BSNL ର ସୁପରହିଟ୍ ଅଫର୍, ୬ ମାସ ପର୍ଯ୍ୟନ୍ତ ଚାଲିବ ଫ୍ରି ଇଣ୍ଟରନେଟ୍

BSNL ପୁଣି ଥରେ ନିଜ ୟୁଜର୍ସଙ୍କ ପାଇଁ Winter Bonanza ଅଫର ଆଣିଛି । ସରକାରୀ ଟେଲିକମ୍ କମ୍ପାନୀ ବର୍ତ୍ତମାନ ଏହାର ୟୁଜର୍ସଙ୍କୁ ୬ ମାସ ପାଇଁ ଫ୍ରି ଇଣ୍ଟରନେଟ୍ ପ୍ରଦାନ କରୁଛି । ଏହି ପ୍ଲାନରେ ୟୁଜରମାନଙ୍କୁ ପ୍ରତି ମାସରେ ୧୩୦୦ GB ହାଇ ସ୍ପିଡ୍ ଡାଟା ଦିଆଯାଉଛି । କମ୍ପାନୀ ଏହାର X ହ୍ୟାଣ୍ଡେଲ ମାଧ୍ୟମରେ ଏହି ଅଫର ବିଷୟରେ ସୂଚନା ଦେଇଛି । BSNL ର ଏହି ବ୍ରଡବ୍ୟାଣ୍ଡ ପ୍ଲାନ ଦେଶର ସମସ୍ତ ଟେଲିକମ୍ ସର୍କଲ ପାଇଁ ଉପଲବ୍ଧ (ଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତୀତ) ।

BSNL ଏହାର X ପୋଷ୍ଟରେ କହିଛି ଯେ ୱିଣ୍ଟର ବୋନାଞ୍ଜା ଅଫର ଅନୁଯାୟୀ ୟୁଜରମାନେ ୧୯୯୯ ଟଙ୍କା ପାଇଁ ଫୁଲ୍ ୬ ମାସର ଭାରତ ଫାଇବର ବ୍ରଡବ୍ୟାଣ୍ଡ ସର୍ଭିସ ପାଇବେ । ଏହି ପ୍ଲାନରେ, ୟୁଜରମାନଙ୍କୁ ପ୍ରତି ମାସରେ ୨୫Mbps ସ୍ପିଡରେ ୧୩୦୦ GB ଡାଟା ଦିଆଯାଉଛି । FUP (ଫେୟର ୟୁସେଜ ପଲିସି) ଲିମିଟ୍ ଶେଷ ହେବା ପରେ, ୟୁଜରମାନଙ୍କୁ ୪Mbps ସ୍ପିଡରେ ଅନଲିମିଟେଡ୍ ଇଣ୍ଟରନେଟ୍ ଦିଆଯାଉଛି । ଏହି ପ୍ଲାନରେ, ୟୁଜର୍ସମାନେ ଲ୍ୟାଣ୍ଡଲାଇନ ମାଧ୍ୟମରେ ଅନଲିମିଟେଡ୍ କଲିଂର ଲାଭ ମଧ୍ୟ ପାଇଥା’ନ୍ତି ।

୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍:

ଏହାପୂର୍ବରୁ BSNL ୫୯୯ ଟଙ୍କା ମୂଲ୍ୟର ସ୍ପେଶାଲ ଟାରିଫ ଭାଉଚର (STV) ଘୋଷଣା କରିଛି । ଏହି ପ୍ଲାନରେ ମୋବାଇଲ୍ ୟୁଜରମାନେ ୮୪ ଦିନର ଭାଲିଡିଟି ପାଇଛନ୍ତି । ଏହା ବ୍ୟତୀତ ୟୁଜର୍ସମାନେ ପ୍ରତିଦିନ ୩GB ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ଏହି ଉପାୟରେ ୟୁଜର୍ସମାନେ ସମୁଦାୟ ୨୫୨ ଜିବି ଡାଟାର ଲାଭ ପାଇବେ । ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ଏବଂ ଦୈନିକ ୧୦୦ ଫ୍ରି SMS ର ଲାଭ ମଧ୍ୟ ପାଇଥାନ୍ତି ।

D2D ସର୍ଭିସ୍:

ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିକଟରେ ଦେଶର ପ୍ରଥମ D2D ଅର୍ଥାତ୍ ଡାଇରେକ୍ଟ-ଟୁ-ଡିଭାଇସ୍ ଆରମ୍ଭ କରିଛି । ଏହି ସାଟେଲାଇଟ୍ ବେସ୍ଡ ସର୍ଭିସରେ, ୟୁଜର୍ସମାନେ କୌଣସି ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କନେକ୍ଟିଭିଟି ପାଇବେ । ବିଶେଷକରି ଜରୁରୀକାଳୀନ ପରିସ୍ଥିତିରେ ଏହି ସର୍ଭିସ ୟୁଜରମାନଙ୍କ ପାଇଁ ବହୁତ ସାହାଯ୍ୟ କରିବ । ସାଟେଲାଇଟ୍ ମାଧ୍ୟମରେ ୟୁଜର୍ସମାନେ କଲିଂ ଏବଂ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।