ ଡାଟା ବ୍ୟବହାର ଠାରୁ ଆରମ୍ଭ କରି ବଜେଟ୍ ଫ୍ରେଣ୍ଡଲି ପ୍ଲାନ ପର୍ଯ୍ୟନ୍ତ BSNL ର ପୋର୍ଟଫୋଲିଓ ଏକ କମ୍ପ୍ଲିଟ ରେଞ୍ଜ ପ୍ରଦାନ କରେ ।

୧୦୭ ଟଙ୍କା ପ୍ଲାନ୍- ଏହି ପ୍ଲାନ ଫ୍ରି ନ୍ୟାସନାଲ ରୋମିଂ ସହିତ ୨୦୦ ମିନିଟର ଭଏସ୍ କଲ୍ ପ୍ରଦାନ କରେ । ଲିମିଟେଡ଼ ଡାଟା ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ୩GB ଡାଟା ପ୍ରଦାନ କରେ । ଯଦି ଆପଣ କମ୍ ଦାମରେ ଏକ ପ୍ଲାନ ଚାହୁଁଛନ୍ତି ଏହା ବେଷ୍ଟ ଅପ୍ସନ ହୋଇପାରେ । ଏହି ପ୍ଲାନରେ ୩୫ ଦିନ ଭାଲିଡିଟି ଅଛି ।

୧୫୩ ଟଙ୍କା ପ୍ଲାନ୍- ଏହି ପ୍ଲାନ ମୁମ୍ବାଇ ଏବଂ ଦିଲ୍ଲୀ ସମେତ ନ୍ୟାସନାଲ ରୋମିଂ ସହିତ ସମସ୍ତ ନେଟୱାର୍କରେ ଅନଲିମିଟେଡ଼ କଲିଂ ଏବଂ ମେସେଜିଂ ଯୋଗାଇଥାଏ । ଏହା ୨୬ ଜିବି ହାଇ ସ୍ପିଡ୍ ଡାଟା ପ୍ରଦାନ କରେ । ଏଥିରେ ୟୁଜର୍ସମାନେ BSNL ଟ୍ୟୁନ୍ସ, ବିଭିନ୍ନ ଗେମିଙ୍ଗ ପ୍ଲାଟଫର୍ମ, ପୋଡକାଷ୍ଟ ଏବଂ ମିଡିଆ ଷ୍ଟ୍ରିମିଂ ସର୍ଭିସ ସହିତ ବିଭିନ୍ନ ମନୋରଞ୍ଜନ ଅପ୍ସନ ମଧ୍ୟ ଉପଭୋଗ କରିପାରିବେ । ଏହି ପ୍ଲାନ ୨୬ ଦିନର ଭାଲିଡିଟି ସହିତ ଆସିଥାଏ ।

୧୯୬ ଟଙ୍କା ପ୍ଲାନ୍- ଏହି ପ୍ଲାନ ଦୈନିକ ୨ ଜିବି ଡାଟା ସହିତ ୟୁଜର୍ସଙ୍କୁ ଅନଲିମିଟେଡ଼ କଲିଂ ଏବଂ SMS ସୁବିଧା ପ୍ରଦାନ କରେ । ୨-GB ର ଡାଟା ଲିମିଟ ସରିବା ପରେ ଡାଟା ସ୍ପିଡ୍ ୪୦ kbps କୁ ହ୍ରାସ ହୁଏ । ଏହି ପ୍ଲାନ ୭୦ ଦିନର ଭାଲିଡିଟି ପ୍ରଦାନ କରେ ।

୧୯୯ ଟଙ୍କା ପ୍ଲାନ୍- ଏହା ମୁମ୍ବାଇ ଏବଂ ଦିଲ୍ଲୀ ସମେତ ସମସ୍ତ ନେଟୱାର୍କ ଏବଂ ନ୍ୟାସନାଲ ରୋମିଂରେ ଅନଲିମିଟେଡ଼ କଲ୍ ଯୋଗାଏ । ୟୁଜର୍ସମାନେ ଦୈନିକ ୨ ଜିବି ହାଇ ସ୍ପିଡ୍ ଡାଟା ପାଇଥାନ୍ତି । ଏହି ପ୍ଲାନରେ BSNL ଟ୍ୟୁନ୍ସ, ଏକାଧିକ ଗେମିଂ ସର୍ଭିସ ଏବଂ ପୋଡକାଷ୍ଟ ଭଳି ମନୋରଞ୍ଜନ ଅପ୍ସନ ମଧ୍ୟ ସାମିଲ । ଏହି ପ୍ଲାନ ୩୦ ଦିନ ଭାଲିଡିଟି ସହିତ ଆସିଥାଏ ।

