ଟେକ୍

Samsungର ଜବରଦସ୍ତ ଅଫର୍‌! ୧.୧୦ ଲକ୍ଷ ଟଙ୍କାର ଫୋନ୍‌ରେ ବମ୍ପର୍‌ ରିହାତି…; ମାତ୍ର ୩ ହଜାରରେ ମିଳୁଛି ୧୦ ହଜାର ଟଙ୍କିଆ ସ୍ମାର୍ଟଓ୍ଵାଚ୍‌

ସାମସଙ୍ଗ (Samsung)ର ପ୍ରିମିୟମ୍ ସ୍ମାର୍ଟଫୋନ୍ Galaxy S22 Ultraକୁ ବମ୍ପର ରିହାତି ସହିତ କିଣିବାର ଏକ ବଡ଼ ସୁଯୋଗ ରହିଛି। କମ୍ପାନୀ ଏହି ଫ୍ଲାଗସିପ୍ ଫୋନ ଉପରେ ଇନ୍‌ଷ୍ଟାଣ୍ଟ ରିହାତି ସହିତ ୮,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛି। ଫୋନର 12 GB RAM ଏବଂ 256 GB ଇଣ୍ଟରନାଲ ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ରହିଛି ୧,୦୯,୯୯୯ ଟଙ୍କା। ଫୋନ ଉପରେ ମିଳୁଥିବା ୧୦ ହଜାର ଟଙ୍କା ରିହାତି ପରେ ଏହାର ମୂଲ୍ୟ ୯୯,୯୯୯ ଟଙ୍କା ହୋଇଯିବ। ଏଥି ସହିତ ଏହା ଉପରେ ଆପଣଙ୍କୁ ୮,୦୦୦ ଟଙ୍କାର କ୍ୟାସବ୍ୟାକ୍ ମଧ୍ୟ ମିଳିବ। ଏହି ଦୁଇଟି ଅଫର ସହିତ Galaxy S22 Ultra ଫୋନ୍ ମାତ୍ର ୯୧,୯୯୯ ଟଙ୍କାରେ ଆପଣଙ୍କର ହୋଇପାରେ। ଏଥିସହ କମ୍ପାନୀ ଅଫର୍‌ରେ ୯,୯୯୯ ଟଙ୍କା ମୂଲ୍ୟର Galaxy Watch 4 BT 44mmକୁ ୨,୯୯୯ ଟଙ୍କାରେ କିଣିବାର ମଉକା ଦେଉଛି। ଏହି ଜବରଦସ୍ତ ଅଫର କମ୍ପାନୀର ୱେବସାଇଟରେ ଲାଇଭ୍ ଅଛି।

ସାମସଙ୍ଗ Galaxy S22 Ultraର ଫିଚର ଏବଂ ସ୍ପେସିଫିକେସନ

ଫୋନରେ କମ୍ପାନୀ 6.8 ଇଞ୍ଚର ସୁପର AMOLED ଡିସ୍‌ପ୍ଲେ ଅଫର୍‌ କରୁଛି। ଏହି ଡିସପ୍ଲେ 1700 ନିଟ୍ସର ପିକ୍‌ ବ୍ରାଇଟ୍‌ନେସ ସହିତ ଆସିଥାଏ। HDR10 + ସପୋର୍ଟ କରୁଥିବା ଏହି ଫୋନରେ କର୍ନିଙ୍ଗ୍ ଗୋରିଲା ଗ୍ଲାସ୍ ଭିକ୍ଟସ୍ + ପ୍ରୋଟେକ୍ସନ ମଧ୍ୟ ଦିଆଯାଇଛି। 12 GB RAM ଏବଂ 256 GB ଇଣ୍ଟରନାଲ୍‌ ଷ୍ଟୋରେଜର ଏହି ଫୋନରେ କମ୍ପାନୀ ସ୍ନାପଡ୍ରାଗନ୍ 8 ଜେନ 1 ପ୍ରୋସେସର୍ ପ୍ରଦାନ କରୁଛି।

ଫଟୋଗ୍ରାଫି ପାଇଁ ଏହି ଫୋନର ରିୟରରେ ଏଲଇଡି ଫ୍ଲାସ ସହିତ ୪ କ୍ୟାମେରା ଦିଆଯାଇଛି। ଏଥିରେ ୧୦୮ ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ ସହିତ ଗୋଟିଏ 12 ମେଗାପିକ୍ସଲର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ଦୁଇଟି 12 ମେଗାପିକ୍ସଲର କ୍ୟାମେରା ଅନ୍ତର୍ଭୁକ୍ତ ରହିଛି। ସେପଟେ ସେଲ୍ଫି ପାଇଁ ଫୋନରେ ଆପଣଙ୍କୁ 40 ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ମିଳିବ।

ଇନ-ବିଲ୍ଟ SPen ସପୋର୍ଟ ସହିତ ଆସୁଥିବା ଏହି ଫୋନରେ ଆପଣଙ୍କୁ 5000mAhର ବ୍ୟାଟେରୀ ମିଳିବ। ଫୋନରେ ଦିଆଯାଇଥିବା ଏହି ବ୍ୟାଟେରୀ 45 ୱାଟର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ। ଏହା ବ୍ୟତୀତ ଆପଣଙ୍କୁ 25 ଓ୍ଵାଟ୍‌ର େଓ୍ଵୟାରଲେସ୍‌ ଏବଂ 10 ଓ୍ଵାଟ୍‌ର ରିଭର୍ସ ଚାର୍ଜିଂର ସପୋର୍ଟ ମଧ୍ୟ ମିଳିବ।

Roshni

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

2 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

11 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

29 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

31 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago