ଏବେ AirPods ରେ ମିଳିବ କ୍ୟାମେରା, ଜାଣନ୍ତୁ କେବେ ହେବ ଲଞ୍ଚ

ଏବେ AirPods ରେ ମିଳିବ କ୍ୟାମେରା । ଆପଲ୍‌ ଟେକ୍ନୋଲୋଜି ଦୁନିଆରେ ଆଉ ପାଦେ ଆଗକୁ ଯାଇ ଆଣିବାକୁ ଯାଉଛି କ୍ୟାମେରାଯୁକ୍ତ ଏୟାରପଡ୍‌ । କଳ୍ପନା କରନ୍ତୁ ଯଦି ଆପଣ କୌଣସି ଅଜଣା ସ୍ଥାନରେ ଥାଆନ୍ତି ଏବଂ ଆପଣ ଆପଣଙ୍କ ଫୋନ୍ ବିନା ହିଁ Siri ଠାରୁ ଆପଣଙ୍କ ପାରିପାର୍ଶ୍ୱିକ ଅବସ୍ଥା ବିଷୟରେ ସୂଚନା ପାଇପାରିବେ । ଆପଲର ଏହି ନୂଆ ଇନୋଭେସନ୍ ଆମ ଜୀବନକୁ ବଦଳାଇ ଦେଇପାରେ । ଟେକ୍ ଜାଏଣ୍ଟ ଆପଲ୍ ଗତ କିଛି ଦିନ ମଧ୍ୟରେ ଅନେକ ପ୍ରଡକ୍ଟ ଲଞ୍ଚ କରିଛି ।

ଏଥିରେ iPhone 16e ରୁ iPad Air ପର୍ଯ୍ୟନ୍ତ ଅନେକ ମଡେଲ୍ ସାମିଲ ରହିଛି । ଏବେ କମ୍ପାନୀ କିଛି ନୂଆ ଇନୋଭେସନ୍ ଆଡ଼କୁ ଧ୍ୟାନ ଦେଉଛି । ମିଡିଆ ରିପୋର୍ଟ ଅନୁସାରେ, ଏବେ କମ୍ପାନୀ AirPods ରେ କ୍ୟାମେରା ଲଗାଇବା ପାଇଁ ପ୍ରସ୍ତୁତି କରିଛି । ବର୍ତ୍ତମାନ ଏହା ଉପରେ କାମ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା କ୍ୟାମେରା ସହିତ ଏହି ନୂଆ AirPods ବଜାରରେ ଲଞ୍ଚ ହୋଇପାରେ । କୁହାଯାଉଛି ଯେ ଏହି ନୂଆ ଏୟାରପଡ୍ ଗୁଡ଼ିକରେ ଏକ କ୍ୟାମେରା ରହିବ ଯାହା ଦ୍ୱାରା ଏହା ଚାରିପାଖର ପରିବେଶକୁ ବୁଝିପାରିବ ଏବଂ ଭଲ ଭାବରେ ଇଣ୍ଟରାକ୍ଟ କରିପାରିବ ।

କ୍ୟାମେରା ପାଇବା ଦ୍ୱାରା ଆପଲ୍ ଏୟାରପଡ୍ ଗୁଡ଼ିକୁ ଭିଜୁଆଲ୍ ଇଣ୍ଟେଲିଜେନ୍ସ ଫିଚର୍ସ ସହିତ ଲେସ୍ କରିବା ସହଜ ହେବ । ବର୍ତ୍ତମାନ ଏହି ଫିଚର୍ସ iPhone 16 ସିରିଜରେ ଦିଆଯାଉଛି । ଏହା ସାହାଯ୍ୟରେ, ୟୁଜର୍ସମାନେ କ୍ୟାମେରାକୁ ଯେକୌଣସି ଜିନିଷ ଉପରେ ଫୋକସ୍ କରିପାରିବେ ଏବଂ ଏହା ବିଷୟରେ ବିସ୍ତୃତ ଭାବରେ ସମସ୍ତ ତଥ୍ୟ ଜାଣିପାରିବେ । ଏହି AirPods AI ଏବଂ କ୍ୟାମେରା ସାହାଯ୍ୟରେ ୟୁଜର୍ସଙ୍କୁ ତାଙ୍କ ଚାରିପାଖର ପରିବେଶ ବିଷୟରେ ବିସ୍ତୃତ ସୂଚନା ଦେଇପାରିବ । ଏହି ଏୟାରପଡ୍ସ ସ୍ମାର୍ଟ ଚଷମା ପରି କାମ କରିବ ବୋଲି ଶୁଣିବାକୁ ମିଳୁଛି ।

ଆପଲ୍ ଚଳିତ ବର୍ଷ AirPods Pro 3 ଲଞ୍ଚ କରିବାକୁ ଯାଉଛି । କିନ୍ତୁ ଏହି ସବୁ ଫିଚର୍ସ ଏଥିରେ ଉପଲବ୍ଧ ହେବ ତାହା ଆଶା କରାଯାଉନାହିଁ । ଆକଳନ କରାଯାଉଛି ଯେ କ୍ୟାମେରା ସହିତ AirPods ଆସନ୍ତା ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୭ ମସିହାରେ ଲଞ୍ଚ ହୋଇପାରେ । ଏହା ସହିତ, କମ୍ପାନୀ ସ୍ମାର୍ଟ ଚଷମା ମଧ୍ୟ ଲଞ୍ଚ କରିବାକୁ ପ୍ଲାନିଂ କରୁଛି । ଯଦି ଏହା ହୁଏ, ତେବେ ଗ୍ରାହକମାନଙ୍କ ପାଖରେ ମେଟାର ରେ-ବାନ୍ସ ସ୍ମାର୍ଟଗ୍ଲାସ ସହିତ ପ୍ରତିଯୋଗିତା କରିବା ପାଇଁ ଆଉ ଏକ ଅପ୍ସନ ରହିବ ।

ସେହିଭଳି ଆପଲ୍ ବହୁତ ଦିନ ଧରି ଫୋଲ୍ଡେବଲ୍ ଆଇଫୋନ୍ ଉପରେ କାମ କରୁଛି । ଆପଲ୍ ଚଳିତ ବର୍ଷର ଶେଷ ସୁଦ୍ଧା ଏହାର ସ୍ପେସିଫିକେସନ୍ସ ରିଭିଲ୍ କରିବ । ଏହାକୁ ଆସନ୍ତା ବର୍ଷ ଶେଷ ସୁଦ୍ଧା ଲଞ୍ଚ କରାଯାଇପାରେ । ଏହାର ମୂଲ୍ୟ ୧.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ ଆଗାମୀ ସମୟରେ ଯଦି ଏହି କ୍ୟାମେରା ସହିତ ଏୟାରପଡ୍ସ ଲଞ୍ଚ ହୁଏ ତେବେ ଏହା ଟେକ୍ ଦୁନିଆରେ ଏକ ନୂଆ ପରିବର୍ତ୍ତନ ଆଣିବାକୁ ଯାଉଛି ।

Also read: ଏବେ ଦୁର୍ଗମ ଅଞ୍ଚଳରେ ମିଳିବ ହାଇସ୍ପିଡ଼ ଇଣ୍ଟରନେଟ କନେକ୍ଟିଭିଟି, SpaceX ସହିତ ସହଭାଗିତା କଲା Jio