୨୨୯ ଟଙ୍କା ପ୍ଲାନ୍- ଏହି ପ୍ଲାନ, ଏକ ମାସର ଭାଲିଡିଟି ସହିତ, ନ୍ୟାସନାଲ ରୋମିଂ ଏବଂ ଯେକୌଣସି ନେଟୱାର୍କରେ ଅନଲିମିଟେଡ଼ କଲ ଏବଂ ମେସେଜିଂ ଯୋଗାଇଥାଏ । ଏଥିରେ ଦୈନିକ ୨ ଜିବି ହାଇ ସ୍ପିଡ୍ ଡାଟା ସାମିଲ ରହିଛି । ଏଥିରେ ଉପଭୋକ୍ତାମାନେ ଆରେନା ଗେମିଙ୍ଗ ସର୍ଭିସର ଚ୍ୟାଲେଞ୍ଜକୁ ମଧ୍ୟ ଆକ୍ସେସ କରିପାରିବେ ।

୨୪୯ ଟଙ୍କା ପ୍ଲାନ୍- ଏହି ପ୍ଲାନ ଯେକୌଣସି ନେଟୱାର୍କରେ ଅନଲିମିଟେଡ଼ ଭଏସ୍ କଲ୍ ଏବଂ SMS ପ୍ରଦାନ କରେ ଏବଂ ଏଥିରେ ଜାତୀୟ ରୋମିଂ ମଧ୍ୟ ସାମିଲ ରହିଛି । ଦୈନିକ ୨ ଜିବି ହାଇ ସ୍ପିଡ୍ ଡାଟା ସହିତ ଏହି ପ୍ଲାନ ୪୫ ଦିନର ଭାଲିଡିଟି ପ୍ରଦାନ କରେ ।

୩୯୭ ଟଙ୍କା ପ୍ଲାନ୍- ଏହାର ଦୀର୍ଘ ଦିନର ଭାଲିଡିଟି ସହିତ ଆସିଥାଏ । ନ୍ୟାସନାଲ ରୋମିଂ ଏବଂ ଦୈନିକ ୨ ଜିବି ହାଇ ସ୍ପିଡ୍ ଡାଟା ସହିତ ସମସ୍ତ ନେଟୱାର୍କରେ ଅନଲିମିଟେଡ଼ କଲ୍ ପ୍ରଦାନ କରେ । ଏହା ସହିତ, ଉପଭୋକ୍ତାମାନେ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ପାଇପାରିବେ ।

୬୬୬ ଟଙ୍କା ପ୍ଲାନ୍- ଏହି ପ୍ଲାନରେ ୧୦୫ ଦିନର ଭାଲିଡିଟି ଅଛି ଏବଂ ୟୁଜର୍ସଙ୍କୁ ଦୈନିକ ୨ ଜିବି ଡାଟା ଯୋଗାଇଥାଏ । ଏହି ପ୍ଲାନରେ ଅନଲିମିଟେଡ଼ କଲିଂ, SMS, ଏବଂ ପର୍ସନାଲାଇସ୍ଡ ରିଙ୍ଗବ୍ୟାକ୍ ଟୋନ୍ ସାମିଲ ରହିଛି । ଯଦି ଆପଣ BSNL ସେଲ୍ଫ କେୟାର ଆପ୍ ମାଧ୍ୟମରେ ରିଚାର୍ଜ କରିବେ ତେବେ ଏକ୍ସଟ୍ରା ୩ GB ଡାଟା ବୋନସ୍ ପାଇପାରିବେ ।

୬୯୯ ଟଙ୍କା ପ୍ଲାନ୍- ୬୯୯ ଟଙ୍କା ପ୍ଲାନ ୧୩୦ ଦିନ ପାଇଁ ବ୍ୟାପକ ସୁବିଧା ପ୍ରଦାନ କରେ । ଏଥିରେ ନ୍ୟାସନାଲ ରୋମିଂ ସହିତ ଭାରତର ଯେକୌଣସି ନେଟୱାର୍କକୁ ଅନଲିମିଟେଡ଼ କଲ୍ ସାମିଲ ଅଛି । ଉପଭୋକ୍ତାମାନେ ପ୍ରତିଦିନ ୧୦୦ ଫ୍ରି SMS ଏବଂ ଦୈନିକ ୦. ୫ GB ହାଇ ସ୍ପିଡ ଅନଲିମିଟେଡ଼ ଡାଟା ପାଇପାରିବେ ।

