ଟେକ୍

ନୂଆ ଫୋନ୍ କିଣିବାକୁ ଯାଉଛନ୍ତି କି ତେବେ ଟିକେ ରହିଯାନ୍ତୁ, ଆସନ୍ତା ମାସ ଲଞ୍ଚ୍ ହେଉଛି ଓପୋର ଦୁଇଟି ଶସ୍ତା ସ୍ମାର୍ଟଫୋନ୍‌

ଓପୋ ବହୁତ ଜଲଦି ଦୁଇଟି ନୂଆ ଶସ୍ତା ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ୍ କରିବାକୁ ଯାଉଛି। ଆମାଜନ୍ ଲିଷ୍ଟିଙ୍ଗ୍ ସାମ୍ନାକୁ ଆସିବା ପରେ ଏହି କଥାର ଖୁଲାସା ହୋଇଛି। ରିପୋର୍ଟ ମୁତାବକ Oppo A74 5Gର ଭାରତୀୟ ଭେରିୟଣ୍ଟ ଏହି ମାସ ଆରମ୍ଭରେ କମ୍ବୋଡିଆ ଏବଂ ଥାଇଲାଣ୍ଡ ମାର୍କେଟରେ ଲଞ୍ଚ୍ ହୋଇସାରିଥିବା ଭେରିୟଣ୍ଟ ଠାରୁ ଅଲଗା ହୋଇପାରେ ବୋଲି ଅନୁମାନ କରାଯାଉଛି। Oppo A74 5G ବ୍ୟତୀତ କମ୍ପାନୀ ୧୯ ଏପ୍ରିଲରେ Oppo A54କୁ ଭାରତୀୟ ବଜାରରେ ଲଞ୍ଚ୍ କରିବାକୁ ଯାଉଛି। ଫ୍ଲିପକାର୍ଟ Oppo A54 ପାଇଁ ଏକ ମାଇକ୍ରୋସାଇଟ୍ ତିଆରି କରିଛି, ଯାହାଦ୍ୱାରା ଏହାର ଇଣ୍ଡିଆ ଲଞ୍ଚିଂ ଡେଟ ସାମ୍ନାକୁ ଆସିଛି।

Oppo A74 5G ଲଞ୍ଚ୍ ଡିଟେଲ

ଆମାଜନ ଓପୋ  A74 5G ପାଇଁ ଲିଷ୍ଟିଙ୍ଗ୍ ତିଆରି ହୋଇଛି, ଯାହା ବର୍ତ୍ତମାନ ନିଜ ମୋବାଇଲ ଆପରେ ଉପଲବ୍ଧ ରହିଛି। ଲିଷ୍ଟିଙ୍ଗରେ ଏକ ଫଟୋ ମଧ୍ୟ ଅଛି ଯେଉଁଥିରେ ସ୍ମାର୍ଟଫୋନର ଫ୍ରଣ୍ଟ ଲୁକ ଦେଖାଯାଉଛି। ଏହାସହିତ ଏହା ମଧ୍ୟ ଜଣାପଡିଛି ଯେ ଏହାକୁ ୨୦ ଏପ୍ରିଲ ଦିନ ୧୨ଟାରେ ଲଞ୍ଚ୍ କରାଯିବ।

Oppo A54 ଲଞ୍ଚ୍ ଡିଟେଲ

ଫ୍ଲିପକାର୍ଟରେ ଉପଲବ୍ଧ ମାଇକ୍ରୋସାଇଟ ଅନୁସାରେ Oppo A54ର ଲଞ୍ଚିଂ ୧୯ ଏପ୍ରିଲ ଦିନ ୧୨ଟାରେ ହେବ। ଫୋନରେ ୫,୦୦୦ମାହ ବ୍ୟାଟେରୀ ଏବଂ ପଞ୍ଚ ହୋଲ ଡିସପ୍ଲେ ଡିଜାଇନ୍ ମିଳିବାର ସମ୍ଭାବନା ରହିଛି।

Oppo A54 ଭାରତରେ ସମ୍ଭାବିତ ଦାମ୍‌

ଫୋନର ଭାରତୀୟ ଦାମ ଖୁଲାସା ହୋଇନାହିଁ। ଯଦିଓ ଇଣ୍ଡୋନେସିଆରେ ସିଙ୍ଗଲ ୪ଜିବି ରାମ + ୧୨୮ ଜିବି ଷ୍ଟୋରେଜ ଭେରିୟଣ୍ଟର ଦାମ୍ ୧୩,୮୦୦ ଟଙ୍କା ରଖାଯାଇଛି। ଭାରତରେ ମଧ୍ୟ ଏହାର ଦାମ୍ ଏତିକି ହୋଇପାରେ ବୋଲି ଅନୁମାନ କରାଯାଉଛି।

Oppo A54 ସମ୍ଭାବିତ ସ୍ପେସିଫିକେସନ୍‌

ଓପୋ  A74 5Gର ବିପରୀତ, ଓପୋ A54ରେ ଭାରତରେ ସେହି ସ୍ପେସିଫିକେସନ୍ସ ଥିବା ଆଶା କରାଯାଉଛି, ଯାହା ଏହାର ଇଣ୍ଡୋନେସିଆ ଭେରିୟଣ୍ଟରେ ରହିଛି। ଫୋନ ଆଣ୍ଡ୍ରଏଡ୍ ୧୦ରେ ColorOS 7.2 ସହିତ ଟପରେ ଚାଲିଥାଏ ଏବଂ ଏଥିରେ ୬.୫୧ ଇଞ୍ଚ୍ ଏଚଡି+ (720×1,600 ପିକ୍ସେଲ) ଡିସପ୍ଲେ ରହିଛି। ଏହା ଅକ୍ଟା-କୋର ମିଡିଆଟେକ ହିଲିଓ P35 ପ୍ରୋସେସରରେ ଲେସ୍ ରହିଛି। ଏହାବ୍ୟତୀତ ଏଥିରେ 4GB LPDDR4x ରାମ ଏବଂ 128GB ଷ୍ଟୋରେଜ୍ ମଧ୍ୟ ରହିଛି।

Oppo A54ରେ କ୍ୱାଡ ରିୟର କ୍ୟାମେରା ସେଟଅପ ରହିଛି, ଯେଉଁଥିରେ ୧୩-ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର, ୨-ମେଗାପିକ୍ସେଲର ମାଇକ୍ରୋ ସୁଟର ଏବଂ ବୋକେହ ସର୍ଟସ ପାଇଁ ୨ ମେଗାପିକ୍ସେଲର ତୃତୀୟ ସେନ୍ସର ରହିଛି। ସେଲ୍ଫି ଏବଂ ଭିଡିଓ ଚାଟ ପାଇଁ ଫ୍ରଣ୍ଟରେ ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ସେନ୍ସର ରହିଛି।

ଓପୋ 18W ଫାଷ୍ଟ ଚାର୍ଜିଙ୍ଗ ସହିତ  5,000mAh ବ୍ୟାଟେରୀ ଦିଆଯାଇଛି। ଓପୋ A54ର ଡାଇମେନସନ୍ ମିମି 163.6×75.7×8.4 ଅଟେ ଏବଂ ଏହାର ଓଜନ ୧୯୨ ଗ୍ରାମ ରହିଛି।

Pritiparna

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

6 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

7 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago