ଫ୍ରିରେ ମିଳୁଛି ChatGPT ର ସବସ୍କ୍ରିପସନ୍, ବ୍ୟବହାର କରିପାରିବେ ଏହି ପ୍ରିମିୟମ୍ ଫିଚର୍ସ

OpenAI ଭାରତୀୟ ୟୁଜର୍ସଙ୍କୁ ଖୁସି କରିଛି । କମ୍ପାନୀ ଏକ ବର୍ଷ ପାଇଁ ChatGPT ସବସ୍କ୍ରିପସନ୍ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରୁଛି । ଏହି ଅଫର୍ ସମସ୍ତ ChatGPT ୟୁଜର୍ସଙ୍କ ପାଇଁ ଉପଲବ୍ଧ, ଯେଉଁଥିରେ ଡେଭଲପର, ଛାତ୍ର ଏବଂ କାର୍ଯ୍ୟରତ ବୃତ୍ତିଗତ ମଧ୍ୟ ସାମିଲ ଅଛନ୍ତି । ଆଜି, ନଭେମ୍ବର ୪ ତାରିଖରୁ, ୟୁଜର୍ସମାନେ OpenAIର ଅଫରର ଲାଭ ଉଠାଇପାରିବେ । ନିକଟରେ କମ୍ପାନୀ ଏହି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି ।

ଗତ ସପ୍ତାହରେ, ChatGPT ପଛରେ ଥିବା କମ୍ପାନୀ OpenAI, ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ସୀମିତ ଅବଧିର ଅଫର ଘୋଷଣା କରିଥିଲା, ଯେଉଁଥିରେ ChatGPTର ଦେୟଯୁକ୍ତ Go ଭର୍ସନର ଏକ ସମ୍ପୂର୍ଣ୍ଣ ବର୍ଷ ପାଇଁ ମାଗଣା ସବସ୍କ୍ରିପସନ ପ୍ରଦାନ କରାଯାଇଥିଲା । ନିକଟରେ କମ୍ପାନୀ ChatGPT Go ଭର୍ସନ ଲଞ୍ଚ କରିଛି, ଯାହା ୟୁଜର୍ସମାନଙ୍କୁ କମ୍ ମୂଲ୍ୟରେ ମ୍ୟାସେଜ୍ ଲିମିଟ୍, ଇମେଜ୍ ଜେନେରେସନ୍ ଏବଂ ଫାଇଲ୍ ଅପଲୋଡ୍ କାପାସିଟି ସମେତ ଅନେକ ପ୍ରିମିୟମ୍ ChatGPT ଫିଚର୍ସ ପାଇପାରିବେ ।

OpenAIର ଜେନେରେଟିଭ୍ AI ଟୁଲ୍ ChatGPT ଭାରତୀୟ ୟୁଜର୍ସଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । କମ୍ପାନୀ ଅଗଷ୍ଟ ମାସରେ ଏହି ସେବା ଆରମ୍ଭ କରିଥିଲା । ମାତ୍ର ଗୋଟିଏ ମାସରେ, ଏହାର ଦେୟଯୁକ୍ତ ଉପଭୋକ୍ତାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା । କମ୍ପାନୀ ମାଗଣାରେ ChatGPT Go ର ଦେୟଯୁକ୍ତ ସବସ୍କ୍ରିପସନ୍ ପ୍ରଦାନ କରି ଏହାର ଉପଭୋକ୍ତା ଆଧାରକୁ ଆହୁରି ଦ୍ରୁତ ଗତିରେ ବୃଦ୍ଧି କରିବାକୁ ଯୋଜନା କରୁଛି । ଏହାର ବିବୃତ୍ତିରେ, କମ୍ପାନୀ କହିଛି ଯେ ଆଜି ଠାରୁ, ଅର୍ଥାତ୍ ୪ ନଭେମ୍ବର, ବେଙ୍ଗାଲୁରୁରେ OpenAI DevDay Exchange ଇଭେଣ୍ଟ ଅବସରରେ, ChatGPT Go ର ପେଡ୍ ସବସ୍କ୍ରିପସନ୍ ମାଗଣାରେ ପ୍ରଦାନ କରାଯାଇଛି । ଏହି ଅଫର କିଛି ଦିନ କିମ୍ବା କିଛି ସପ୍ତାହ ମଧ୍ୟରେ ଶେଷ ହୋଇଯିବ ।

ChatGPT Go ର ପେଡ୍ ଫିଚର ବିଶେଷ ଭାବରେ ଡେଭଲପର, ଷ୍ଟୁଡେଣ୍ଟସ୍ ଏବଂ ବ୍ୟାଙ୍କ ପ୍ରଫେସ୍ନାଲ୍ସ ପାଇଁ ଡିଜାଇନ୍ କରାଯାଇଛି । ଯାହା ସେମାନଙ୍କୁ ସେମାନଙ୍କର ପ୍ରୋଜେକ୍ଟ ଏବଂ ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ସହଜରେ ଶେଷ କରିବାରେ ସାହାଯ୍ୟ କରିବ । ଏହି ଅଫର ପରେ, ChatGPT Go ଭର୍ସନ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ହୋଇଯିବ । ଏଥିସହ ୟୁଜର୍ସମାନେ ନିୟମିତ ଫ୍ରି ଭର୍ସନ ଅପେକ୍ଷା ଅଧିକ ପ୍ରଶ୍ନ କରିପାରିବେ । ଏହା ବ୍ୟତୀତ, ଏହି ଉପକରଣ ଏବେ ଅଧିକ ଇମେଜ୍ ଜେନେରେଟେଡ୍ କରିପାରିବ ଏବଂ ପେଡ୍ ଭର୍ସନ୍ ପରି, ଦ୍ରୁତ ପ୍ରତିକ୍ରିୟା ସମୟ ପାଇବ ।

ChatGPT Go କମ୍ପାନୀର ଲାଟେଷ୍ଟ GPT-5 ମଡେଲରେ ଚାଲିଥାଏ, ଯାହା ଅଧିକ ଦୈନିକ ମେସେଜ୍ ଗଣନାକୁ ସପୋର୍ଟ କରେ । ଏଥିରେ ଏକ ବଡ଼ ମେମୋରୀ ଏବଂ ଇମେଜ୍ ଜେନେରେସନକୁ ସପୋର୍ଟ କରିଥାଏ । ଏଥିସହ ଏହି ଟୁଲରେ ଅପଲୋଡ୍ ହୋଇଥିବା ଫଟୋ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ଅନ୍ୟ ଫାଇଲ୍ ଫର୍ମାଟରେ ରୂପାନ୍ତରିତ କରାଯାଇପାରିବ ।

Also read: ଲୋକଙ୍କ ଜୀବନ ବଞ୍ଚାଇବ Apple Watch, ହାଇ ବ୍ଳଡ଼ପ୍ରେସର୍ ଥିବା ଲୋକଙ୍କୁ କରିବ ସଚେତନ