ବଜେଟ୍‌ ସ୍ମାର୍ଟଫୋନ Moto E40 ଆଜି ଭାରତରେ ହେଉଛି ଲଞ୍ଚ୍‌, ଜାଣନ୍ତୁ ସମ୍ଭାବିତ ଦାମ୍‌ ଓ ସ୍ପେସିଫିକେଶନ

Motorolaର ବଜେଟ୍‌ ସ୍ମାର୍ଟଫୋନ Moto E40 ଆଜି ଅର୍ଥାତ୍‌ ୧୨ ଅକ୍ଟୋବର ମଧ୍ୟାହ୍ନ ୧୨ଟାରେ ଭାରତରେ ଲଞ୍ଚ୍‌ ହେବ। Motorolaର ନୂଆ ହ୍ୟାଣ୍ଡସେଟ୍‌ର ବିକ୍ରି ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟରୁ ଆରମ୍ଭ ହେବ। Moto E40 ସ୍ମାର୍ଟଫୋନକୁ ଚାରକୋଲ ଗ୍ରେ ଏବଂ କ୍ଲେ ପିଙ୍କ୍‌ କଲର ଅପଶନରେ ଲଞ୍ଚ୍‌ କରାଯାଇ ପାରେ। ଫୋନରେ 48MPର ମେନ୍‌ ଏବଂ 5000mAhର ଦମଦାର ବ୍ୟାଟେରୀ ଦିଆଯିବ। ଏହାଛଡ଼ା ଫୋନ୍‌କୁ 90Hz ରିଫ୍ରେଶଡ ରେଟ୍‌ ସହିତ ଅଣାଯାଇ ପାରେ। ପ୍ରୋସେସର ସପୋର୍ଟ ରୂପେ Octa-Core Unisoc T700 SoC ଚିପ୍‌ସେଟ୍‌ ଦିଆଯାଇ ପାରେ। Moto E40 ସ୍ମାର୍ଟଫୋନକୁ 4GB ର‍୍ୟାମ୍‌ ଏବଂ 64GB ଷ୍ଟୋରେଜ୍‌ ଅପଶନ ସହିତ ଅଣାଯାଇ ପାରେ।

ସମ୍ଭାବିତ ଦାମ୍‌

Moto E40 ସ୍ମାର୍ଟଫୋନର ଗ୍ଲୋବାଲ ଲଞ୍ଚିଙ୍ଗ୍‌ ହୋଇଯାଇଛି। ଫୋନ୍‌କୁ ୟୁରୋପିଆନ ମାର୍କେଟରେ 149 ୟୁରୋ, ଯାହାକି ପାଖାପାଖି 12,900 ଟଙ୍କା ପ୍ରାଥମିକ ଦାମ୍‌ରେ ଲଞ୍ଚ୍‌ କରାଯାଇଛି। ଫୋନ୍‌କୁ ଏହି ପ୍ରାଇସ୍‌ ପଏଣ୍ଟରେ ଭାରତରେ ମଧ୍ୟ ଲଞ୍ଚ୍‌ କରାଯାଇ ପାରେ।

ସମ୍ଭାବିତ ସ୍ପେସିଫିକେଶନ

Moto E40 ସ୍ମାର୍ଟଫୋନ ଡୁଆଲ ସିମ୍‌ ନାନୋ ସପୋର୍ଟ ସହିତ ଆସିବ। ଏଥିରେ ଏକ 6.5 ଇଞ୍ଚ୍‌ର HD+ ଡିସ୍‌ପ୍ଲେ ଦିଆଯାଇ ପାରେ। ଫୋନରେ ସେଲ୍ଫି ପାଇଁ ଏକ ପଞ୍ଚ୍‌-ହୋଲ ଡିସ୍‌ପ୍ଲେ ଦିଆଯିବ। ଫୋନ ଆଣ୍ଡ୍ରୋଏଡ ୧୧ ବେସ୍‌ଡ ଅପରେଟିଙ୍ଗ୍‌ ସିଷ୍ଟମ୍‌ ଉପରେ କାମ କରିବ। ଫୋନ୍‌ର ସ୍ପେସ୍‌କୁ ମେମୋରି କାର୍ଡ ସାହାଯ୍ୟରେ 1TB ପର୍ଯ୍ୟନ୍ତ ବଢ଼ାଯାଇ ପାରିବ।

କ୍ୟାମେରା ଓ ବ୍ୟାଟେରୀ

Moto E40 ସ୍ମାର୍ଟଫୋନରେ ଏକ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ ଦିଆଯିବ। ଏହାର ମେନ୍‌ କ୍ୟାମେରା 48MPର ହେବ। ଏହା କ୍ୱାଡ୍‌ ପିକ୍ସଲ ଟେକ୍ନୋଲୋଜି ସହିତ ଆସିବ। ଏଥିରେ ଇମ୍ପ୍ରୁଭ୍‌ଡ ନାଇଟ୍‌ ଫଟୋଗ୍ରାଫିର ଅପଶନ ଦିଆଯାଇ ପାରେ। ଏହାଛଡ଼ା ଫୋନରେ ଏକ ଡେପ୍‌ଥ କ୍ୟାମେରା ଏବଂ ଡେଡିକେଟେଡ୍‌ ମାଇକ୍ରୋ ଭିଜନ ସେନ୍ସର ଦିଆଯାଇଛି। ହ୍ୟାଣ୍ଡସେଟ୍‌ ଏକ Google Assistant ବଟନ ସହିତ ଆସିବ। ଏକ ରିୟର ମାଉଣ୍ଟେଡ୍‌ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି।

Leave A Reply

Your email address will not be published.