୭୯୭ ଟଙ୍କା ପ୍ଲାନ୍- ଏହି ପ୍ଲାନ ଦୈନିକ ୨ ଜିବି ଡାଟା, ଅନଲିମିଟେଡ଼ ଭଏସ୍ କଲ୍ ଏବଂ ୧୦୦ ଫ୍ରି SMS ପ୍ରଦାନ କରିଥାଏ । ୩୦୦ ଦିନର ଭାଲିଡିଟି ଏହାକୁ ମାସିକ ରିଚାର୍ଜରୁ ଦୂରେଇ ରହିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏକ ବେଷ୍ଟ ଅପ୍ସନ କରିଥାଏ ।

୯୯୭ ଟଙ୍କା ପ୍ଲାନ୍- ୧୬୦ ଦିନର ଭାଲିଡିଟି ସହିତ, ଏହି ପ୍ଲାନ ଅନଲିମିଟେଡ଼ କଲ୍, ଦୈନିକ ୧୦୦ SMS ଏବଂ ୨ ଜିବି ହାଇ ସ୍ପିଡ୍ ଡାଟା ପ୍ରଦାନ କରିଥାଏ । ଏହି ପ୍ଲାନରେ BSNL ଟ୍ୟୁନ୍ ଏବଂ ଅନେକ ଏଣ୍ଟରଟେନମେଣ୍ଟ ଗେମିଙ୍ଗ ସୁବିଧା ମଧ୍ୟ ରହିଛି ।

୧୧୯୮ ଟଙ୍କା ପ୍ଲାନ୍-୧୧୯୮ ଟଙ୍କା ପ୍ଲାନ ୧୨ ମାସର ଭାଲିଡିଟି ସହିତ ଆସିଥାଏ, ପ୍ରତ୍ୟେକ ମାସରେ ୩୦୦ ମିନିଟ୍ କଲ୍, ୩ ଜିବି ଡାଟା ଏବଂ ୩୦ ଏସ୍ଏମ୍ଏସ୍ ପ୍ରଦାନ କରିଥାଏ ।

୧୯୯୯ ଟଙ୍କା ପ୍ଲାନ୍- ଏହି ପ୍ଲାନ ୩୬୫ ଦିନର ଭାଲିଡିଟି ସହିତ ଆସିଥାଏ, ହାଇ ସ୍ପିଡ଼ରେ ୬୦୦ ଜିବି ଡାଟା ପ୍ରଦାନ କରିଥାଏ । ଏଥିରେ BSNL ର ମନୋରଞ୍ଜନ ଏବଂ ଗେମିଙ୍ଗ ସର୍ଭିସକୁ ଆକ୍ସେସ ସହିତ ଅନଲିମିଟେଡ଼ କଲ୍ ଏବଂ SMS ଅନ୍ତର୍ଭୁକ୍ତ ।

୨୩୯୯ ଟଙ୍କା ପ୍ଲାନ୍- ଏହି ପ୍ଲାନ ହେଉଛି ଏକ ପ୍ରିମିୟମ୍ ଅନୁଆଲ ଅଫର୍ ଯାହା ଅନଲିମିଟେଡ଼ କଲିଂ, ପ୍ରତିଦିନ ୨ ଜିବି ଡାଟା ଏବଂ ୧୨୦ ଟି SMS ପ୍ରଦାନ କରିଥାଏ । ଉପଭୋକ୍ତାମାନେ ମନୋରଞ୍ଜନ ସର୍ଭିସଗୁଡିକର ଏକ ସୁଟ୍ ମଧ୍ୟ ପାଇପାରିବେ ।

ଏହି ପ୍ଲାନଗୁଡିକ ଆପଣଙ୍କର ଡାଟା, କଲିଂ ଏବଂ ମେସେଜିଂ ଆବଶ୍ୟକତାକୁ ଧ୍ୟାନରେ ରଖି ବିଭିନ୍ନ ଭାଲିଡିଟି ପ୍ରଦାନ କରିଥାଏ । ଯାହା ୟୁଜର୍ସଙ୍କ ପାଇଁ ଖୁବ ସୁବିଧାଜନକ ହୋଇପାରେ ।

You might also like