Motorola ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ମାତ୍ର ଏତିକି ଟଙ୍କାରେ ପାଇପାରିବେ ଏକ ପାୱାରଫୁଲ ସ୍ମାର୍ଟଫୋନ୍ । ତେବେ ଆସନ୍ତୁ ଜାଣିବା ଲହି ବଜେଟ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ…
ନିକଟରେ Motorola ର ଲଞ୍ଚ ହୋଇଥିବା ବଜେଟ୍ 5G ଫୋନର ମୂଲ୍ୟରେ ହ୍ରାସ ପାଇଛି । ୭୦୦୦mAh ବ୍ୟାଟେରୀ ଫିଚର୍ସ ଏହି Motorola ଫୋନଟି ଚଳିତ Flipkart ସେଲ୍ ସମୟରେ ବହୁତ କମ ମୂଲ୍ୟରେ କିଣାଯାଇପାରିବ । ଏହାକୁ ଗତ ନଭେମ୍ବରରେ ଭାରତୀୟ ବଜାରରେ ଉପସ୍ଥାପନ କରାଯାଇଥିଲା । ଏହି ଫୋନଟି ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ସପୋର୍ଟ କରେ । ତେବେ ଆସନ୍ତୁ ଜାଣିବା ଏହି Motorola ଫୋନରେ କ’ଣ ରହିଛି ଅଫର?
ଫିଚର୍ସ:
ମୋଟୋରୋଲାର ଏହି ବଜେଟ୍ ଫୋନଟି ମିଲିଟ୍ରି-ଗ୍ରେଡ୍ ବିଲ୍ଡ କ୍ବାଲିଟି ସହିତ ଆସିଥାଏ । ଏହି ଫୋନରେ ୬.୭୨-ଇଞ୍ଚ FHD+ LCD ଡିସପ୍ଲେ ରହିଛି ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୦୫୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ପାଇଁ ସପୋର୍ଟ କରେ। ଫୋନର ଡିସପ୍ଲେର ପ୍ରୋଟେକ୍ସନ ପାଇଁ ପ୍ରିମିୟମ୍ କର୍ଣ୍ଣିଂ ଗରିଲା ଗ୍ଲାସ୍ 7i ରହିଛି । ଏହା ବ୍ୟତୀତ, ଫୋନଟି IP64 ରେଟେଡ୍, ଅର୍ଥାତ୍ ପାଣିରେ ପଡ଼ିଗଲେ ମଧ୍ୟ ଏହା କ୍ଷତିଗ୍ରସ୍ତ ହେବ ନାହିଁ।
ଏହି ଫୋନଟି Qualcomm Snapdragon 6s Gen 4 ପ୍ରୋସେସର ଦ୍ୱାରା ପରିଚାଳିତ । ଏଥିରେ ୮GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ଅଛି, ଯାହାକୁ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । ଏହା Android 16 ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏଥିରେ ଡୁଆଲ୍ କ୍ୟାମେରା ସେଟଅପ୍, ୫୦MP ପ୍ରାଇମେରୀ କ୍ୟାମେରା ଏବଂ ୮MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିଛି । ଏହି ଆଫର୍ଡେବଲ ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮MP ଫ୍ରଣ୍ଟ କ୍ୟାମେରା ରହିଛି । ଏଥିସହ ଏଥିରେ ଏକ ପାୱାରଫୁଲ୍ ୭୦୦୦mAh ବ୍ୟାଟେରୀ ପ୍ୟାକ୍ ଏବଂ ୪୫W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।
Motorola G57 Power 5G ଉପରେ ଅଫର:
ଏହି Motorola ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- ୬GB RAM + ୧୨୮GB ଷ୍ଟୋରେଜ୍ ଏବଂ ୮GB RAM + ୧୨୮GB ଷ୍ଟୋରେଜ୍ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା । ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି । ଚଳିତ Flipkart ସେଲ୍ ସମୟରେ, ଫୋନଟି ସେଲ କରିବା ଉପରେ ୭୦୦ ଟଙ୍କାର ଏକ ଫ୍ଲାଟ୍ ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ଉପଲବ୍ଧ। ଏହିପରି ଭାବରେ, ଆପଣ ଏହି ଫୋନକୁ ମାତ୍ର ୧୩,୨୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଘରକୁ ଆଣିପାରିବେ । EMI ଅଫର ବିଷୟରେ କହିବାକୁ ଗଲେ, ଏହି ବଜେଟ୍ ଫୋନ୍ ୬୮୩ ଟଙ୍କଭାର ପ୍ରାରମ୍ଭିକ EMI ରେ ଉପଲବ୍ଧ ହେବ । ଏଥିସହ ଯଦି ଆପଣ ଏକ ବଜେଟ୍-ଫ୍ରେଶ୍ଡଲତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଲହି ଫୋନଯି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।
Also read: ପାନ କାର୍ଡ ନିୟମରେ ହେବ ବଡ଼ ପରିବର୍ତ୍ତନ, ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି