ଶସ୍ତା ଫୋନ କଭର ବ୍ୟବହାର କରୁଛନ୍ତି କି? ସାବଧାନ ରୁହନ୍ତୁ ନଚେତ ସହିବେ କ୍ଷତି

ଆଜିକାଲି ସ୍ମାର୍ଟଫୋନ ଆମର ଏକ ଆବଶ୍ୟକତା ପାଲଟିଯାଇଛି । ଆମର ଦିନର ଆରମ୍ଭ ସ୍ମାର୍ଟଫୋନରୁ ହୁଏ ଏବଂ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଆମର ଫୋନକୁ ବ୍ୟବହାର କରିଥାଉ । କଥାରେ ଅଛି ଫୋନ ନାହିଁ ତ କିଛି ନାହିଁ । ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ ପାଇଁ ବ୍ୟାକ୍‌ କଭର ଏବଂ ସ୍କ୍ରିନ୍‌ ଗାର୍ଡ ପରି ଆସେସୋରିଜ୍‌ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ସ୍କ୍ରିନ୍‌ ଗାର୍ଡ ଫୋନରେ ଡିସପ୍ଲେକୁ ସ୍କ୍ରାଚ୍‌ ଏବଂ ଭାଙ୍ଗିବା ଠାରୁ ରକ୍ଷା କରିଥାଏ । ସେହି ସମୟରେ, ଫୋନର ବ୍ୟାକ୍‌ କଭର ଫୋନକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଇଥାଏ ଯଦି ଆପଣଙ୍କ ଫୋନ ତଳେ ଖସିପଡେ ତଥାପି ଏହା ସ୍କ୍ରାଚ୍‌ ହୋଇନଥାଏ । ଆପଣ ଗୋଟିଏ ଫୋନ କିଣିବା ପରେ ନିଶ୍ଚିତ ଭାବରେ ଏକ ସ୍କ୍ରିନ୍‌ ଗାର୍ଡ ଏବଂ ଗୋଟିଏ ବ୍ୟାକ୍‌ କଭର କିଣନ୍ତୁ ।

ଫୋନ ସୁରକ୍ଷିତ ରହିବ :

ଯଦି ଆପଣ ଗୋଟିଏ ଦାମି ସ୍ମାର୍ଟଫୋନ କିଣି ତାହା ପାଇଁ ଏକ ଲୋ କ୍ୱାଲିଟିର ବ୍ୟାକ୍‌ କଭର କିଣୁଛନ୍ତି, ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ପ୍ରିମିୟମ୍‌ କ୍ୱାଲିଟିର ବ୍ୟାକ୍‌ କଭର ଫୋନକୁ ଅନେକ ଜିନିଷରୁ ରକ୍ଷା କରିଥିବାବେଳେ ଲୋ କ୍ୱାଲିଟିର ବ୍ୟାକ୍‌ କଭର କେବଳ ଫୋନକୁ ସ୍କ୍ରାଚରୁ ରକ୍ଷା କରିଥାଏ । ସେହି ଲୋ କ୍ୱାଲିଟିର ବ୍ୟାକ୍‌ କଭର ଆପଣଙ୍କ ଫୋନକୁ ବହୁ ଶୀଘ୍ର ନଷ୍ଟ କରିଦେଇଥାଏ । ଯେଉଁ କାରଣରୁ ଆପଣଙ୍କୁ କିଛି ଦିନ ପରେ ଆଉ ଏକ ବ୍ୟାକ୍‌ କଭର କିଣିବାକୁ ପଡିଥାଏ । ଆସନ୍ତୁ ଜାଣିବା ପ୍ରିବିୟମ କ୍ୱାଲିଟିର ବ୍ୟାକ୍‌ କଭର କିପରି ଫୋନକୁ ସୁରକ୍ଷିତ ରଖେ ।

୧. ପ୍ରିମିୟମ କ୍ୱାଲିଟିର ବ୍ୟାକ୍‌ କଭର ଫୋନକୁ ଖସିବା ଠାରୁ ରକ୍ଷା କରିଥାଏ ଯାହାଦ୍ୱାରା ଫୋନର ଇଣ୍ଟରନାଲ କଂପୋନେଟ୍‌ ଡ୍ୟାମେଜ୍‌ ହୋଇନଥାଏ । ଏଗୁଠିକରେ ଶକ୍‌ ଆବଜରବ୍‌ କରୁଥିବା ମେଟେରିଆଲ୍‌ ବ୍ୟବହାର ହୋଇଥାଏ । ଯେହା ଫୋନ୍‌ର ସ୍କ୍ରିନକୁ ବହୁ ପରିମାଣରେ ଭାଙ୍ଗିବା ଠାରୁ ରକ୍ଷା କରିଥାଏ ।

