ୟୁନିକ୍‌ ଡିଜାଇନ୍‌ ସହ ଲଞ୍ଚ ହେବ CMFର ଫୋନ୍ 1, ଜାଣନ୍ତୁ କେତେ ରହିଛି ଦାମ

Nothingର ସବ୍-ବ୍ରାଣ୍ଡ୍ CMF ଜୁଲାଇ ୮ରେ ଭାରତରେ ଏହାର ପ୍ରଥମ ସ୍ମାର୍ଟଫୋନ୍ ଫୋନ୍ 1 ଲଞ୍ଚ କରିବାକୁ ଯାଉଛି । ଫୋନ୍ ସହିତ କମ୍ପାନୀ ବଜାରରେ CMF Buds Pro 2 ଏବଂ CMF Watch Pro 2 ମଧ୍ୟ ଲଞ୍ଚ କରିବ । କମ୍ପାନୀ ଅନୁଯାୟୀ ଫୋନ୍ 1 ରେ ଅନେକ ଲାଟେଷ୍ଟ ଫିଚର ରହିଛି । ଯାହାକୁ ୟୁଜରମାନେ ବହୁତ ପସନ୍ଦ କରିବେ । CMF ଜୁନ୍ ମାସରେ ଏହି ସ୍ମାର୍ଟଫୋନ୍ ବିଷୟରେ ଏକ ଟିଜର ଜାରି କରିଥିଲା । ଏହା ପରେ ୟୁଜରମାନେ CMF ଫୋନ୍ 1 କୁ ନେଇ ଅପେକ୍ଷା କରିଥିଲେ । ସୂଚନା ଅନୁଯାୟୀ ଏହି ଫୋନଟି ୬.୬୭ ଇଞ୍ଚର AMOLED ଡିସପ୍ଲେ ରହିଛି । ଏହା ସହିତ ୧୨୦ Hz ରିଫ୍ରେସ୍‌ ରେଟ୍‌, HDR10 + ସପୋର୍ଟ ଏବଂ ୨୦୦୦ ନିଟ୍ ର ପିକ୍‌ ବ୍ରାଇଟନେସ୍‌ ସହିତ ଆସିବ ।

ଫୋନର କ୍ୟାମେରା ବିଷୟରେ କହିବାକୁ ଗଲେ ଫୋନ୍ 1 ରେ ଏକ ଡୁଆଲ୍ ରିୟର କ୍ୟାମେରା ୟୁନିଟ୍ ରହିବ ଯେଉଁଥିରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଉପଲବ୍ଧ ଥିବାବେଳେ ଫ୍ରଣ୍ଟରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ରହିବ ।

ଫୋନ୍ 1 ର ଡିଜାଇନ୍ ଅନ୍ୟ ସ୍ମାର୍ଟଫୋନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କମ୍ପାନୀ ଏଥିରେ ଏକ କଷ୍ଟମାଇଜେବଲ୍ ରିୟର ପ୍ୟାନେଲ୍ ଦେଇଛି । ଏହି ଫୋନ୍ ର ଖାସ୍‌ କଥା ହେଉଛି ଆପଣ ନିଜ ଇଚ୍ଛା ଅନୁଯାୟୀ ଫୋନ୍ 1 ର ପଛ ପ୍ୟାନେଲ୍ ହଟାଇ ପାରିବେ ଏବଂ ଏକ ନୂଆ ପ୍ୟାନେଲ୍ ଲଗାଇ ପାରିବେ ।

CMF ଫୋନ୍ 1 ର ଦାମ ବିଷୟରେ କୌଣସି ଅଫିସିଆଲ ସୂଚନା ମିଳିନାହିଁ । କିନ୍ତୁ ଏହାକୁ ବଜେଟ୍ ହିସାବରେ ଲଞ୍ଚ କରାଯିବ । ଭାରତରେ ଏହାର ଦାମ୍‌ ୨୦,୦୦୦ ରୁ କମ୍ ହୋଇପାରେ। ଲଞ୍ଚ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଏହି ଫୋନର ସେଲ୍‌ ଆରମ୍ଭ ହେବ ।

You might also like