BSNL ର କୋଟି କୋଟି ୟୁଜର୍ସଙ୍କୁ ମିଳିଲା ରିଲାକ୍ସ, ସାମ୍ନାକୁ ଆସିଲା ୩୩୬ ଦିନର ଶସ୍ତା ରିଚାର୍ଜ ପ୍ଲାନ୍

ବର୍ତ୍ତମାନ ସମୟରେ ରିଚାର୍ଜ କରିବା ବହୁତ୍ କଷ୍ଟ ହୋଇପଡିଲାଣି । ରିଚାର୍ଜ ପ୍ଲାନ୍ ମହଙ୍ଗା ହେବା ପରଠାରୁ ଏକ ଶସ୍ତା ପ୍ଲାନ୍ ଖୋଜିବା ବହୁତ୍ କଷ୍ଟକର ହେଲାଣି । Reliance Jio, Airtel ଏବଂ VI ଭଳି ପ୍ରାଇଭେଟ୍ କମ୍ପାନୀଗୁଡିକ ୮୪ ଦିନିଆ ପ୍ଲାନରେ ବହୁତ୍ ଟଙ୍କା ନେଉଥିବାବେଳେ, BSNL ୟୁଜର୍ସମାନଙ୍କୁ ରିଲାକ୍ସ କରାଉଛି । BSNL ନିଜ ଲିଷ୍ଟରେ ଏପରି ଏକ ପ୍ଲାନ୍ ସାମିଲ୍ କରିଛି ଯେଉଁଥିରେ ଗ୍ରାହକମାନଙ୍କୁ ଦେଢ଼ ହଜାର ଟଙ୍କାରୁ କମ୍ ମୂଲ୍ୟରେ ପ୍ରାୟ ଗୋଟିଏ ବର୍ଷର ଲଙ୍ଗ ଭ୍ୟାଲିଡିଟି ପ୍ରଦାନ କରାଯାଉଛି ।
ଆପଣଙ୍କୁ କହିରଖୁଛୁ ଯେ ସାରକାରୀ ଟେଲିକମ୍ କମ୍ପାନୀ BSNL ନିଜର ଗ୍ରାହକମାନଙ୍କୁ ଅନେକ ପ୍ରକାରର ଲଙ୍ଗ ଭ୍ୟାଲିଡିଟି ପ୍ଲାନ୍ ପ୍ରଦାନ କରେ । BSNL ର ୧୫୦ ଦିନରୁ ୪୨୫ ଦିନ ପର୍ଯ୍ୟନ୍ତ ଅନେକ ରିଚାର୍ଜ ପ୍ଲାନ୍ ଅଛି । ଏବେ ଗ୍ରାହକମାନେ BSNL ଲିଷ୍ଟରେ ଏକ ୩୩୬ ଦିନିଆ ପ୍ଲାନ୍ ମଧ୍ୟ ପାଇଛନ୍ତି । ଏହି ପ୍ଲାନରେ କମ୍ପାନୀ କମ୍ ମୂଲ୍ୟରେ ଜବରଦସ୍ତ ଅଫର ଦେଉଛି ।
BSNL ର ୩୩୬ ଦିନିଆ ରିଚାର୍ଜ ପ୍ଲାନ କୋଟି କୋଟି ୟୁଜର୍ସଙ୍କୁ ରିଲାକ୍ସ କରାଉଛି । ସରକାରୀ କମ୍ପାନୀର ଏହି ପ୍ଲାନର ମୂଲ୍ୟ ୧୪୯୯ ଟଙ୍କା ଅଛି । ଏଥିରେ ଉପଲବ୍ଧ ବେନିଫିଟ୍ସ ବିଷୟରେ କହିବାକୁ ଗଲେ କମ୍ପାନୀ ୩୩୬ ଦିନ ପାଇଁ ସମସ୍ତ ନେଟୱାର୍କରେ ଫ୍ରି କଲିଂ ପ୍ରଦାନ କରେ । ଏହି ପ୍ଲାନର ଖାସ୍ କଥା ହେଉଛି ଏହା ସମସ୍ତ ନେଟୱାର୍କ ପାଇଁ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ଦେଉଛି ।
BSNL ର ୩୩୬ ଦିନିଆ ପ୍ଲାନର ଡାଟା ବେନିଫିଟ୍ ବିଷୟରେ କହିବାକୁ ଗଲେ, ଆପଣ ଏଥିରେ ଟକେ କମ୍ ଡାଟା ପାଇପାରନ୍ତି । ସରକାରୀ କମ୍ପାନୀ ସମ୍ପୂର୍ଣ୍ଣ ଭାଲିଡିଟି ପାଇଁ ଗ୍ରାହକମାନଙ୍କୁ କେବଳ ୨୪ GB ଡାଟା ଅଫର କରୁଛି । ଏଥି ସହିତ ଏହି ପ୍ଲାନ୍ ସେହି ୟୁଜର୍ସଙ୍କ ବେଷ୍ଟ ହୋଇପାରିବ ଯେଉଁମାନେ କମ୍ ଡାଟା ବ୍ୟବହାର କରିଥାନ୍ତି ।
ଯଦି ଆପଣ ଲଙ୍ଗ ଭ୍ୟାଲିଡିଟି ସହିତ ଦୈନିକ ଡାଟା ଚାହୁଁଛନ୍ତି, ତେବେ ଆପଣ କମ୍ପାନୀର ୧୯୯୯ ଟଙ୍କାର ପ୍ଲାନ୍ କିଣିପାରିବେ । ଏହି ରିଚାର୍ଜ ପ୍ଲାନରେ କମ୍ପାନୀ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ୩୬୫ ଦିନ ଲଙ୍ଗ ଭ୍ୟାଲିଡିଟି ପ୍ରଦାନ କରୁଛି । ଏଥିରେ ଆପଣଙ୍କୁ ସମସ୍ତ ନେଟୱାର୍କରେ ଅନଲିମିଟେହ୍ ଫ୍ରି କଲିଂର ବେନିଫିଟ୍ ଦିଆଯାଇଛି । ଏହା ସହିତ, BSNL ସାରା ବର୍ଷ ପାଇଁ ମୋଟ୍ ୬୦୦ GB ଡାଟା ପ୍ରଦାନ କରୁଛି । ଏହା ସହିତ ଏଥିରେ ଆପଣ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ପାଇବେ ।