ଏହି କମ୍ପାନୀ ତିଆରି କରିଛି ସୁନା ଏବଂ ହୀରାରେ ଜଡିତ iPhone 16 Pro Max, ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

iPhone 16 Pro Max ଗତ ବର୍ଷ ସେପ୍ଟେମ୍ବରରେ ୧,୪୪,୯୦୦ ଟଙ୍କାରୁ ପ୍ରାରମ୍ଭିକ ମୂଳ୍ୟରେ ଲଞ୍ଚ କରାଯାଇଥିଲା । Apple ର ଏହି ଫ୍ଲାଗସିପ୍ ଆଇଫୋନରେ ଆପଣଙ୍କୁ ଲାଟେଷ୍ଟ ପ୍ରୋସେସର, ଦମଦାର୍ କ୍ୟାମେରା, AI ଏବଂ ପାୱାରଫୁଲ ବ୍ୟାଟେରୀ ଭଳି ଫିର୍ସ ମିଳିବ । ଏଥି ସହ ଆପଣଙ୍କୁ କହି ରଖୁଛୁ ଯେ ଏପରି ଏକ iPhone 16 Pro Max ଅଛି ଯାହାର ପ୍ରାଇସ୍ ଏକ କୋଟି ଟଙ୍କାରୁ ମଧ୍ୟ ଅଧିକ । ହଁ ଆଜ୍ଞା ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଥିବେ । ହେଲେ କଥାଟି ସତ । ଏହି Apple iPhone ର ବଡ଼ିରେ ୟଲୋ ଗୋଲ୍ଡ ବ୍ୟବହାର କରାଯାଇଛି । ଖାଲି ଏତିକି ନୁହେଁ ଫୋନର ବଡ଼ିରେ ହିରା ମଧ୍ୟ ଯୋଡ଼ା ଯାଇଛି ।
ଲଗଜରୀ ଡିଜାଇନ୍ ସ୍ମାର୍ଟଫୋନ୍ ତିଆରି କରୁଥିବା କମ୍ପାନୀ Caviar ଏହି iPhone 16 Pro Max କୁ ତିଆରି କରିଛି । କମ୍ପାନୀ ଏହି ଅଲ୍ଟ୍ରା ଲଗଜରୀ କଷ୍ଟମାଇଜ୍ଡ ଆଇଫୋନର କେବଳ ୩ଟି ୟୁନିଟ୍ ତିଆରି କରିଛି । ଏହାର ମୂଳ୍ୟ ୩,୦୦,୭୯୦ ଡଲାର ଅର୍ଥାତ୍ ୨.୫୭ କୋଟି ଟଙ୍କା ରହିଛି । ଏହି iPhone ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବା…
୭୫୦ ଗ୍ରାମ ସୁନା ବ୍ୟବହାର ହୋଇଛି :
iPhone 16 Pro Max ର ଏହି କଷ୍ଟମାଇଜ୍ ମଡେଲ୍ ୨୫୬GB ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ଉପଲବ୍ଧ । ଏହାର ବଡ଼ି ୭୫୦ ଗ୍ରାମ ସୁନାରୁ ତିଆରି । ଏହାର ବଡ଼କୁ କାଷ୍ଟ କରିବା ପାଇଁ ୧ କିଲୋଗ୍ରାମ୍ ସଲିଡ୍ ଗୋଲ୍ଡ ବ୍ୟବହାର କରାଯାଇଛି । ଏଥି ସହ ଏଲହାର ବଡ଼ିରେ Caviar ଥ୍ରୀ ଡାଏମେନସିଆଲ୍ (3D) କ୍ରାଉନ୍ ବ୍ୟବହାର କରିଛି । ଏହାର କ୍ରାଉନ୍ ପ୍ରସିଦ୍ଧ ଶାସକ ଚାର୍ଲେମେନ, ସୁଲେମାନ୍ ଏବଂ ଇଭାନଙ୍କ ଦ୍ବାରା ପ୍ରେରିତ ହୋଇଛି ।
ଏହି iPhone 16 Pro Max ର ବଡ଼ିରେ ୪୦୨ ମୂଲ୍ୟବାନ୍ ଷ୍ଟୋନ୍ ବ୍ୟବହାର କରାଯାଇଛି । ଏହି ଷ୍ଟୋନ୍ ହୀରା, ଶାଫିର ଏବଂ ମାଣିକ୍ୟରେ ତିଆରି । ଏହି ଷ୍ଟୋନ୍ ଇଷ୍ଟର୍ନ ଆସଥେଟିକର ଫ୍ଲୋରାଲ୍ ପ୍ୟାଟେର୍ଣ୍ଣ ଦ୍ବାରା ଇନସ୍ପାଏର୍ଡ ହୋଇଛି । ଏହା ବ୍ୟତୀତ, Caviar ରେ iPhone 16 Pro Max ର ଅନେକ କଷ୍ଟମାଇଜ୍ ମହେଲ୍ ମଧ୍ୟ ଅଛି।
iPhone 16 Pro Max ର ଫିଚର୍ସ :
iPhone 16 Pro Max ରେ ୬.୯୦ ଇଞ୍ଚର ସୁପର ରେଟିନା AMOLED ଡିସପ୍ଲେ ଅଛି । ଏହି ଆଇଫୋନ୍ A18 Pro Bionic ଚିପସେଟ୍ ସହିତ ଆସିଥାଏ । ଏଥିରେ ୨୫୬ GB ର ଷ୍ଟୋରେଜ୍ ମଧ୍ୟ ରହିବ । ଫୋନର ବ୍ୟାକରେ ୪୮ MP ର ମେନ୍, ୧୨ MP ର ସେକେଣ୍ଡାରୀ ଏବଂ ୪୮ MP ର ଥାର୍ଡ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨ MP ର କ୍ୟାମେରା ଦିଆଯାଇଛି ।