ଏବେ ହ୍ଵାଟ୍ସଆପ୍‌ରେ ଜାଣିପାରିବେ ଟ୍ରେନର ଲାଇଭ୍ ଲୋକେସନ୍, ସବୁ ପ୍ରକାର ସୂଚନା ବି ହେବ ଉପଲବ୍ଧ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଟ୍ରେନର ୱେଟିଙ୍ଗ୍ ଲିଷ୍ଟର ସମସ୍ୟାକୁ ଦୂର କରିବା ପାଇଁ ମୁମ୍ବାଇ ବେସଡ୍ ଷ୍ଟାଟଅର୍ପ Railofy ଏକ ନୂଆ ଫିଚର ଲଞ୍ଚ୍ କରିଛି। ଏହି ଫିଚର ରିୟର ଟାଇମ୍ ପିଏନଆର ଷ୍ଟାଟସ୍ ଏବଂ ଟ୍ରେନ ଯାତ୍ରାର ସମସ୍ତ ସୂଚନା ହ୍ଵାଟସଅପରେ ଉପଲବ୍ଧ କରାଇବ।

କମ୍ପାନୀ ପକ୍ଷରୁ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରାରେ ଲାଗୁଥିବା ମୋଟ ସମୟ, ପିଏନଆର ସର୍ଚ୍ଚ କରିବା ଏବଂ ଟ୍ରେନ ବିଳମ୍ବ ହେବା ସୂଚନା, ଷ୍ଟେସନ ଆଲର୍ଟ ଭଳି ସୂଚନା ମଧ୍ୟ ଉପଲବ୍ଧ କରାଇବ। Railofy ର ନୂଆ ଫିଚରର ଲାଭ ଉଠାଇବା ପାଇଁ ୟୁଜରଙ୍କୁ କେବଳ ନିଜ ୧୦ ଡିଜିଟର ପିଏନଆର ନମ୍ବରକୁ ଓ୍ଵାଟସଅପ୍ ନମ୍ବର ୯୮୮୧୧୯୩୩୨୨ରେ ଦେବାକୁ ହେବ। ଏହାପରେ ଲାଇଭ୍ ଷ୍ଟେସନ ଆଲର୍ଟ ସମେତ ଅନ୍ୟ ସବୁ ବିବରଣୀ ଆପଣଙ୍କୁ ହ୍ଵାଟ୍ସଆପ୍‌ରେ ମିଳିଯିବ।

ବର୍ତ୍ତମାନ ଟ୍ରେନର ସବୁ ବିବରଣୀ ବିଷୟରେ ଜାଣିବା ପାଇଁ ଯାତ୍ରୀଙ୍କୁ ଅଲଗା ଅଲଗା ୱେବସାଇଟର ବ୍ୟବହାର କରିବାକୁ ପଡ଼ୁଛି । କିନ୍ତୁ Railofyର ନୂଆ ଫିଚରରେ ଆପଣଙ୍କୁ ଟ୍ରେନ ସହ ଜଡିତ ସମସ୍ତ ବିବରଣୀ ଗୋଟିଏ ସର୍ଭିସରେ ହିଁ ଦେଖାଇଦେବ। ଏହି ସର୍ଭିସ ସାହାଯ୍ୟରେ ୟୁଜର ହ୍ଵାଟସଅପରେ ପିଏନଆର ଷ୍ଟାଟସ୍ ସମେତ ପ୍ରତି ରେଗୁଲାର ଅପଡେଟର ସୂଚନା ପାଇପାରିବେ।

ସେହିପରି ଟ୍ରେନ୍ ବିଳମ୍ବ ହେବାର ଥିଲେ ମଧ୍ୟ ଯାତ୍ରୀ ଆରାମରେ ଷ୍ଟେସନରେ ପହଁଚିଯିବେ। ଏହାର ସୂଚନା ମଧ୍ୟ ଏଠାରେ ମିଳିଯିବ। Railofy ମୁତାବକ ପ୍ରାୟ ୬୦ ଲକ୍ଷ ପେସେଞ୍ଜର ଗୁଗଲରେ ଆରସିଟିସି ଟ୍ରେନର ଷ୍ଟେସନ ବିଷୟରେ ସର୍ଚ୍ଚ କରୁଛନ୍ତି। କିନ୍ତୁ ସେଠାରେ ତାହାର ଜବାବ ମିଳିନଥାଏ।

Leave A Reply

Your email address will not be published.