BSNLର ଆଉ ଏକ ବଡ଼ ଅଫର୍! କମ୍ ଖର୍ଚ୍ଚରେ ପାଇବେ ଫାଷ୍ଟ ଇଣ୍ଟରନେଟ୍

BSNL ନିଜ ୟୁଜରମାନଙ୍କ ପାଇଁ ଏକ ନୂଆ ପ୍ଲାନ୍ ଆଣିଛି । ଏହି ପ୍ଲାନରେ ୟୁଜରମାନେ ୨୦୦ Mbps ସ୍ପିଡରେ ଇଣ୍ଟରନେଟ୍ ପାଇପାରିବେ । ଭାରତ ସଞ୍ଚାର ନିଗମର ଏହି WiFi ପ୍ଲାନ୍ ବିଶେଷକରି ସେହି ୟୁଜରମାନଙ୍କ ପାଇଁ, ଯେଉଁମାନେ କମ୍ ଖର୍ଚ୍ଚରେ ଫାଷ୍ଟ ଇଣ୍ଟରନେଟ୍, ଫ୍ରି କଲିଂ ଏବଂ OTT ସୁବିଧା ଚାହୁଁଛନ୍ତି । BSNL ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏହି ପ୍ଲାନ୍ ବିଷୟରେ ଘୋଷଣା କରିଛି । ଏହି ପ୍ଲାନରେ ୟୁଜରମାନଙ୍କୁ ଅପ୍ଟିକାଲ୍ ଫାଇବର୍ ବ୍ରଡବ୍ୟାଣ୍ଡ କନେକ୍ସନ୍ ଦିଆଯାଉଛି । ଏହି ପ୍ଲାନର ମାସିକ ଦାମ ୯୯୯ ଟଙ୍କା ।

ଏହି ପ୍ଲାନରେ ୟୁଜରମାନେ ସାରା ଭାରତରେ ଅନଲିମିଟେଡ୍ କଲିଂ ସୁବିଧା ପାଇବେ । ଏହା ସହିତ ୨୦୦ Mbps ସ୍ପିଡରେ ଇଣ୍ଟରନେଟ୍ ମିଳିବ। କମ୍ପାନୀ ଏହି ପ୍ଲାନରେ ୫୦୦୦ GB ଡାଟାର FUP (Fair Usage Policy) ସୀମା ରଖିଛି । ଏହି ପ୍ଲାନରେ BSNL ୟୁଜରମାନଙ୍କୁ କିଛି OTT ଆପର ଫ୍ରି ଆକ୍ସେସ୍ ମଧ୍ୟ ଦେଉଛି । ଏଥିରେ Jio Hotstar, Hungama OTT, Zee5, Shemaroo OTT ଏବଂ Sony LIV ଭଳି OTT ଆପର ସୁବିଧା ମିଳୁଛି । BSNLର ଏହା ଏକ ମାସିକ ପ୍ଲାନ୍ । ଏଥିରେ ହାଇ-ସ୍ପିଡ୍ ଇଣ୍ଟରନେଟ୍, OTT ଆପ୍ ଏବଂ ଅନଲିମିଟେଡ୍ କଲିଂ ତିନୋଟି ସୁବିଧା ମିଳୁଛି ।

BSNL ୧୫୦ ଟଙ୍କାର ଫ୍ରିଡମ୍ ଅଫର୍:

ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ନିଜର କୋଟି କୋଟି ୟୁଜରଙ୍କ ପାଇଁ ‘ଫ୍ରିଡମ୍ ଅଫର୍’ ଆଣିଛି । ଏହି ଅଫର୍‌ରେ BSNL ୟୁଜରମାନେ ମାତ୍ର ୧୫୦ ଟଙ୍କାରେ Sony LIV, Jio Hotstar ଏବଂ Zee5- ଏହି ତିନୋଟି OTT ଆପର ଆକ୍ସେସ୍ ପାଇପାରିବେ।

ଏହି ପ୍ୟାକର ଭାଲିଡ୍ ୩୦ ଦିନ । BSNL ଏହାକୁ ଏକ ଏଣ୍ଟରଟେନମେଣ୍ଟ ପ୍ୟାକ୍ ଭାବେ ଆଣିଛି । ଏହି ଅଫର୍ BSNLର ନୂଆ ଏବଂ ପୁରୁଣା FTTH ବା ବ୍ରଡବ୍ୟାଣ୍ଡ ୟୁଜରମାନଙ୍କ ପାଇଁ ଉପଲବ୍ଧ। ସାଧାରଣତଃ ଏହି ପ୍ୟାକ୍‌ର ଦାମ ୧୯୯ ଟଙ୍କା ଥିବାବେଳେ ‘ଫ୍ରିଡମ୍ ଅଫର୍’ ଅଧୀନରେ ଏହା ମାତ୍ର ୧୫୦ ଟଙ୍କାରେ ମିଳୁଛି । ଅର୍ଥାତ୍ ୟୁଜରମାନଙ୍କୁ ୪୯ ଟଙ୍କାର ଡିସକାଉଣ୍ଟ ମିଳୁଛି।

୫୧ ଟଙ୍କାର ପ୍ଲାନର ଅବଧି ବଢ଼ିଲା:

BSNL ନିଜର ୫୧ ଟଙ୍କାର ଅଫର୍‌କୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି । ଏହି ଅଫରରେ ନୂଆ ୟୁଜରମାନେ ମାତ୍ର ୫୧ ଟଙ୍କାରେ BSNL ସିମ୍ ପାଇପାରିବେ। ଏହା ସହିତ ପୂରା ଏକ ମାସ ପାଇଁ ପ୍ରତିଦିନ ୨ GB ହାଇ-ସ୍ପିଡ୍ ଡାଟା ଏବଂ ୧୦୦ଟି ମାଗଣା SMS ମିଳୁଛି। ଏହା ବ୍ୟତୀତ ଏହି ପ୍ଲାନରେ ସାରା ଭାରତରେ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମଧ୍ୟ ଦିଆଯାଉଛି।

 

Also Read: Tablet: ଭାରତରେ ଆରମ୍ଭ ହେଲା HP OmniPad 12ର ବିକ୍ରି, ଲ୍ୟାପଟପ୍ ଭଳି କରନ୍ତୁ ବ୍ୟବହାର