୨. ଦାମୀ ବ୍ୟାକ୍‌ କଭର ଯୋଗୁଁ ଫୋନ ମଧ୍ୟ ଡେଲି ଓ୍ୱାୟାର ଏବଂ ଟିୟର ଠାରୁ ପ୍ରୋଟେକ୍ଟ ପାଇଥାଏ । ଯାହାକି ଭୁଲ ଯୋଗୁଁ ଫୋନରେ ହୋଇଥିବା ସ୍କ୍ରାଚ୍‌, ମାର୍କ ଇତ୍ୟାଦି ପାଇଁ ବ୍ୟାକ୍‌ କଭର ଏକ ଆଇଡିଆଲ ଭାବରେ କାମ କରିଥାଏ । ଶସ୍ତା କଭର ଫୋନକୁ ଡେଲି ଓ୍ୱାୟାର ଏବଂ ଟିୟରରୁ ରକ୍ଷା କରେ ନାହିଁ । ଏହା ସହ, ଫୋନର ହୋଇଥିବା ଚିହ୍ନ ମଧ୍ୟ ଛାଡିଥାଏ ଯେତେବେଳେ ପ୍ରିମିୟମ ବ୍ୟାକ କଭରର ମ୍ୟାଟେରିଆଲ କ୍ୱାଲିଟି ଭଲ ଥାଏ ।

୩. ଭଲ କ୍ୱାଲିଟିର ବ୍ୟାକ୍‌ କଭର ଫୋନକୁ ପାଣି ଏବଂ ଗରମରୁ ରକ୍ଷା କରିଥାଏ । କେତେକ ଦାମୀ ବ୍ୟାକ୍‌ କଭରରେ ହିଟ୍‌ ଡିସପେସନ ଡିସପ୍ଲେର ବ୍ୟବହାର ହୋଇଥାଏ । ଯାହା ଫୋନରୁ ବାହାରୁଥିବା ଉତ୍ତାପକୁ ନିୟନ୍ତ୍ରଣ କରିଥାଏ ଏବଂ ଫୋନକୁ ଅଧିକ ଗରମରୁ ରକ୍ଷା କରିଥାଏ । କିନ୍ତୁ ଶସ୍ତା ବ୍ୟାକ କଭରରେ ଏହି ସବୁ ସୁବିଧା ନାହିଁ ।

୪. ପ୍ରିମିୟମ କ୍ୱାଲିଟି ବ୍ୟାକ୍‌ କଭର ଫୋନରେ ପଶୁଥିବା ଧୂଳି -ମାଟି ଏହି ସବୁରୁ ରକ୍ଷା କରିଥାଏ । କିଛି ଦାମୀ ବ୍ୟାକ୍‌ କଭର ଫୋନରେ କମ୍ପୋନେଟକୁ କଭର କରିବା ପାଇଁ ପ୍ରୋଟେକ୍ସନ ଦେଇଥାଏ ।

ଆଜିକାଲି ମାକେର୍ଟରେ ବିଭିନ୍ନ ପ୍ରକାରର ବ୍ୟାକ୍‌ କଭର ମିଳୁଛି, ଯେଉଁଥିରେ ଲେଦର ବ୍ୟାକ୍‌ କଭର, କାର୍ବନ ଫାଇବର କଭର, ପଲିକାର୍ବୋନେଟ ଫୋନ୍‌ କେସ୍‌, ସିଲିକନ୍‌ କଭର, ହିଟ୍‌ ଡିସପେସନ ବ୍ୟାକ୍‌ କଭର ଏବଂ ଶକ୍‌-ପ୍ରୁଫ୍‌ ଡ୍ରପ୍‌ ପ୍ରୋଟେକ୍ସନ୍‌ ବ୍ୟାକ୍‌ କଭର ସାମିଲ ଅଛି । ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏଥି ମଧ୍ୟରୁ କିଛି ବି ଭଲ କ୍ୱାଲିଟିର ବ୍ୟାକ୍‌ କଭର ବାଛିପାରିବେ ଏବଂ ଆପଣଙ୍କର ଦାମୀ ଫୋନକୁ ସେଫ୍ ରଖିପାରିବ ।

You might also like