BSNLର ଦମଦାର ରିଚାର୍ଜ ପ୍ଲାନ, ୩୯୫ ଦିନର ଭାଲିଡିଟି ସହ ମିଳିବ ଅନଲିମିଟେଡ୍ ଡାଟା

BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ୍‌ ଦ୍ୱାରା ବେସରକାରୀ କମ୍ପାନୀ ଗୁଡିକର ଚିନ୍ତା ବଢ଼ାଇଦେଇଛି । ବେସରକାରୀ କମ୍ପାନୀଗୁଡିକର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ କେବଳ BSNL ଶସ୍ତା ଏବଂ ସୁଲଭ ପ୍ଲାନ୍‌ ଦେଉଛି । ୟୁଜରମାନଙ୍କ ସୁବିଧାକୁ ଧ୍ୟାନରେ ରଖି BSNL ଏହାର ଲିଷ୍ଟରେ ଉଭୟ ସର୍ଟ ଟର୍ମ ଏବଂ ଲଙ୍ଗ୍‌ ଟର୍ମ ପ୍ଲାନକୁ ସାମିଲ କରିଛି । କମ୍ପାନୀ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ ପ୍ରଦାନ କରୁଛି, ଯେଉଁଥିରେ ଅନଲିମିଟେଡ଼ କଲିଂ ଏବଂ ଉପଭୋକ୍ତାଙ୍କୁ ଫ୍ରିରେ ଡାଟା ଦିଆଯାଉଛି ।

କମ୍ପାନୀ ଖୁବ ଶୀଘ୍ର ଦେଶରେ 4G ସର୍ଭିସ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛି । ଏଥିପାଇଁ କମ୍ପାନୀ ୧ ଲକ୍ଷ ନୂଆ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଯାଉଛି, ସେଥିମଧ୍ୟରୁ ୭୫ ହଜାର ଟାୱାର ସ୍ଥାପନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି । ବର୍ତ୍ତମାନ BSNL ନିଜ X ଆକାଉଣ୍ଟ ମାଧ୍ୟମରେ ଏହିପରି ଗୋଟିଏ ରିଚାର୍ଜ ପ୍ଲାନର ଡିଟେଲସ ସେୟାର କରିଛି । ଯେଉଁଥିରେ ୟୁଜର୍ସଙ୍କୁ ୩୯୫ ଦିନ ଅର୍ଥାତ ୧୩ ମାସର ରିଚାର୍ଜ ଟେନସନ ଶେଷ ହୋଇଯାଇଛି । କେବଳ ଏତିକି ନୁହେଁ, ଏହି ପ୍ଲାନରେ ୟୁଜର୍ସଙ୍କ ଫୋନକୁ ଇନକମିଂ କଲ୍ ମଧ୍ୟ ଆସିବ ।

ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ଲଙ୍ଗ୍‌ ଭାଲିଡିଟି ରିଚାର୍ଜ ପ୍ଲାନ ୨,୩୯୯ ଟଙ୍କା ମୂଲ୍ୟରେ ଆସିଛି । ଏହି ରିଚାର୍ଜ ପ୍ଲାନର ବେନିଫିଟସ ବିଷୟରେ କଥାବାର୍ତ୍ତା କରିବାକୁ ଗଲେ ଏଥିରେ, ଉପଭୋକ୍ତାମାନେ ୩୯୫ ଦିନ ପାଇଁ ଯେକୌଣସି ମୋବାଇଲ୍ ନମ୍ବରରେ ଅନଲିମିଟେଡ଼ ଭଏସ୍ କଲିଂର ଲାଭ ପାଇପାରିବେ । ଏହି ପ୍ଲାନରେ, ଉପଭୋକ୍ତାମାନେ ଦୈନିକ ୨ ଜିବି ହାଇ ସ୍ପିଡ୍ ମୋବାଇଲ୍ ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ପାଇବେ । ପ୍ରତିଦିନର ଡାଟା ସରିଯିବା ପରେ ମଧ୍ୟ ଉପଭୋକ୍ତାମାନେ ୪୦kbps ସ୍ପିଡ଼ରେ ଅନଲିମିଟେଡ଼ ଡାଟା ପାଇବେ ।

ଏହି ରିଚାର୍ଜ ପ୍ଲାନ ସହିତ BSNL ଅନେକ ଭାଲ୍ୟୁ ଆଡେଡ୍ ସର୍ଭିସ ମଧ୍ୟ ଅଫର କରୁଛି । କମ୍ପାନୀର ପୋଷ୍ଟ ଅନୁଯାୟୀ, ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାମାନେ ଜିଙ୍ଗ ମ୍ୟୁଜିକ୍ ର ଫ୍ରି ସବସ୍କ୍ରିପସନ୍ ପାଇବେ । ଏହା ବ୍ୟତୀତ, BSNL ଟ୍ୟୁନ୍ସ ଏବଂ WOW ଏଣ୍ଟରଟେନମେଣ୍ଟ ଭଳି ଆପ୍ସରେ ଆକ୍ସେସ ମଧ୍ୟ ପାଇପାରିବେ । କୌଣସି ବି ଟେଲିକମ ଏତେ ଅଧିକ ଦିନର ଭାଲିଡିଟି ପ୍ରଦାନ କରିନଥାଏ । ବେସରକାରୀ କମ୍ପାନୀଗୁଡିକର ଲଙ୍ଗ୍‌ ଟର୍ମ ରିଚାର୍ଜ ପ୍ଲାନରେ, ୟୁଜରମାନଙ୍କୁ ଅତି ବେଶୀରେ ୩୬୫ ଦିନର ଅର୍ଥାତ ୧ ବର୍ଷର ଭାଲିଡିଟି ଦେଇଥାଏ ।

You might also like