ଟେକ୍

ଏବେ ବିନା ଟେନ୍‌ସନ୍‌ରେ ବ୍ୟବହାର କରନ୍ତୁ ଗୁଗଲ ଫଟୋ, ଏହି ଉପାୟ ପରେ ଲାଗିବନି କପି ରାଇଟ୍‌ ଷ୍ଟ୍ରାଇକ୍‌

ଗୁଗଲରେ ଆମେ ଦୁନିଆର ଯେକୌଣସି ଜିନିଷକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖୋଜିପାରୁଛେ। ଏମିତି କିଛି ଜିନିଷ ନାହିଁ ଯାହା ବିଷୟରେ ଗୁଗଲରେ ସୂଚନା ମିଳିପାରିବନାହିଁ। ଗୁଗଲ ସାହାଯ୍ୟରେ ପଢ଼ିବା, ଫଟୋ, ଗୀତ, ଭିଡିଓ ଆଦି ଅପ୍‌ଲୋଡ୍‌ କରିବା ଖୁବ୍‌ ସହଜ ହୋଇଛି। କିନ୍ତୁ ଏସବୁ ମଧ୍ୟରେ ଆମକୁ ଗୋଟିଏ ଜିନିଷ ଉପରେ ନଜର ରଖିବାକୁ ପଡ଼ିଥାଏ ତାହା ହେଉଛି କପି ରାଇଟ୍‌ ଷ୍ଟ୍ରାଇକ୍‌। ଆଉ କାହାର କଣ୍ଟେଣ୍ଟ୍‌କୁ ଅପ୍‌ଲୋଡ୍‌ କଲେ କପି ରାଇଟ୍‌ ଲାଗିବାର ସମ୍ଭାବନା ଥାଏ। ଏଣୁ କିଛି ଫଟୋ କିମ୍ବା ଭିଡିଓ ଗୁଗୁଲରୁ ଅପ୍‌ଲୋଡ୍‌ କରି ନିଜ ସାଇଟ୍‌ରେ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ନଚେତ୍‌ କପିରାଇଟ୍‌ ଷ୍ଟ୍ରାଇକ୍‌ ଲାଗିପାରେ। ଏଥିପାଇଁ ଆପଣଙ୍କୁ ଜରିମାନା ମଧ୍ୟ ଭରିବାକୁ ପଡ଼ିପାରେ।

ତେବେ ଏହି କପି ରାଇଟ୍‌ ସମସ୍ୟାରୁ ମୁକ୍ତି ପାଇବାର ଦୁଇଟି ଉପାୟ ରହିଛି। ପ୍ରଥମତଃ ଆପଣ ଉକ୍ତ କଣ୍ଟେଣ୍ଟର ମାଲିକଙ୍କଠାରୁ ଅନୁମତି ନେଇପାରିବେ। ଅନୁମତି ନେବା ପରେ ଆପଣ ଉକ୍ତ କଣ୍ଟେଣ୍ଟକୁ ବ୍ୟବହାର କରିପାରିବେ। ଦ୍ୱିତୀୟ ଉପାୟ ହେଉଛି କପି ରାଇଟ୍‌ ଲେଖାଥିବା ଅଂଶକୁ କିମ୍ବା ଓ୍ଵାଟର ମାର୍କକୁ କ୍ରପ୍‌ କରି ବ୍ୟବହାର କରିପାରିବେ। କିନ୍ତୁ ଏଭଳି କଲେ ଆପଣଙ୍କ ଉପରେ ଚୋରି ଅଭିଯୋଗ ଲାଗିପାରେ। ତେବେ ଗୁଗଲର ଫଟୋ ବ୍ୟବହାର କଲେ ମଧ୍ୟ ଏହି ସମସ୍ୟା ଦେଖାଯାଇପାରେ। ମାତ୍ର ଏମିତି କିଛି ଟ୍ରିକ୍‌ ରହିଛି ଯାହା ବ୍ୟବହାର କରି ଆପଣ ଆଉ କାହାର ଫଟୋ ଲୋଡ୍‌ କଲେ ବି କପି ରାଇଟ୍‌ ଷ୍ଟ୍ରାଇକ୍‌ ଲାଗିବ ନାହିଁ। ଆସନ୍ତୁ ଜାଣିବା କ’ଣ ସେହି ଟ୍ରିକ୍‌…

  • ପ୍ରଥମେ ୱେବ୍‌ ବ୍ରାଉଜର ଓପନ୍‌ କରନ୍ତୁ।
  • ଏହା ପରେ ଯେଉଁ ଫଟୋ ଚାହୁଁଛନ୍ତି ତାହା ଟାଇପ୍‌ କରନ୍ତୁ।
  • ଏବେ images ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏଠାରେ ଏକାଧିକ ଫଟୋ ଦେଖାଇବ କିନ୍ତୁ କେଉଁ ଫଟୋରେ କପି ରାଇଟ୍‌ ଅଛି ତାହା ଜଣାନାହିଁ।
  • ଏବେ ଉପରେ ଆପଣଙ୍କୁ Setting କଡ଼ରେ Tools ଅପ୍‌ସନ୍‌ ଦେଖାଇବ। ଏହା ଉପରେ କ୍ଲିକ୍‌ କରନ୍ତୁ।
  • ଏହା ପରେ ଆପଣଙ୍କୁ Usage Rights ଅପସନ୍‌ ଦେଖାଇବ। ଏହା ଉପରେ କ୍ଲିକ୍‌ କରନ୍ତୁ।
  • ଏଠାରେ Creative Commons licenses ଓ Commercial & other licenses ଭଳି ଦୁଇଟି ଅପସନ୍‌ ଦେଖାଇବ।
  • Creative Commons licenses ଫଟୋ ବ୍ୟବହାର କଲେ ଆପଣଙ୍କୁ କପିରାଇଟ୍‌ ଷ୍ଟ୍ରାଇକ୍‌ ମିଳିବ ନାହିଁ।
  • ମାତ୍ର Commercial & other licenses ଉପରେ କ୍ଲିକ୍‌ କରିବା ପରେ ଯେଉଁ ଫଟୋ ଦେଖାଇବ ତାକୁ ଆପଣଙ୍କୁ କିଣିବାକୁ ପଡ଼ିବ।
  • ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ ମାଗଣା ଫଟୋ ଦରକାର ନା କମର୍ସିଆଲ ବ୍ୟବହାର ପାଇଁ ଟଙ୍କା ଦେଇ ଫଟୋ କିଣିବେ।
WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

42 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

53 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago