Bitcoin ଲଭର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, iPhone 16 Pro ସିରିଜର ଖାସ୍ ଏଡିସନ୍ ଲଞ୍ଚ

iPhone ଲଭର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ବର୍ତ୍ତମାନ ଲଞ୍ଚ କରିଛି Caviar ଏକ Bitcoin- ଥିମ୍ iPhone । କମ୍ପାନୀ ଲାଟେଷ୍ଟ iPhone 16 Pro ଏବଂ iPhone 16 Pro Max ର ଏକ ଖାସ୍ ଏଡିସନ୍ ଲଞ୍ଚ କରିଛି । Caviar ପ୍ରିମିୟମ କଷ୍ଟମ ଡିଭାଇସ୍ ପାଇଁ ଜଣାଶୁଣ । କମ୍ପାନୀ ପ୍ରତିବର୍ଷ ସୀମିତ ସଂଖ୍ୟାରେ ମହଙ୍ଗା ଆଇଫୋନ୍ ମଡେଲ୍ ଲଞ୍ଚ କରେ । ଏଥର Caviar ୨୪K କୋଲ୍ଡ କୋଟିଙ୍ଗ ସହିତ Bitcoin ପ୍ରେରିତ iPhone 16 Pro ସିରିଜ୍ ଲଞ୍ଚ କରିଛି । ଆସନ୍ତୁ ଜାଣିବା ଏହି କଷ୍ଟମାଇଜଡ୍ ଆଇଫୋନ୍ ବିଷୟରେ ଡିଟେଲ୍ସ ।
Caviar iPhone 16 Pro ସିରିଜ୍ : ଡିଜାଇନ୍ ଏବଂ ଫିଚର୍ସ
Caviar ଗତ ବର୍ଷ ଡିସେମ୍ବରରେ Crown(କ୍ରାଉନ୍) ଥିମ୍ iPhone 16 Pro ମଡେଲ୍ ଉପସ୍ଥାପନ କରିଥିଲା । ବର୍ତ୍ତମାନ କମ୍ପାନୀ Bitcoin-ଥିମ୍ iPhone 16 Pro ଏବଂ iPhone 16 Pro Max ଆଣିଛି । Bitcoin ର ଡିଜିଟାଲ୍ କରେନ୍ସିର ପପୁଲାରିଟି ହେତୁ ଏହି ଡିଜାଇନ୍ କରାଯାଇଛି । କମ୍ପାନୀ କହିଛି ଯେ ସେ ଡବଲ ଇଲେକ୍ଟ୍ରୋପ୍ଲେଟେଡ୍ ଟେକ୍ନୋଲୋଜି ସାହାଯ୍ୟରେ ଏହି ଡିଜାଇନ୍ ତିଆରି କରିଛନ୍ତି । ଏହି କାରଣରୁ ଆଇଫୋନର ଲୁକ୍ ବହୁତ ଦମଦାର୍ ରହିଛି । Caviar କହିଛି ଯେ Bitcoin ଏଡିସନ୍ iPhone 16 Pro ହେଉଛି ବିଶ୍ବର ଟପ୍ କ୍ରିପ୍ଟୋକରେନ୍ସି ପାଇଁ ଏକ ଲଗଜରୀ ବ୍ରାଣ୍ଡ । ଏହାର ଡିଜାଇନକୁ 3D Bitcoin ଲୋଗୋ ଏବଂ ବ୍ଲକଚେନ୍ ପ୍ରେରିତ ପାର୍ଟନ ସହିତ ତିଆରି କରାଯାଇଛି ।
Caviar, Bitcoin-ଥିମ୍ iPhone 16 Pro ସିରିଜର ମାତ୍ର ୪୭ ୟୁନିଟ୍ ଉତ୍ପାଦନ କରିଛି । iPhone 16 Pro Bitcoin Edition ର ମୂଲ୍ୟ ୧୧,୧୩୦ ଡଲାର (ପ୍ରାୟ ୯,୬୪,୧୯୧ ଟଙ୍କା) । ସେହିପରି iPhone 16 Pro Max Bitcoin Edition କୁ ୧୧,୯୧୦ ମଡେଲ (ପ୍ରାୟ ୧୦,୩୧,୭୬୩ ଟଙ୍କା) ମୂଲ୍ୟରେ ଲଞ୍ଚ କରାଯାଇଛି ।
Apple ର ଅରଜିନାଲ୍ iPhone 16 Pro ର ୧୨୮GB ଭ୍ୟାରିଆଣ୍ଟର ମୂଲ୍ୟ ୧,୧୯,୯୦୦ ଟଙ୍କା ରହିଛି । ଅନ୍ୟପଟେ iPhone 16 Pro Max ୨୫୬GB ମଡେଲର ମୂଲ୍ୟ ୧,୪୪,୯୦୦ ଟଙ୍କା ଅଛି । ଏହା ବ୍ୟତୀତ କାଭିଆରର କଷ୍ଟମାଇଜ୍ ହୋଇଥିବା ଆଇଫୋନର ମୂଲ୍ୟ ଅରଜିନାଲ୍ iPhone ଅପେକ୍ଷା ଅନେକ ଗୁଣ ଅଧିକ ।