ନା ଡାଉନପେମେଣ୍ଟ, ନା ଇନସୁରାନ୍ସ ଏବଂ ନା ମେଣ୍ଟେନାନ୍ସ, ତାପରେ ବି ଆପଣ ହୋଇପାରିବେ ନୂଆ ଚକାଚକ୍‌ କାରର ମାଲିକ

କାରର ବର୍ଦ୍ଧିତ ଦାମ୍‌ ଏବଂ ବ୍ୟାଙ୍କ୍‌ ଲୋନ୍‌ ସମୟରେ ଦିଆଯାଉଥିବା ବଡ ଡାଉନପେମେଣ୍ଟର ଆମାଉଣ୍ଟ ଅନେକ ଥର ଲୋକଙ୍କୁ କାର କିଣିବା ପାଇଁ ରୋକିଥାଏ। ନଚେତ ସେ ନିଜର ପସନ୍ଦର କାର ନନେଇ ଛୋଟ କିମ୍ବା ତଳ ଭେରିୟଣ୍ଟର କାରକୁ ସିଫ୍ଟ କରନ୍ତି। କିନ୍ତୁ ଏବେ ୟୁରୋପ, ଆମେରିକା ଏବଂ ଗଲ୍ଫ ଦେଶ ଗୁଡିକରେ ଅନେକ ଅଟୋ ମୋବାଇଲ୍‌ କମ୍ପାନୀ ଇଣ୍ଡିଆରେ ମଧ୍ୟ ସବସ୍କ୍ରିପସନ୍‌ ପ୍ରୋଗ୍ରାମ୍‌ ଆରମ୍ଭ କରିଦେଇଛନ୍ତି। ଅଟୋମୋବାଇଲ କମ୍ପାନୀ ସହିତ ଅନେକ ଟ୍ୟାକ୍ସି ସର୍ଭିସ କମ୍ପାନୀ ମଧ୍ୟ କାର ସବସ୍କ୍ରିପସନ୍‌ ସ୍କିମ୍‌ ଆରମ୍ଭ କରିଛି।

ଏହି ସ୍କିମର ସବୁଠାରୁ ବଡ ଫାଇଦା ହେଉଛି ଯେ ଆପଣ ଚାହିଁବେ ତ କାର ବଦଳାଇପାରିବେ। ଆପଣଙ୍କୁ ନା ତ ଡାଉନପେମେଣ୍ଟ ଦେବାକୁ ହେବ ନା ଇନସୁରାନ୍ସ ଏବଂ ନା ମେଣ୍ଟେନାନ୍ସ ଦେବାକୁ ହେବ। ଏଥିପାଇଁ କମ୍ପାନୀ ଆପଣଙ୍କ ଠାରୁ କାରର ମଡେଲ ଅନୁସାରେ ଏକ ନିଶ୍ଚିତ ରାଶି ମାସକୁ ଥରେ ନେଇଥାଏ। କିନ୍ତୁ ଗୋଟେ ପ୍ରକାର ଯେମିତି ଇଏମଆଇ କାର କିଣିବା ପରେ ଦିଅନ୍ତି ତାଠାରୁ ସାମାନ୍ୟ ଅଧିକ ହୋଇଥାଏ। ଆସନ୍ତୁ ଜାଣିବା କେମିତି ଆପଣ ନେବେ କାର ସବସ୍କ୍ରିପସନ୍‌ ଏବଂ କଣ ଏହାର ଫାଇଦା ଓ ଲାଭ।

