ସାମସଙ୍ଗ ଟିଭି କିଣିଲେ ମାଗଣାରେ ମିଳୁଛି ସ୍ମାର୍ଟଫୋନ ସହିତ କ୍ଯାଶବ୍ଯାକ୍, ଜଲଦି ଅଫରର ଫାଇଦା ଉଠାନ୍ତୁ

ନୂଆବର୍ଷରେ ଆପଣ ଯଦି ନିଜ ଘରକୁ ନୂଆ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ସାମସଙ୍ଗ ଆପଣଙ୍କ ପାଇଁ ଆଣିଦେଇଛି ଦମଦାର ଅଫର। କୋରିଆନ କମ୍ପାନୀ ସାମସଙ୍ଗ ଭାରତରେ Big TV Daysର ଘୋଷଣା କରିଛି। ଆପଣ ଏହି ସେଲରେ ଗୋଟେ ସ୍ମାର୍ଟଫୋନ ସହିତ ୨୩ ହଜାର ଟଙ୍କାର ସ୍ମାର୍ଟଫୋନ ମାଗଣାରେ ପାଇପାରିବେ।
ସୂଚନା ମୁତାବକ, ସାମସଙ୍ଗ Big TV Days ୩୧ ଜାନୁଆରୀ ୨୦୨୧ ପର୍ଯ୍ଯନ୍ତ ଚାଲିବ। ଏହି ସେଲରେ କମ୍ପାନୀ ୫୫ ଇଞ୍ଚ, ୬୫ ଇଞ୍ଚ, ୭୫ ଇଞ୍ଚ, ୮୨ ଇଞ୍ଚ ଏବଂ ୮୫ ଇଞ୍ଚ ଟିଭି ହେଉ ଅବା QLED tv , କ୍ରିଷ୍ଟାଲ 4KUHD, QLED 8K ଟିଭିରେ ଅଫର ଦେଉଛି। ଗ୍ରାହକ ଏହି ଟିଭି କିଣିବାରେ ୨୦ ପ୍ରତିଶତ କ୍ଯାଶବ୍ଯାକ ମିଳୁଛି।
ଆଉ ଏହି ଟିଭି କିଣିଲେ ସାମସଙ୍ଗ ପକ୍ଷରୁ ଗ୍ରାହକଙ୍କୁ ୨୨,୯୯୯ ଟଙ୍କାର Samsung Galaxy A51 ସ୍ମାର୍ଟଫୋନ ମାଗଣାରେ ମିଳୁଛି। ଏହାଛଡା ୫୫ ଇଞ୍ଚର QLED TV କିମ୍ବା 4K UHD ଟିଭି କିଣିଲେ ୧୮,୯୯୯ ଟଙ୍କାର Samsung Galaxy A31 ସ୍ମାର୍ଟଫୋନ ଫ୍ରିରେ ମିଳୁଛି।