ନ ଭାବିଚିନ୍ତି ହର୍ନ ବଜାଇଲେ କଟିବ ଚାଲାଣ, ହଜାର ଟଙ୍କା ତଣ୍ଡ ଗଣିପାରନ୍ତି ଆପଣ

ରାସ୍ତା ଉପରେ ଗଲେ ଆମକୁ ଅନେକ ନିୟମକୁ ପାଳନ କରିବାକୁ ହୁଏ ଏ କଥା ତ ଆମେ ସମସ୍ତେ ଜାଣିଛନ୍ତି। ମୋଟର ବାହନ ସହିତ ରାସ୍ତାରେ ଗଲେ ଆମକୁ ଯାତାୟାତ ନିୟମକୁ ପାଳନ କରିବା ଉଚିତ। କାହାକୁ ବି ଯଦି କୌଣସି ପ୍ରକାର ଯାତାୟାତ ନିୟମର ଉଲଙ୍ଘନ କରୁଥିବା ମିଳିଲେ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଅଥରିଟୀଜଙ୍କ ଦ୍ୱାରା ସେହି ବ୍ୟକ୍ତିଙ୍କର ଚାଲାଣ ମଧ୍ୟ କଟାଯାଇପାରେ। ଅନେକ ମାମଲାରେ ତାଙ୍କୁ ଜେଲ ମଧ୍ୟ ହୋଇପାରେ। କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ହର୍ନ ବଜାଇଲେ ବି ଆପଣଙ୍କ ଚାଲାଣ କଟିପାରେ।

ହଁ ଆଜ୍ଞା ହର୍ନ ମାରିଲେ କଟିପାରେ ଆପଣଙ୍କ ଚାଲାଣ। ଏଥିପାଇଁ ନିଜ କାର କିମ୍ବା ବାଇକର ହର୍ନ ବଟନକୁ ବହୁତ ସାବଧାନର ସହିତ ସେତେବେଳେ ଦବାନ୍ତୁ ଯେତେବେଳେ ଆପଣଙ୍କୁ ଅତି ଆବଶ୍ୟକ ଥିବ। ବିନା କାରଣରୁ କିଛି ନ ଭାବି ଖାଲିଟାରେ ହର୍ଣ୍ଣ ବଜାନ୍ତୁନାହିଁ। ଦର୍ଶକବନ୍ଧୁ ସହରରେ ଅନେକ ଏମିତି ଯାଗା ଅଛି ଯେଉଁଠି ହର୍ଣ୍ଣ ବଜାଇବା ପାଇଁ ବାରଣ କରାଯାଇଥାଏ। ଏହାକୁ ଇଂରାଜୀରେ ‘ନୋ ହର୍ନ ପ୍ଲେସ’ କୁହାଯାଇଥାଏ। ଯେତେବେଳେ ବି ଆପଣ କେଉଁଠି ନୋ ହର୍ନ ପ୍ଲେସ ସାଇନ୍‌ ବୋର୍ଡ ଦେଖିବେ ତାହେଲେ ସାବଧାନ୍‌ ହୋଇଯାନ୍ତୁ ଏବଂ ଏମିତି ଜାଗାରେ ବିଲକୁଲ ବି ହର୍ନ ବଜାନ୍ତୁନାହିଁ। ଯଦି ଆପଣ ହର୍ନ ବଜାଇ ଦିଅନ୍ତି ତାହେଲେ ଆପଣଙ୍କ ଚାଲାଣ କଟିପାରେ। ଏହି ଚାଲାଣ ଶହେ କି ୫୦୦ ନୁହେଁ ବରଂ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଲଗା ଅଳଗା ସହର କିମ୍ବା ଅଲଗା ଅଲଗା ରାଜ୍ୟରେ ଜରିମାନା ରାଶି ଅଲଗା ଅଲଗା ହୋଇପାରେ। ଏହିଭଳି ଚାଲାଣର ନିୟମକୁ ଧ୍ୱନି ପ୍ରଦୂଷଣକୁ କମ୍‌ କରିବା ପାଇଁ କରାଯାଇଛି। ସାଧାରଣତଃ ଯେଉଁଠି ବି ‘ନୋ ହର୍ନ ପ୍ଲେସ’ ଥାଏ ସେଠାରେ ‘ନୋ ହର୍ନ’ର ସାଇନ୍‌ ବୋର୍ଡ ଲଗାଇ ଦିଆଯାଏ। ଯାହାଦ୍ୱାରା ଯାତାୟାତ କରୁଥିବା ଲୋକଙ୍କୁ ଏହା ବିଷୟରେ ସୂଚନା ମିଳିପାରିବ କି ଯେ ସେମାନଙ୍କୁ ଏହି ପ୍ଲେସରେ ହର୍ନ ବଜାଇବାର ନାହିଁ। ଆଉ ଯଦି ଆପଣ ନିୟମକୁ ମାନିଲେ ନାହିଁ, ତାହେଲେ ନିଶ୍ଚିତ ଭାବେ ଆପଣ ଚାଲାଣ ରାଶି ଦେବା ପାଇଁ ରେଡି ହୋଇଯାଇଥିବେ।

Leave A Reply

Your email address will not be published.