iPhoneରେ Cache ଫାଇଲ କ୍ଲିୟର କରିବା ପାଇଁ ଜାଣନ୍ତୁ ସହଜ ତରିକା

ଯେବେ ଆପଣ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ସେଥିରେ ଆପ୍ସ, ଫଟୋ, ଭିଡ଼ିଓ ଓ ମେସେଜ ଆଦି ରେ ଫୋନ ଷ୍ଟୋରେଜ ଫୁଲ ହୋଇଯାଏ। କିଛି ଜରୁରୀ ଇନଫମେର୍ସନ ସହିତ ଅନ୍ୟ କିଛି ଅଦରକାରୀ ଆପ୍ସ ରହିଥାଏ, ଯାହାକୁ ସବୁବେଳେ ବ୍ୟବହାର କରାଯାଏ ନାହିଁ। ଏହା ଯୋଗୁଁ ଅଯଥାରେ ଫୋନ ଷ୍ଟୋରେଜ ଫୁଲ ହେବାକୁ ଲାଗେ। ତେବେ ଆଣ୍ଡ୍ରଏଡ ଭର୍ସନରେ ସ୍କାନ କ୍ଲିନର ଭଳି ଜରୁରୀ ଆପ୍ସ ଡିଭାଇସ୍‌ ରେ ଆଗରୁ ଇନଷ୍ଟଲ ଥାଏ। ତେଣୁ ଆମକୁ Cache ଫାଇଲ କ୍ଲିୟର କରିବା ସହଜ ହୁଏ। କିନ୍ତୁ ପ୍ରୋବେଲମ ଥାଏ ଆପଲ୍‌ ଭର୍ସନରେ।

ଏବେ ଅନେକ ଜଣ ଆଇଫୋନ ୟୁଜ କରୁଛନ୍ତି। କିନ୍ତୁ ଫୋନ ଷ୍ଟୋରେଜ ଫୁଲ ହେବା ପରେ ଫୋନ ସ୍ଲୋ ହୋଇଯାଏ । ଏହାସହ କ୍ଲିୟର କରିବା ପାଇଁ ଡିଭାଇସ୍‌ ରେ କିଛି ଆପ୍ସ ନଥାଏ। ଆଜି ଆମେ ଏହି ଭିଡ଼ିଓରେ କହିବୁ ଆପଣ ଆଇଫୋନରେ କିପରି ନିଜ Cache ଫାଇଲ ଡିଲେଟ କରିବେ। ଏଥିପାଇଁ ଫୋନରେ କିିଛି ଆପ୍ସ ଇନଷ୍ଟଲ କରିବାକୁ ପଡ଼ିବ ନାହିଁ। କିଛି ଜରୁରୀ ଷ୍ଟେପ ରହିଛି ତାକୁ ଆପଣାଇ ଖୁବ ସହଜରେ ଆପଣ ନିଜ ଆଇଫୋନର ଷ୍ଟୋରେଜ ସ୍ପେସକୁ ଖାଲି କରିପାରିବେ।

apple
pc: lifewire

ପ୍ରଥମ ଅପସନ ରେ ଆଇଫୋନ ତଥା ଆଇପ୍ୟାଡ୍‌ ରେ Cache ଫାଇଲ ଡିଲେଟ କରିବା ପାଇଁ ଆପଣ ଏକ ସହଜ ତରିକା ଜାଣନ୍ତୁ । ଫୋନକୁ ରିଷ୍ଟାର୍ଟ କରିବା ଦ୍ୱାରା ମଧ୍ୟ ଫୋନରେ Cache ଫାଇଲ କିିଛି ମାତ୍ରାରେ କ୍ଲିୟର ହୋଇଯାଇଥାଏ। ତେବେ ରିଷ୍ଟାର୍ଟ କରିବା ଦ୍ୱାରା ଆପଣ କେବଳ lightweight cache କୁ କ୍ଲିୟର କରିପାରିବେ । ଯେତେବେଳ ବି ଆପଣଙ୍କ ଫୋନ ସ୍ଲୋ ହୋଇଯିବ ସେତେବେଳେ reboot କରି ଆପଣ ଏହି ସମସ୍ୟାକୁ ଦୂର କରିପାରିବେ।

