ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Mi 11 ସିରିଜ, ମିଳିବ ଏହି ସବୁ ଲାଟେଷ୍ଟ ଫ୍ୟାସିଲିଟି

ପପୁଲାର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Xiaomi ଖୁବ ଶୀଘ୍ର ନିଜ Mi Seriesର Mi 11 ଓ Mi 11 Pro ପ୍ରିମିୟମ 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । Mi ସିରିଜର ଏହି ଦୁଇ ସ୍ମାର୍ଟଫୋନରେ ୧୦୮ MP ପ୍ରାଇମେରୀ ସେନ୍ସର, କ୍ଵାଡ଼ କ୍ୟାମେରା, କ୍ଵାଡ଼ ଡିଷ୍ପ୍ଲେ ସମେତ ସାନଦାର ସ୍ପେସିଫିକେସନ ବି ରହିଛି । Mi 10 ସିରିଜରୁ ଅନେକ ସଫଳତା ମିଳିବା ପରେ କମ୍ପାନୀ 11 ସିରିଜକୁ ମାର୍କେଟରେ ଲଞ୍ଚ କରୁଥିବା ଜଣାଯାଇଛି । ଏହି ଫୋନ ସାମସଙ୍ଗ ଓ ଵାନ ପ୍ଲସ ଆଗରେ ଚ୍ୟାଲେଞ୍ଜ ହୋଇ ଛିଡା ହେବ ବୋଲି ଆଶଙ୍କା କରାଯାଉଛି ।

xioami

 

ଆସନ୍ତା ୨୯ ତାରିଖରେ ବିଶ୍ୱ ବଜାରରେ ଲଞ୍ଚ କରିବାକୁ ଲକ୍ଷ ରଖିଛି କମ୍ପାନୀ । ଏହି ଦୁଇ ଫୋନରେ Qualcom Snapdragon 888 ପ୍ରସେସର ସୁବିଧା ମଧ୍ୟ ରହିଛି । ଏହାର ଡିଷ୍ପ୍ଲେ ୬.୭୬ ଇଞ୍ଚର ହୋଇଥିବା ବେଳେ ଏଥିରେ Quad HD + ସୁବିଧା ସହ ଏହାର ରିଜୋଲୁସନ 1440 x 3200 ରହିବ । ଯଦି ଏହି ଦୁଇ ଫୋନରେ ବ୍ୟାଟେରୀ ସେଭ ମୋଡ ଅନ କରାଯାଏ ତେବେ ଏହାର ଡିଷ୍ପ୍ଲେ ଆପେ ଆପେ ଏଚଡ଼ି ମୋଡ଼କୁ ଆସିଯିବ ।

ଏହି ଦୁଇ ଫୋନରେ 8 GB RAM ଓ 12 GB RAM ଅପସନ ସହ 256 GB ଓ 512 GB ଷ୍ଟୋରେଜ ସୁବିଧା ମଧ୍ୟ ମିଳିପାରିବ । ଏହି ଫୋନରେ 48 ମେଗା ପିକସଲ ଅଲଟ୍ରାଵାଇଣ୍ଡ ଲେନ୍ସର ସୁବିଧା ମଧ୍ୟ ରହିଛି । କମ୍ପାନୀ ପକ୍ଷରୁ ଏହି ଦୁଇ ଲାଟେଷ୍ଟ ସ୍ମାର୍ଟଫୋନକୁ 80W ଫାଷ୍ଟ ଚାରଜିଙ୍ଗ ଫିଚର ସହ ଲଞ୍ଚ କରାଯାଇଛି । ଏଥିରେ ଥିବା 4000 mAh ବ୍ୟାଟେରୀ ଫୁଲ ଚାର୍ଜ ହେବା ପାଇଁ ୨୦
ମିନିଟ ଯାଏଁ ସମୟ ନେଇଥାଏ । ଭାରତୀୟ ମାର୍କେଟରେ ଏହି ଫୋନ ୨୦୨୧ ଫେବୃଆରୀରେ ଲଂଚ ହେବା ନେଇ ସମ୍ଭାବନା ରହିଛି ।

 

 

Leave A Reply

Your email address will not be published.