ଏବେ ସୋସିଆଲ ମିଡ଼ିଆ ସଂସ୍ଥା ବିରୋଧରେ ଅଭିଯୋଗ କରିପାରିବେ ୟୁଜର୍ସ, କେନ୍ଦ୍ର ସରକାର ଗଠନ କଲେ ନୂଆ GAC

ସୋସିଆଲ ମିଡ଼ିଆ ଜମାନାରେ ଅନେକ ୟୁଜର୍ସ ଏହାର ସାହାଯ୍ୟ ନେଇ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ କିଛି ନିୟମ ରହିଛି। ଯାହାକୁ ମାନିବା ଉଚିତ। ମନ ଇଚ୍ଛା ଏହାକୁ ବ୍ୟବହାର କଲେ ହୁଏତ କିଛି ଭୁଲ ପୋଷ୍ଟରେ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ସମ୍ପର୍କରେ ଜାଣିନିଅନ୍ତୁ..

ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ତେବେ ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ଅଭିଯୋଗର ସଠିକ୍ ସମାଧାନ କରିନଥାନ୍ତି । ତେବେ ଏହି ସମସ୍ୟା ଉପରୁ ଏବେ ପରଦା ହଟିବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାର ଜିଏସି ଗଠନ କରିଛନ୍ତି ।

ସୂଚନା ମୁତାବକ, ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରୁ ଏହି କମିଟି କାର୍ଯ୍ୟ ଆରମ୍ଭ କରିବ । ଗତ ବର୍ଷରେ ଆଇଟି ନିୟମରେ କରାଯାଇଥିବା ସଂଶୋଧନ ଆଧାରରେ ଏହି କମିଟି ଗଠନ କରାଯାଇଥିବା ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ତିନୋଟି ଜିଏସି ଗଠନ କରିଛନ୍ତି । ଆସନ୍ତା ଏକ ମାସ ମଧ୍ୟରେ ଏହି କମିଟି କାର୍ଯ୍ୟ ଆରମ୍ଭ କରିବ ।

ଜିଏସି ଭର୍ଚୁଆଲ ମୋଡ଼ରେ ପରିଚାଳିତ ଏକ ଡିଜିଟାଲ ମଞ୍ଚ ଭାବେ କାର୍ଯ୍ୟ କରିବ । ଏହା କେବଳ ଅନଲାଇନ୍ ଓ ଡିଜିଟାଲ ଭାବ ସଞ୍ଚାଳିତ ହେବ । ଏଥିରେ ଅପିଲ ଦାଖଲ କରିବା ଠାରୁ ଆରମ୍ଭ କରି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଡିଜିଟାଲରେ କରାଯିବ । ୟୁଜର୍ସ ଅପିଲ କରିବାର ୩୦ ଦିନ ମଧ୍ୟରେ ଏହି କମିଟି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବ ।

ପ୍ରତି କମିଟିରେ ଜଣେ ଜଣେ ଅଧ୍ୟକ୍ଷ, ବିଭିନ୍ନ ସରକାରୀ ସଂସ୍ଥାର ଦୁଇ ଜଣ ଫୁଲଟାଇମ୍ ସଦସ୍ୟ ଓ ୩ ଉଦ୍ୟୋଗ କ୍ଷେତ୍ରରୁ ସେବା ନିବୃତ୍ତ ଅଧିକାରୀ ସାମିଲ ହୋଇଛନ୍ତି । ଏହି କମିଟି ମାଧ୍ୟମରେ କମ୍ପାନୀମାନଙ୍କର ନିଷ୍ପତ୍ତିକୁ ସମୀକ୍ଷା କରାଯାଇ ପାରିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଏହାଦ୍ୱାରା କଣ୍ଟେଣ୍ଟକୁ ନେଇ ସମସ୍ତ ସୋସିଆଲ ମିଡ଼ିଆ ଉପରେ ନିୟନ୍ତ୍ରଣ ରଖାଯବ । ଏହି କମିଟି ଗଠନ ବାବଦରେ ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.