ସେକେଣ୍ଡ ଅପସନ ରେ ଆପଣ ଫୋନର ସେଟିଂକୁ ଯାଇ ଏହି ସମସ୍ୟାକୁ ଦୂର କରିପାରିବେ। ଆଇଫୋନର Safari ଅପସନ ଫୋନର cache ଫାଇଲକୁ କ୍ଲିନ କରିଥାଏ।

ଏବେ ଜାଣନ୍ତୁ ଏହାର ଷ୍ଟେପ:
– ସେଟିଂ ଅପସନକୁ ଯାଆନ୍ତୁ। ଏହାପରେ Safari ଅପସନକୁ ଯାଇ କ୍ଲିୟର ହିଷ୍ଟ୍ରି ଆଣ୍ଡ େଓ୍ଵବସାଇଟ ଡାଟାରେ କ୍ଲିକ କରନ୍ତୁ।
– ସେକେଣ୍ଡ ଥର ଏହା ଉପରେ କ୍ଲିକ କରନ୍ତୁ।
-ଯଦି କୌଣସି େଓ୍ଵବସାଇଟକୁ ଖୋଲିବାରେ ଅସୁବିଧା ହେଉଛି ତେବେ Safari ଅପସନରେ ଥିବା ଆଡଭାନ୍ସ ପରେ କ୍ଲିକ କରନ୍ତୁ। ପରେ website data କୁ ଯାଆନ୍ତୁ।
-ସର୍ଚ୍ଚ ବାରରେ ଏହି ଡାଟାକୁ ସର୍ଚ୍ଚ କରନ୍ତୁ। ଏହାପରେ ଲେଷ୍ଟ ସ୍ୱାଇପ କରି ଏବଂ ଡିଲିଟ ଟ୍ୟାପ କରି Cache କ୍ଲିୟର କରନ୍ତୁ।

ଆଇଫୋନରେ ଥାର୍ଡ ପାର୍ଟି ଆପ୍‌ ଦ୍ୱାରା cache କ୍ଲିୟର କରିବାର କୌଣସି ସ୍ପେଶିଫିକେସନ ତରିକା ନାହିଁ। କିଛି ଆପ୍ସ ରେ ଯଦି ଅସୁବିଧା ଅଛି ତେବେ ତାକୁ ଅନଇନଷ୍ଟଲ କରି ପୁଣି ଇନଷ୍ଟଲ କରନ୍ତୁ।

iphone
pc: 9to5mac
  • ଯେଉଁ ଆପ୍ସକୁ ବ୍ୟବହାର କରୁନାହାନ୍ତି ସେସବୁକୁ ଗୋଟିଏ ସ୍ଥାନରେ store କରି ରଖିଦିଅନ୍ତୁ। ପ୍ରଥମେ ସେଟିଂ କୁ ଯାଇ ଜେନେରାଲ ଅପସନକୁ ଯାଆନ୍ତୁ। ପରେ ଆଇଫୋନ ଷ୍ଟୋରେଜକୁ ଯାଆନ୍ତୁ। ଏବେ offload unused apps କୁ ଯାଇ enable ଉପରେ ଟ୍ୟାପ କରନ୍ତୁ।
  • ସେପରି ଯଦି ଫଟୋକୁ ଷ୍ଟୋର କରିବାକୁ ଚାହୁଁଛନ୍ତି ତେବେ iCloud ରେ ଅପଲୋଡ କରି ଦିଅନ୍ତୁ। ଅନ୍ୟସବୁ ଡିଲେଟ କରନ୍ତୁ। ଏଥିପାଇଁ ପ୍ରଥମେ ସେଟିଂକୁ ଯାଆନ୍ତୁ। ପରେ ଜେନେରାଲ ଅପସନରେ ଆଇଫୋନ ଷ୍ଟୋରେଜକୁ ଓପନ କରନ୍ତୁ। ଏବେ ଅପ୍ଟିମାଇଜ ଫଟୋ ପରେ enable ଟ୍ୟାପ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.