ପେଗାସସ୍‌ର ଶିକାର ହୋଇନାହିଁ ତ ଆପଣଙ୍କ ମୋବାଇଲ? ଏହି ଉପାୟରେ ଜାଣନ୍ତୁ

ଏବେ ପୁଣିଥରେ ଚର୍ଚ୍ଚାକୁ ଫେରିଛି ପେଗାସସ୍‌ ସ୍ପାଇ ୱେୟର। ଏହାକୁ ନେଇ ଲୋକମାନେ ମଧ୍ୟ ଚିନ୍ତିତ ଅଛନ୍ତି। କିଛି ଲୋକ ଏହାର ଶିକାର ହୋଇଛନ୍ତି କି ନାହିଁ ତାହା ମଧ୍ୟ ଜାଣିବାକୁ ଚାହୁଁଛନ୍ତି। ତେବେ ଏଥିପାଇଁ ଏକ ଉପାୟ ବାହାରିଛି। Amnesty International ଏକ ଟୁଲ ଜାରି କରିଛନ୍ତି, ଯାହା ମାଧ୍ୟମରେ ଜଣାପଡ଼ିବ ଯେ ଆପଣଙ୍କ ଫୋନ୍‌ ପେଗାସସ୍‌ ଯୋଗୁ ପ୍ରଭାବିତ ହୋଇଛି କି ନାହିଁ। ଆସନ୍ତୁ ଜାଣିବା ଏହି ଟୁଲ୍‌ ବିଷୟରେ…

ଏହି ଟୁଲ୍‌ର ନାଁ ହେଉଛି ମୋବାଇଲ ଭେରିଫିକେସନ ଟୁଲକିଟ୍ (MVT)। ଏହାକୁ Amnesty ର ରିସର୍ଚ୍ଚରମାନେ ଡିଜାଇନ୍‌ କରିଛନ୍ତି। ଆପଣଙ୍କ ମୋବାଇଲ ପେଗାସସ୍‌ ଦ୍ୱାରା ପ୍ରଭାବିତ ହୋଇଛି କି ନାହିଁ, ଏହା ମାଧ୍ୟମରେ ଆପଣ ଜାଣିପାରିବେ। ଏହା ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଡିଭାଇସ୍‌ରେ କାମ କରେ। ରିସର୍ଚ୍ଚରମାନେ ଦାବି କରିଛନ୍ତି ଯେ ଏହି ଟୁଲ ସ୍ପାଇ ୱେୟର ବ୍ୟବହାର ହୋଇଥିବା ଯେକୌଣସି କମ୍ପ୍ରୋମାଇଜ୍‌ର ଇଣ୍ଡିକେଟରକୁ ଡିଟେକ୍ଟ କରିପାରିବ। ଏହି ଟୁଲ୍‌ ଏବେ GitHub ରେ ମାଗଣାରେ ଉପଲବ୍ଧ ହେଉଛି।

ଏହି ଟୁଲ କିଟ୍‌ କମାଣ୍ଡ ଲାଇନ୍‌ ଇଣ୍ଟରଫେସ୍‌ (CLI) ଉପରେ କାମ କରେ। ଅର୍ଥାତ୍‌, ଜଣେ ସାଧାରଣ ୟୁଜର ଏହି ଟୁଲକୁ ବ୍ୟବହାର କରିବା ବେଳେ ଅସୁବିଧାରେ ପଡ଼ିପାରେ। କିନ୍ତୁ ଯେଉଁମାନେ କମାଣ୍ଡ ଟାଇପ୍‌ କରୁଥିବେ ସେମାନେ ସହଜରେ ଏହାକୁ ବ୍ୟବହାର କରି ଜାଣିପାରିବେ ଯେ ତାଙ୍କ ଡିଭାଇସ୍‌ ପେଗାସସ୍‌ ଯୋଗୁ ପ୍ରଭାବିତ ହୋଇଛି କି ନାହିଁ।

Leave A Reply

Your email address will not be published.