ଜଲଦି କିଣନ୍ତୁ. . . ମାତ୍ର ୪୯ ଟଙ୍କାରେ Infinix Hot 8, ଅପରାହ୍ନ ୧୨ଟାରୁ ଆରମ୍ଭ ହେବ ଫ୍ଲାସ୍‌ ସେଲ୍‌

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Infinix କିଛି ସମୟ ପୂର୍ବରୁ Hot 8 ହ୍ୟାଣ୍ଡସେଟ୍‌ ଲଞ୍ଚ କରିଥିଲା। ଏହି ଫୋନ ଲଞ୍ଚରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ଲାସ୍‌ ସେଲରେ ଉପଲବ୍ଧ କରାଯାଇଛି। ରିପୋର୍ଟ ଅନୁଯାୟୀ ଆଜି ପୁଣି ଥରେ Infinix Hot 8 କୁ ଇ-କମର୍ସ େଓ୍ଵବସାଇଟ Flipkart ରେ ଫ୍ଲାସ ସେଲ୍‌ ରେ କିଣିପାରିବେ। ଏହାର ସେଲ୍‌ ଅପରାହ୍ନ ୧୨ ଟାରୁ ଆରମ୍ଭ ହେବ। ଟ୍ରିପଲ୍‌ ରିୟର କ୍ୟାମେରା ସେଟଅପ, ୪ଜିବି ର‍୍ୟାମ, ୫୦୦୦ ଏମଏଏଚ ବ୍ୟାଟେରୀରୁ କମ ଥିବା ଏହି ଫୋନର ମୂଲ୍ୟ ମାତ୍ର ୬,୯୯୯ଟଙ୍କା।

infinix-ଅଫର୍ସ କଥା କହିବାକୁ ଗଲେ Flipkart Axis ବ୍ୟାଙ୍କର କ୍ରେଡିଟ୍‌ କାର୍ଡରୁ ପେମେଣ୍ଟ କରିବା ନେଇ ୫ ପ୍ରତିଶତର ଅଲଟିମେଟ କ୍ୟାସବ୍ୟାକ ପାଇପାରିବେ। ସେହିଭଳି ICICI ବ୍ୟାଙ୍କର କ୍ରେଡିଟ ଏବଂ ଡେବିଟ୍‌ କାର୍ଡରୁ କିଣିବା ଉପରେ ୫ ପ୍ରତିଶତର ଇନଷ୍ଟାଣ୍ଟ ଡିସକାଉଣ୍ଟ ଦିଆଯିବ। No cost EMI ସମେତ ଅନ୍ୟ ଅଫର୍ସ ମଧ୍ୟ ଉପଲବ୍ଧ ରହିଛି। ଫୋନରେ ୬, ୯୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ କରାଯାଇଛି। ଯଦି ଗ୍ରାହକ ସମ୍ପୂର୍ଣ୍ଣ ଏକ୍ସଚେଞ୍ଜର ଭାଲ୍ୟୁ ନେବାରେ ସଫଳ ହୋଇପାରନ୍ତି ତେବେ ମାତ୍ର ୪୯ ଟଙ୍କା ଫୋନ କିଣିପାରିବେ।

inଜାଣନ୍ତୁ କଣ ରହିଛି ଫିଚର୍ସ:

୬.୫୨ ଇଞ୍ଚର ଡିସପ୍ଲେ ସହ ଫୋନରେ ରିୟର ଫିଙ୍ଗରପ୍ରିଣ୍ଟ ସେଂସର ଏବଂ ଫେସ୍‌ ଅନଲକ୍‌ ଫିଚର ରହିଛି। ଏଥିସହ ଫୋନରେ MediaTek Helio P22 processor ଏବଂ ୫୦୦୦ ଏମଏଏଚର ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଫୋନରେ ୬୪ ଜିବିର ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି, ଯାହାକୁ ମାଇକ୍ରୋଏସଡି କାର୍ଡ ଜରିଆରେ ୨୫୬ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ। ଏଥିସହ ଫୋନରେ AI ଆଧାରିତ ଟ୍ରିପଲ ରିୟଲ କ୍ୟାମେରା ରହିଛି। ଏହାର ପ୍ରଥମ ସେଂସର ୧୩ ମେଗାପିକ୍ସଲ, ଦ୍ୱିତୀୟ ୨ ମେଗାପିକ୍ସଲ ଏବଂ ତୃତୀୟ ଲୋ ଲାଇଟର ସେଂସର ରହିଛି। ସେଲ୍ଫି ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ ସେଂସର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.