ସାମସଙ୍ଗର ସବୁଠୁ ଶସ୍ତା ୫ଜି ମଡେଲ ଖୁବ ଶୀଘ୍ର ହେବ ଲଞ୍ଚ, ଦାମ କମ ସହ ଫିଚର୍ସ ରହିଛି ଏକଦମ ଜବରଦସ୍ତ

ଆପଣ ଯଦି ନୂଆ ଫୋନ୍ କିଣିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସିବାକୁ ଯାଉଛି ବେଷ୍ଟ ୫ ଜି ସ୍ମାର୍ଟଫୋନ୍। ଗ୍ରାହକଙ୍କୁ ଖୁସି କରିବା ପାଇଁ ସାମସଙ୍ଗ ଆଣିଛି ଖୁସି ଖବର। ଯାହାକୁ ଶୁଣିବା ପରେ ଆପଣ ବି ଖୁସି ହୋଇଯିବେ। ଦର୍ଶକବନ୍ଧୁ ସାମସଙ୍ଗ ଏବେ ଆଣୁଛି କମ ଦାମର ୫ଜି ସ୍ମାର୍ଟଫୋନ। ଯେଉଁଥିରେ ଆପଣ ପାଇବେ ବଢ଼ିଆ ଧାମାକାଦାର ଫିଚର୍ସ।

ସାମସଙ୍ଗ ଖୁବ ଶୀଘ୍ର ନିଜର ଏକ ବଢ଼ିଆ ମଡେଲ ଲଞ୍ଚ କରିବାକୁ ଯାଉଛି। ଯାହାକି ହେଉଛି ସମ୍ପୂର୍ଣ୍ଣ ୫ଜି। ଏହାର ୫ଜିର ସବୁଠୁ ଚିପେଷ୍ଟ ମୋବାଇଲ ଫୋନ ହେବ। ଏହାର ନାମ ରହିଛି Samsung Galaxy A14 5G। ଫୋନକୁ ଅନେକ ଭେରିଫିକେସନ େଓ୍ଵବସାଇଟରେ ସ୍ପଟ କରାଯାଇଛି। ଏହାବ୍ୟତିତ ସାମସଙ୍ଗ ଇଣ୍ଡିଆ ସାଇଟରେ ମଧ୍ୟ ଏହାର ସପୋର୍ଟ ପେଜ ବନାଯାଇଛି। ଏବେ ଫୋନ ଅନେକ ଫିଚର୍ସ ସହିତ ଗୁଗଲ ପ୍ଲେ କନସୋଲ େଓ୍ଵବସାଇଟରେ ଦେଖାଯାଇଛି।

ଗୁଗଲ ପ୍ଲେ କନସୋଲ େଓ୍ଵବସାଇଟରେ ଫୋନକୁ Samsung S5e8535 କୋଡର ନାମ ରଖାଯାଇଛି। ଲିଷ୍ଟିଂରୁ ଜଣାପଡ଼ୁଛି ଯେ ଫୋନରେ Exynos 1330 ପ୍ରୋସେସର ରହିଛି। ଏହାବ୍ୟତିତ ଫୋନରେ ୯୫୦ ମେଗାହର୍ଜ ରହିଛି ଯାହା Mali-G68 GPU ରେ ଚାଲୁଛ ି। ଫୋନରେ FHD+ରିଜୁଲ୍ୟସନ ର ଓ୍ଵାଟରଡ୍ରପ ନଚ୍‌ ଡିସପ୍ଲେ ମିଳୁଛି।

ଦର୍ଶକବନ୍ଧୁ ଫୋନରେ ଆପଣ ୬ଜିବି ର‍୍ୟାମ୍‌ ଓ ଷ୍ଟୋରେଜ ଅପସନ ପାଇବେ। ଅନ୍ୟ କ୍ଷେତ୍ରରେ ଏହାକୁ mediate dimensity 700 ଭାରିଏଣ୍ଟରେ ମିଳୁଛି ବୋଲି ଶୁଣିବାକୁ ମିଳିଛି। ଏହାସହିତ Galxay A13 5G କୁ ମଧ୍ୟ ସମାନ ଡାଇମେନସନ ଦିଆଯାଇଛି।

Galaxy A14 5Glj 60Hz ର ରିଫ୍ରେଶ ରେଟ ରହିଛି ଯାହା ୬.୫ ଇଞ୍ଚର ips LCD ସ୍କ୍ରିନ ସହିତ ବଜାରକୁ ଆସିଛି। ଫୋନରେ କେତେ MP କ୍ୟାମେରା ରହିଛି ଏହା ସମ୍ପର୍କରେ ମଧ୍ୟ କୁହାଯାଇଛି। ଫୋନରେ ଟ୍ରିପଲ କ୍ୟାମେରା ସେଟଅପ୍‌ ମିଳୁଛି। ଯେଉଁଥିରେ ୫୦ ଏମପି ପ୍ରାଇମେରୀ ସେଂସର ରହିଛି। ଏହାବ୍ୟତିତ ଫ୍ରଣ୍ଟରେ ୧୩ଏମପିର କ୍ୟାମେରା ଦିଆଯାଇଛି। ସେମିତି ବ୍ୟାଟେରୀ ର କଥା କହିଲେ ଫୋନରେ ୧୫ଓ୍ଵାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5000mAh ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.