ଶସ୍ତା ରିଚାର୍ଜ ପ୍ଲାନ ଦୃଷ୍ଟିରୁ ସରକାରୀ ଟେଲିକମ୍ ଏଜେନ୍ସି ବିଏସ୍ଏନ୍ଏଲ୍ ଏବେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି । ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ରିଚାର୍ଜ ପ୍ଳାନର ମୂଲ୍ୟ ବୃଦ୍ଧି କରିଥିବାବେଳେ ବିଏସ୍ଏନ୍ଏଲ୍ ଏବେ ନିଜ ଗ୍ରାହକଙ୍କୁ ପୁରୁଣା ଦାମରେ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଏହି କାରଣରୁ ଲୋକମାନେ ବର୍ତ୍ତମାନ BSNL କୁ ସିଫ୍ଟ ହେବା ଆରମ୍ଭ କରିଛନ୍ତି ।
ଶସ୍ତା ରିଚାର୍ଜ ପ୍ଲାନ ପାଇଁ BSNL ସର୍ବଦା ଜଣାଶୁଣା । କମ୍ପାନୀର ଏପରି ଅନେକ ପ୍ଲାନ ଅଛି ଯାହାର ମୂଲ୍ୟ ୧୦୦ ରୁ କମ୍ ଅଟେ । BSNL ସମଗ୍ର ଦେଶରେ ନିଜର କୋଟି ୟୁଜର୍ସଙ୍କୁ ସର୍ବନିମ୍ନ ମୂଲ୍ୟରେ ଲଙ୍ଗ ଭାଲିଡିଟି ପ୍ରଦାନ କରେ । ତେବେ ଆଜି ଆମେ ଆପଣଙ୍କୁ BSNL ର ଏପରି ଶସ୍ତା ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଏବଂ ଅଫର୍ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ନିଜ ୟୁଜର୍ସମାନଙ୍କ ସୁବିଧା ପାଇଁ, BSNL ସର୍ଟ ଟର୍ମ ଠାରୁ ଆରମ୍ଭ କରି ଏହାର ତାଲିକାରେ ଶସ୍ତା ଠାରୁ ମହଙ୍ଗା ପର୍ଯ୍ୟନ୍ତ ସମସ୍ତ ରିଚାର୍ଜ ପ୍ଲାନ ଯୋଡିଛି । ବେସରକାରୀ ଟେଲିକମ୍ କମ୍ପାନୀ ତୁଳନାରେ କମ୍ପାନୀର କମ୍ ୟୁଜର୍ସ ଥାଇପାରେ କିନ୍ତୁ ପ୍ଲାନ ଦୃଷ୍ଟିରୁ ଏହା ସମସ୍ତଙ୍କୁ କଠୋର ପ୍ରତିଯୋଗିତା ଦେଇଥାଏ । BSNL ତାଲିକାରେ ୧୦୦ ଟଙ୍କା ତଳେ ମଧ୍ୟ ଏକ ପ୍ଲାନ ଉପଲବ୍ଧ । ଏହି ପ୍ଲାନର ମୂଲ୍ୟ ମାତ୍ର ୯୧ ଟଙ୍କା ।
ଏହି ଶସ୍ତା ପ୍ଲାନରେ ୟୁଜରମାନଙ୍କୁ BSNL ୯୦ ଦିନର ଭାଲିଡିଟି ପ୍ରଦାନ କରେ । ଯଦି ଆପଣ ଜଣେ BSNL ୟୁଜର ତେବେ ଆପଣ ଏହି ପ୍ଲାନର ଲାଭ ଉଠାଇ ପାରିବେ । ୯୧ ଟଙ୍କା ମୂଲ୍ୟର ଏହି ଶସ୍ତା ପ୍ଲାନ BSNL କୁ ଲାଇମଲାଇଟକୁ ଆଣିଛି । ବର୍ତ୍ତମାନ, କୌଣସି ଟେଲିକମ୍ କମ୍ପାନୀର କେବଳ ୯୧ ଟଙ୍କାରେ ୯୦ ଦିନର ଭାଲିଡିଟି ସହିତ ପ୍ଲାନ ନାହିଁ ।
ଯଦି ଆପଣ ଏହି ପ୍ଲାନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି କମ୍ପାନୀର ଏକ ଭାଲିଡିଟି ପ୍ଲାନ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ସିମ୍ କମ୍ ମୂଲ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆକ୍ଟିଭ ରହୁ, ତେବେ ଆପଣ ଏହି ପ୍ଲାନ ପାଇଁ ଯାଇପାରିବେ । ଯଦି ଆପଣ ଏହି ପ୍ଲାନ ସହିତ ଟକ୍ ଟାଇମ୍ ଭାଉଚର୍ ନେଇ କଲିଂ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତି ସେକେଣ୍ଡରେ ୧. ୫ ପଇସା ଖର୍ଚ୍ଚ କରିବାକୁ ପଡିବ ।