ଟେକ୍

ସାଓମୀ ଆଣୁଛି ନୂଆ ଟେକ ,ଏଣିକି ଭଏସ କମାଣ୍ଡାରେ ଚାର୍ଜ ହେବ ସ୍ମାର୍ଟଫୋନ

ଟେକ୍ କମ୍ପାନୀ ସାଓମୀ ବର୍ତ୍ତମାନ ଏକ ନୂତନ ଟେକନିକ୍ ଉପରେ କାମ କରୁଛି । ଯେଉଁଥିରେ କେବଳ ଶବ୍ଦ ମାଧ୍ୟମରେ ସ୍ମାର୍ଟଫୋନକୁ ଚାର୍ଜ କରାଯାଇପାରିବ । କମ୍ପାନୀ କହିଛି ଏହା ପ୍ରଥମ ବ୍ରାଣ୍ଡ୍ ଯାହା ଏହି ଟେକ୍ନୋଲୋଜି ଉପରେ କାମ କରୁଛି । ତେବେ ଏହି ନୂତନ ଟେକ୍ନୋଲୋଜି ଦ୍ୱାରା କେବଳ ସ୍ୱର ମାଧ୍ୟମରେ ସ୍ମାର୍ଟଫୋନ ଏବଂ ଅନ୍ୟ ଡିଭାଇସର ବ୍ୟାଟେରୀକୁ ଚାର୍ଜ କରିହେବ । କମ୍ପାନୀ ଏହି ନୂତନ ଟେକନିକ ପାଇଁ ପେଟେଣ୍ଟ ମଧ୍ୟ ଆପ୍ଲାଏ କରିସାରିଛି ।

ଏହି ଡିଭାଇସ ସାଉଣ୍ଡକୁ ସଂଗ୍ରହ କରିବା ସହ ଏହା ନ୍ୟାଚୁରାଲ ଭାଇବ୍ରେସନକୁ ମେକାନିକାଲ ଭାଇବ୍ରେସନରେ ବଦଳାଇଥାଏ । ଆଉ ଏହି ମେକାନିକାଲ ଭାଇବ୍ରେସନକୁ ଇଲେକ୍ଟ୍ରିକ କରେଣ୍ଟରେ ପରିବର୍ତ୍ତିତ କରିବା ପାଇଁ କମ୍ପାନୀ ତରଫରୁ ଏକ ଡିଭାଇସ ମଧ୍ୟ ଦିଆଯାଉଛି । ଏହି ଡିଭାଇସ AC କରେଣ୍ଟକୁ DC କରେଣ୍ଟରେ ପରିବର୍ତ୍ତିତ କରିଥାଏ । କମ୍ପାନୀ ତରଫରୁ କୁହାଯାଇଛି ଏହି ଟେକନିକ୍ ବିନା ପାୱାର ସକେଟରେ ସ୍ମାର୍ଟଫୋନ ଏବଂ ଅନ୍ୟାନ୍ୟ ଡିଭାଇସକୁ ଚାର୍ଜ କରିପାରିବ ।

କମ୍ପାନୀ ନିକଟରେ ଏହାର ୨୦୦ ୱାଟ ହାଇପରଚାର୍ଜିଂ ଟେକନିକର ଘୋଷଣା କରିଛି । ଯାହା କେବଳ ୮ ମିନିଟରେ ୪୦୦୦ ଏମଏମଏଚ୍ ବ୍ୟାଟେରୀକୁ ଚାର୍ଜ କରିପାରିବ । କମ୍ପାନୀ ଏଥିରେ ନୂଆ MI Air Charger କୁ ମଧ୍ୟ ଉପସ୍ଥାପନ କରିଛି, ଯାହା ଚାର୍ଜିଂ କେବୁଲ ଏବଂ ଚାର୍ଜିଂ ଷ୍ଟାଣ୍ଡ ବିନା ମଧ୍ୟ ଡିଭାଇସକୁ ଚାର୍ଜ କରିପାରିବ । କମ୍ପାନୀ ତରଫରୁ କୁହାଯାଇଛି ଏହି ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଏକ ସମୟରେ ଅନେକ ଡିଭାଇସକୁ ଚାର୍ଜ କରିହେବ। କମ୍ପାନୀ ବର୍ତ୍ତମାନ MI Air Charge ଟେକ୍ନୋଲୋଜି ପାଇଁ ୧୭ଟି ପେଟେଣ୍ଟ ରହିଛି ।

କମ୍ପାନୀ କହିଛି ଏହି ନୂତନ ଚାର୍ଜିଂ ଟେକ୍ନୋଲୋଜି ମାଧ୍ୟମରେ ସ୍ମାର୍ଟଫୋନ, ସ୍ମାର୍ଟ ସ୍ପିକର, ଡେସ୍କ ଲ୍ୟାମ୍ପ, ସ୍ମାର୍ଟ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷକୁ ଚାର୍ଜ କରାଯାଇପାରିବ । ତେବେ ମି ଏୟାର ଚାର୍ଜ କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

 

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

23 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

31 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

46 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

52 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago