ଭାରତରେ ବହୁତ ଜଲ୍‌ଦି ଲଞ୍ଚ୍‌ ହୋଇପାରେ ‘Coca-Cola’ ଫୋନ୍‌, ୟୁନିକ୍‌ ଡିଜାଇନ୍‌ ଦେଖିଲେ ଆପଣ ବି କରିବେ ପ୍ରଶଂସା

Coca-Cola ବହୁତ ଜଲ୍‌ଦି ସ୍ମାର୍ଟଫୋନ ବଜାରରେ ଏଣ୍ଟ୍ରି କରିବାକୁ ଯାଉଛି। ନିକଟରେ Coca-Cola ସ୍ମାର୍ଟଫୋନର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଟିପ୍‌ଷ୍ଟର ମୁକୁଲ ଶର୍ମାଙ୍କ ଦ୍ୱାରା ସେୟାର କରାଯାଇଥିବା ଲାଟେଷ୍ଟ ସୂଚନା ଅନୁସାରେ, କୋଲା ଫୋନ୍‌ ଖୁବ୍‌ଶୀଘ୍ର ଭାରତୀୟ ବଜାରରେ ନିଜର ବ୍ୟବସାୟ ଆରମ୍ଭ କରିବ।

ମାର୍କେଟ୍‌ରେ ଅନେକ ବ୍ରାଣ୍ଡ୍‌ର ମୋବାଇଲ୍‌ ଫୋନ୍‌ ଉପଲବ୍ଧ ରହିଛି। ଏବେ Cola ଫୋନ୍‌କୁ ନେଇ ଏକ ଖବର ଆସିଛି। ଏହି ଫୋନ୍‌କୁ ବହୁତ ଜଲ୍‌ଦି ଭାରତରେ ଲଞ୍ଚ୍‌ କରାଯିବ। ଏଥିପାଇଁ Coca-Cola ଏକ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ସହିତ କୋଲାବ୍‌ କରିଛି, ଯାହାକୁ ନେଇ ଟିପ୍‌ଷ୍ଟର ମୁକୁଲ ଶର୍ମା ଏକ ରିପୋର୍ଟ କରିଛନ୍ତି।

ମୁକୁଲ ଫୋନ୍‌ର ହାଇ-କ୍ୱାଲିଟି ରେଣ୍ଡରକୁ ସେୟାର କରିଛନ୍ତି। ଫୋନର ବ୍ୟାକ୍‌ ଡିଜାଇନ୍‌କୁ ମଧ୍ୟ ଦେଖାଯାଇଛି। ଡିଜାଇନ୍‌ ରେଣ୍ଡର ମୁତାବକ, ଫୋନ୍‌ ରେଡ୍‌ ରଙ୍ଗର ଭ୍ୟାରିଏଣ୍ଟରେ ଆସିବ ଏବଂ Coca-Colaର ବ୍ରାଡିଂ ବଡ଼ ଫ୍ଲଣ୍ଟରେ ହେବ। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି, କୋଲା ଫୋନ୍‌କୁ ଭାରତରେ ଚଳିତ ତ୍ରୟୋମାସରେ ଲଞ୍ଚ୍‌ କରାଯାଇ ପାରେ।

ଅବଶ୍ୟ, ଏହି ଫୋନ୍‌ କେଉଁ ବ୍ରାଣ୍ଡ ସହିତ ଆସିବ, ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନୁମାନ କରାଯାଉଛି ଯେ ରିୟଲ୍‌ମି ଫୋନ୍‌ Coca-Cola ଏଡିସନ ସହିତ ଆସିପାରେ। ସେୟାର ହୋଇଥିବା ଇମେଜ୍‌ର ଡିଜାଇନ୍‌ ନିକଟରେ ଲଞ୍ଚ ହୋଇଥିବା Realme 10 4G ସହିତ ମିଶୁଛି। ଯଦିଓ ଏ ବିଷୟରେ ଏବେଠୁ କହିବା ଠିକ୍‌ ହେବ ନାହିଁ। ବର୍ତ୍ତମାନ କେବଳ ଅପେକ୍ଷା କରିବାକୁ ପଡ଼ିବ। ତେବେ Cola ଫୋନ୍‌ରେ ଡୁଆଲ କ୍ୟାମେରା ସେନ୍‌ସର୍ସ ସହିତ LED ଫ୍ଲାସ୍‌ ଆସିବାର ସମ୍ଭାବନା ରହିଛି।