କେମିତି ନେବେ ସବସ୍କ୍ରିପସନ୍‌ ଜାଣନ୍ତୁ

ମାରୁତି, ମହିନ୍ଦ୍ରା, ନିସାନ, ହ୍ୟୁଣ୍ଡାଇ ସହିତ ପ୍ରାୟ ସମସ୍ତ କମ୍ପାନୀ ଏବେ କାର ସବସ୍କ୍ରିପସନ୍‌ ଦେଉଛନ୍ତି। ଯଦିଓ ଏହି ସମସ୍ତ କାରରେ ଦିଆଯାଉନାହିଁ କିନ୍ତୁ କମ୍ପାନୀର ପପୁଲାର ଏବଂ ବଛାବଛା ମଡେଲ୍ସ ଉପରେ ଏହା ଦିଆଯାଏ। ଏହା ଅନୁଯାୟୀ ଗୋଟେ ପ୍ରକାର ଆପଣ ଭଡାରେ ଗାଡିକୁ କମ୍ପାନୀ ଠାରୁ ନେଇପାରିବେ। ଏଥିପାାଇଁ ଆପଣଙ୍କୁ କମ୍ପାନୀରେ କିଛି ଡକ୍ୟୁମେଣ୍ଟସ ଜମା କରିବାକୁ ପଡିଥାଏ। ଯେମିତିକି ଆଡ୍ରେସ ପ୍ରୁଫ୍‌, ଡ୍ରାଇଭିଙ୍ଗ୍‌ ଲାଇସେନ୍ସର କପି, ୬ ମାସର ବ୍ୟାଙ୍କ୍‌ ଆକାଉଣ୍ଟ ଷ୍ଟେଟମେଣ୍ଟ, ପାନ କାର୍ଡ, ଆଧାର କାର୍ଡ। ଏହାପରେ କମ୍ପାନୀ ଆପଣଙ୍କୁ ୩ ମାସ ରୁ ନେଇ ୩ ବର୍ଷ ପର୍ଯ୍ୟନ୍ତର କାର ସବସ୍କ୍ରିପସନ୍‌ ଅଫର କରିଥାଏ। ଏହି ସବସ୍କ୍ରିପସନରେ ଇନସୁରାନ୍ସ, ମେଣ୍ଟେନାନ୍ସ ଭଳି ଖର୍ଚ୍ଚ କମ୍ପାନୀ ଉଠାଇଥାଏ କିନ୍ତୁ ଏହା ବଦଳରେ ଆପଣଙ୍କ ଠାରୁ ପ୍ରତି ମାସ ଏକ ଫିକ୍ସ ଆମାଉଣ୍ଟ ଚାର୍ଜ କରାଯାଇଥାଏ।

କାର ସବସ୍କ୍ରିପସନର ଫାଇଦା

  • କୌଣସି ଡାଉନପେମେଣ୍ଟ, ଇନସୁରାନ୍ସ, ରେଜିଷ୍ଟ୍ରେସନ ଏବଂ ମେଣ୍ଟେନାନ୍ସ ଚାର୍ଜ ଲାଗିବନାହିଁ।
  • ତିନି ମାସରେ କାରକୁ ବଦଳାଇପାରିବ। ଏଥିପାଇଁ କୌଣସି ଏକ୍ସଟ୍ରା ଚାର୍ଜ କରାଯିବନାହିଁ। କେବଳ କାର ମଡେଲ ହିସାବରେ ଆପଣଙ୍କ ଠାରୁ ମନ୍ଥଲୀ ସବସ୍କ୍ରିପସନ୍‌ ଫିସ୍‌ ନିଆଯିବ।
  • କାର ଖରାପ ହେବା ଦ୍ୱାରା କମ୍ପାନୀ ଏହାର ସବୁ ଖର୍ଚ୍ଚ ବହନ କରିବ।
  • ଆପଣ ନିଜ ପସନ୍ଦର କାର ଏବଂ ଏହାର ଭେରିୟଣ୍ଟ ବାଛିପାରିବେ।
  • କାରର ଡେପ୍ରିସିଏସନର ଚିନ୍ତା ମଧ୍ୟ ଆପଣଙ୍କୁ କରିବାକୁ ପଡିବନାହିଁ।
  • କାରର ଡେଲିଭରୀ ଡୋର ଷ୍ଟେପ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.